ବଦଳିଲା SBI ବ୍ୟାଙ୍କ ଖୋଲିବା ସମୟ, ଏମିତି ଚେକ କରନ୍ତୁ ଆପଣଙ୍କ ନିକଟସ୍ଥ ବ୍ରାଞ୍ଚର ଟାଇମିଙ୍ଗ

କରୋନା ଭାଇରସ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ବ୍ୟାଙ୍କ ଲଗାତର ଅନେକ ପଦକ୍ଷେପ ଉଠାଉଛି। ଏହିସବୁ ମଧ୍ୟରେ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ‘ବ୍ୟାଙ୍କ ଅଫ ଇଣ୍ଡିଆ’ (SBI) ମଧ୍ୟ ବ୍ରାଞ୍ଚ ଖୋଲିବାର ଟାଇମିଙ୍ଗ ପରିବର୍ତ୍ତନ କରିଛି। ଏହାଛଡା ବ୍ରାଞ୍ଚରେ ଥିବା ଷ୍ଟାଫ ମାନଙ୍କର ସଂଖ୍ୟାକୁ ମଧ୍ୟ ହ୍ରାସ କରାଇଛି। ଏହାସହିତ ବ୍ୟାଙ୍କ ଲୋକଙ୍କୁ ଅନୁରୋଧ କରିଛି ଯେ ବ୍ରାଞ୍ଚକୁ ଆସିବା ବଦଳରେ ଡିଜିଟାଲ ଚ୍ୟାନେଲର ବ୍ୟବହାର କରିବାକୁ।

ବଦଳିଲା ବ୍ୟାଙ୍କର ଖୋଲିବା ଏବଂ ବନ୍ଦ ହେବା ସମୟ

SBIର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ ବ୍ୟାଙ୍କ ବ୍ରାଞ୍ଚ ଖୋଲିବାର ସମୟକୁ ପରିବର୍ତ୍ତନ କରିଛି। ମିଳିଥିବା ସୂଚନା ଅନୁଯାୟୀ ଦେଶର ସମସ୍ତ ବ୍ୟାଙ୍କ ଏବେ ସକାଳ ୧୧.୩୦ରେ ଖୋଲିବ। ଯଦି ଆପଣ ମଧ୍ୟ ନିକଟସ୍ଥ SBI ବ୍ରାଞ୍ଚର ସମୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତାହେଲେ ତଳେ ଦିଆଯାଇଥିବା ଲିଙ୍କକୁ କ୍ଲିକ କରି ନିଜ ସହରର ନାମ ସର୍ଚ୍ଚ କରିପାରିବେ।https://www.sbi.co.in/documents/136/1364568/Working+Branches+22052020.pdf/588d3aef-426d-8bbd-2c1a-e3159a2854d1?t=1590133498748

ସେହିପରି SBIର ନିର୍ଦ୍ଦେଶକ ଜଣାଇଛନ୍ତି ଯେ ଅନେକ ରାଜ୍ୟରେ ନିଜ ଶାଖାକୁ ଖୋଲିବା ଏବଂ ବନ୍ଦ କରିବାର ସମୟକୁ ରୋକ ଲଗାଯାଇଛି। କିଛି ରାଜ୍ୟରେ ଏହି ସମୟ ସକାଳ ୭-୧୦ଟାରେ ତ ଆଉ କିଛି ରାଜ୍ୟରେ ୮-୧୧ଟାରେ। ସେହିପରି ଆଉ କିଛି ରାଜ୍ୟରେ ଏହା ୧୦-୨ଟା ପର୍ଯ୍ୟନ୍ତ ଖୋଲା ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.