ଆଜିଠାରୁ ବଦଳିବ SBI କ୍ରେଡିଟ୍ କାର୍ଡ ନିୟମ, ଆପଣଙ୍କ ପକେଟରେ ପଡିବ ସିଧା ପ୍ରଭାବ

SBI କାର୍ଡ ୟୁଜର୍ସ ଧ୍ୟାନ ଦିଅନ୍ତୁ । ଆପଣଙ୍କ ପାଖେ ଯଦି ଏସବିଆଇର କାର୍ଡ ଅଛି ତେବେ ବ୍ୟାଙ୍କ ଆପଣଙ୍କୁ ଏକ ବଡ ଝଟକା ଦେଇଛି । ଆଜିଠାରୁ ବ୍ୟାଙ୍କ କ୍ରେଡିଟ କାର୍ଡକୁ ନେଇ ନୂଆ ନିୟମ ଜାରି କରିଛି ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବ ।

SBI କାର୍ଡ ୟୁଜର୍ସ ଧ୍ୟାନ ଦିଅନ୍ତୁ । ଆପଣଙ୍କ ପାଖେ ଯଦି ଏସବିଆଇର କାର୍ଡ ଅଛି ତେବେ ବ୍ୟାଙ୍କ ଆପଣଙ୍କୁ ଏକ ବଡ ଝଟକା ଦେଇଛି । ଆଜିଠାରୁ ବ୍ୟାଙ୍କ କ୍ରେଡିଟ କାର୍ଡକୁ ନେଇ ନୂଆ ନିୟମ ଜାରି କରିଛି ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବ । ଆସନ୍ତୁ ଏହି କାର୍ଡକୁ ନେଇ ଆସିଥିବା ନୂଆ ନିୟମ ବିଷୟରେ ଜାଣିବା ।

ଏସବିଆଇ କାର୍ଡସ୍ ଏବଂ ପେମେଣ୍ଟ ସର୍ଭିସ ଏହା ସୂଚନା ଦେଇଛି ଯେ, ଆଜିଠାରୁ ଅର୍ଥାତ ୧୭,ମାର୍ଚ୍ଚ ୨୦୨୩ ଠାରୁ ବ୍ୟାଙ୍କ କାର୍ଡର ଶୁଳ୍କ ବଢାଇଦେଇଛି । ଏସବିଆଇ କାର୍ଡ ଏହି ସଂପର୍କରେ ମେସେଜ ଏବଂ ମେଲ କରି ସୂଚନା ଦେଇଛି । ଉପଭୋକ୍ତା ମାନଙ୍କ ଠାରୁ ବର୍ତ୍ତମାନ ୧୯୯ ଟଙ୍କା ଏବଂ ଅନ୍ୟାନ୍ୟ ପ୍ରାଯୁଜ୍ୟ ଟ୍ୟାକ୍ସ ଆଦାୟ କରାଯିବ ।

ଏହା ପୂର୍ବରୁ ଏସବିଆଇ କାର୍ଡ ୨୦୨୨ରେ କ୍ରେଡିଟ କାର୍ଡ ଭଡାରେ ଦେୟ ଶୁଳ୍କ ୯୯ ଟଙ୍କା ଏବଂ ୧୮ ପ୍ରତିଶତ ଜିଏସଟିକୁ ବୃଦ୍ଧି କରିଥିଲା । କିନ୍ତୁ ସେହି ୯୯ ଟଙ୍କା ଏବଂ ଲାଗୁ ହୋଇଥିବା ଟିକସ ବଦଳରେ ବର୍ତ୍ତମାନ ଆପଣଙ୍କ ଠାରୁ ଏହା ୧୯୯ ଟଙ୍କା ଟିକସ ଆଦାୟ କରାଯିବ । ପୂର୍ବରୁ ଗ୍ରାହକଙ୍କୁ ଏହି ସୂଚନା ପ୍ରଦାନ କରାଯାଇଥିବାବେଳେ ଆଜିଠାରୁ ଏହା କାର୍ଯ୍ୟକାରୀ ହେବ ।

SBIନିକଟରେ କାନାରା ବ୍ୟାଙ୍କ ଏନପିସିଆଇ ସହଯୋଗ ମାଧ୍ୟମରେ ଭିମ୍‌ ଆପର ଉପଯୋଗ କରି ୟୁପିଆଇ ମାଧ୍ୟମରେ ରୂପେ କ୍ରେଡିଟ୍‌ କାର୍ଡ ଲଞ୍ଚ୍‌ କରିଛି । କମ୍ପାନୀ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ବ୍ୟାଙ୍କ ସମସ୍ତ ଗ୍ରାହକ ନିଜ ଆକ୍ଟିଭ ରୂପେ କ୍ରେଡିଟ କାର୍ଡକୁ ୟୁପିଆଇ ସହ ଲିଙ୍କ କରିପାରିବେ । ଏବଂ କାର୍ଡର ଭୌତିକ ଉପଯୋଗ ବିନା ମାର୍ଚାଣ୍ଟ ପେମେଣ୍ଟ କରିପାରିବେ, ଯେମିତିକି ଖାତା ଆଧାରିତ ୟୁପିଆଇ ଲେଣଦେଣ ହୋଇଥାଏ ।

କ୍ରେଡିଟ କାର୍ଡକୁ ଲିଙ୍କ୍‌ କରିବା ପ୍ରକ୍ରୀୟା ବର୍ତ୍ତମାନର ଖାତା ଲିଙ୍କିଙ୍ଗ ପ୍ରକ୍ରିୟା ସହ ସମାନ । ଏବଂ ଗ୍ରାହକଙ୍କୁ ଲିଙ୍କିଙ୍ଗ୍‌ ପାଇଁ ଖାତା ସୂଚିକରଣ ସମୟରେ କାନାରା କ୍ରେଡିଟ କାର୍ଡକୁ ଚୟନ କରିବା ଉଚିତ । ୟୁପିଆଇ ଲେଣଦେଣ ପାଇଁ ଲାଗୁ ଟ୍ରାନଜାକସନ୍‌ ସୀମା ରୂପେ କ୍ରେଡିଟ କାର୍ଡର ଉପଯୋଗ କରି ୟୁପିଆଇ ପେମେଣ୍ଟ ପାଇଁ ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.