ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ୪ ଦିନ ପରେ ବଦଳିଯିବ ନିୟମ, ଏଟିଏମ୍‌ ଓ ଚେକ୍‌ରେ ଟଙ୍କା କାଢ଼ିଲେ ଜାଣନ୍ତୁ କେତେ ଖର୍ଚ୍ଚ ହେବ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ତା’ର ଉପଭୋକ୍ତାଙ୍କ ପାଇଁ ନିୟମରେ କେତକ ପରିବର୍ତ୍ତନ ଆଣିଛି । ଏହି ନିୟମ ଏଟିଏମ୍‌ ରେ ହେଉ ବା ଚେକ୍‌ ଜରିଆରେ ଟଙ୍କା ଉଠାଣରେ ଲାଗୁ ହେବ ।

ଏସ୍‌ବିଆଇର ବେସିକ୍‌ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ (ବିଏସ୍‌ବିଡି) ଆକାଉଣ୍ଟ ସମାଜର ଗରୀବ ଲୋକଙ୍କ ପାଇଁ ଯେଉଁମାନେ ବିନା ଶୁଳ୍କରେ ଆକାଉଣ୍ଟ ଖୋଲିପାରିବେ । ଏହି ଆକାଉଣ୍ଟ ପାଇଁ ଅଧିକତମ କିମ୍ବା ନ୍ୟୁନତମ ରାଶି କିଛି ନାହିଁ ।

ଏହି ଆକାଉଣ୍ଟ ଧାରକମାନେ ଏବେ ପ୍ରତି ମାସ ୪ ଟି ମକ୍ତ ଟଙ୍କା ଉଠାଣ ସୁବିଧା ପାଇବେ । ଏହି ୪ଟିରେ ଏଟିଏମ୍‌ ସହ ବ୍ୟାଙ୍କ ଖାତା ଉଠାଣ ମଧ୍ୟ ସାମିଲ ହେବ । ଏହି ୪ ଟି ଲିମିଟ ଉଠାଣ ପରେ ପ୍ରତ୍ୟେକ ଉଠାଣରେ ୧୫ ଟଙ୍କା ସହ ଜିଏସ୍‌ଟି ଲାଗୁ ହେବ ।

ଏଥି ସହିତ

୧. ୧୦ ଚେକ୍‌ ଥିବା ଚେକ୍‌ ବୁକ ପାଇଁ ୪୦ ଟଙ୍କା ଚାର୍ଜ ସହ ଜିଏସ୍‌ଟି ଦେବାକୁ ପଡ଼ିବ ।

୨. ୨୫ ଚେକ୍‌ ଥିବା ଚେକ୍‌ ବୁକ ପାଇଁ ୭୫ ଟଙ୍କା ଚାର୍ଜ ସହ ଜିଏସ୍‌ଟି ଦେବାକୁ ପଡ଼ିବ ।

୩. ଏମରଜେନ୍ସି ଚେକ୍‌ ବୁକ୍‌ ପାଇଁ ୫୦ ଟଙ୍କା ଚାର୍ଜ ସହ ଜିଏସ୍‌ଟି ଦେବାକୁ ପଡ଼ିବ ।

୪. ବରିଷ୍ଠ ନାଗରିକଙ୍କ ପାଇଁ ଏହି ଶୁଳ୍କ ଲାଗୁ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.