ଫେଷ୍ଟିଭ୍‌ ସିଜନରେ SBI ର ବଡ଼ ଅଫର, ୦.୨୫ ପ୍ରତିଶତ ହୋମ୍‌ ଲୋନ୍‌ ଛାଡ଼ କରିବାକୁ ଘୋଷଣା

ଫେଷ୍ଟିଭ୍‌ ସିଜନକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେଉଛନ୍ତି। ଏହି ତାଲିକାରେ ଏବେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବି ସାମିଲ ହୋଇଛି। ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟ ଚଳିତ ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ମନଲୋଭା ଅଫର ନେଇ ଆସିଛି। ବ୍ୟାଙ୍କ ଏବେ ଗ୍ରାହକଙ୍କୁ ହୋମ୍‌ ଲୋନ୍‌ରେ ୦.୨୫ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ କରିବାକୁ ଘୋଷଣା କରିଛି।

ଏହି ଘୋଷଣା ମୁତାବକ ଏସ୍‌ବିଆଇ ହୋମ୍‌ ଲୋନ୍‌ ଗ୍ରାହକଙ୍କୁ ୭୫ ଲକ୍ଷ ଟଙ୍କାର ଘର କିଣିବା ଉପରେ ୦.୨୫ ପ୍ରତିଶତର ସୁଧ ହାର ଛାଡ଼ କରାଯିବ। ଏହି ଛାଡ଼ ୟୋନୋ ଆପ୍‌ ମାଧ୍ୟମରେ ଆବେଦନ କଲେ ମିଳିବ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି।

sbi

ଏସ୍‌ବିଆଇ ତରଫରୁ ନିକଟରେ ଘୋଷଣା କରାଯାଇଥିବା ଫେଷ୍ଟିଭ୍‌ ଅଫର ଅନୁସାରେ ବ୍ୟାଙ୍କ ସାରା ଦେଶରେ ୩୦ ଲକ୍ଷ ଟଙ୍କାରୁ ୨ କୋଟି ପର୍ଯ୍ୟନ୍ତ ହୋମ୍‌ଲୋନ୍‌ରେ କ୍ରେଡିଟ୍‌ ସ୍କୋର ଆଧାରରେ ୦.୧୦ ପ୍ରତିଶତ ଜାଗାରେ ୦.୨୦ ପ୍ରତିଶତ ଯାଏଁ ଛାଡ଼ କରିବ। ଏହି ଛାଡ଼ ଦେଶର ୮ ମେଟ୍ରୋ ସହରରେ ୩ କୋଟି ଟଙ୍କା ଯାଏଁ ହୋମ୍‌ଲୋନ୍‌ ନେଇଥିବା ଗ୍ରାହକଙ୍କୁ ବି ମିଳିବ। ସେହିପରି ୟୋନୋ ଆପ୍‌ ମାଧ୍ୟମରେ ଆବେଦନ କଲେ ସମସ୍ତ ହୋମ୍‌ ଲୋନ୍‌ରେ ଅତିରିକ୍ତ ୦.୫ ପ୍ରତିଶତ ଛାଡ଼ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.