SBI କ୍ରେଡିଟ କାର୍ଡ ୟୁଜର୍ସ ଧ୍ୟାନ ଦିଅନ୍ତୁ, ଡିସେମ୍ବର ୧ରୁ EMI ଟ୍ରାଞ୍ଜାକସନ୍‌ ହେଉଛି ମହଙ୍ଗା

ଏସବିଆଇ କ୍ରେଡିଟ୍‌ କାର୍ଡ ଧାରକ ଧ୍ୟାନ ଦିଅନ୍ତୁ। ଏବେ ଇଏମଆଇରେ ଜିନିଷ କ୍ରୟ କରିବା ମହଙ୍ଗା ହେବ ଆପଣଙ୍କ ପାଇଁ। ଏସବିଆଇ କାଡସ୍‌ ଡିସେମ୍ବର ୧ରୁ ସମସ୍ତ ଇଏମଆଇ ଟ୍ରାଞ୍ଜାକସନ ଉପରେ ୯୯ ଟଙ୍କା ଟ୍ୟାକ୍ସ ପ୍ରୋସେସିଙ୍ଗ୍‌ ଫିସ୍‌ ଆଦାୟ କରିବ। ଏହାକୁ ନେଇ କମ୍ପାନୀ ନିଜର ସମସ୍ତ ଗ୍ରାହକଙ୍କୁ ଇମେଲ ଜରିଆରେ ସୂଚିତ କରିଛି। ଇମେଲରେ କୁହାଯାଇଛି ଯେ ମାର୍ଚେଣ୍ଟ ଆଉଟଲେଟ୍ସ ସହିତ ଆମାଜନ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ ୱେବସାଇଟରେ କରାଯାଉଥିବା ସମସ୍ତ ଇଏମଆଇ ଟ୍ରାଞ୍ଜାକସନ ପାଇଁ ପ୍ରୋସେସିଙ୍ଗ୍‌ ଫିସ ଚାର୍ଜ କରାଯିବ।

ଏସବିଆଇ କାର୍ଡସର ଏହି ନିଷ୍ପତ୍ତି କାରଣରୁ କ୍ରେଡିଟ୍‌ କାର୍ଡଧାରକଙ୍କ ଦ୍ୱାରା ଇଏମଆଇରେ କ୍ରୟ କରିବା ଉପରେ ଏହାର ପ୍ରଭାବ ପଡିବ। ଯେଉଁମାନେ ବାୟ ନାଓ ପେ ଲେଟରରେ କିଣାକିଣି କରୁଛନ୍ତି ସେମାନଙ୍କୁ ଏହା ବିଶେଷ ଭାବରେ ପ୍ରଭାବିତ କରିପାରେ।

CREDIT CARDଏହି ପ୍ରୋସେସିଙ୍ଗ୍‌ ଶୁଳ୍କ, କ୍ରେଡିଟ କାର୍ଡରେ ଇଏମଆଇରେ କ୍ରୟ କରିବା ପରେ କାର୍ଡ ଧାରକଙ୍କ ଠାରୁ ଲଗାଯାଉଥିବା ଇଣ୍ଟରେଷ୍ଟ ଟଙ୍କା ଠାରୁ ଏକ୍ସଟ୍ରା ରହିବ। ଏହି ପ୍ରୋସେସିଙ୍ଗ ଶୁଳ୍କ କେବଳ ସେହି ଲେଣଦେଣରେ ଲଗାଯିବ, ଯାହା ସକସେସଫୁଲି ଇଏମଆଇ ଟ୍ରାଞ୍ଜାକସନରେ କନଭର୍ଟ ହୋଇଥିବ। ୧ ଡିସେମ୍ବର ପୂର୍ବରୁ କରାଯାଇଥିବା କୌଣସି ବି ନେଣଦେଣ ୧ ଡିସେମ୍ବର ପରେ କରାଯାଇଥିବା ଇଏମଆଇ ବୁକିଙ୍ଗକୁ ଏହି ପ୍ରୋସେସିଙ୍ଗ ଚାର୍ଜ ଆଦାୟ କରିବାରୁ ରିହାତି ଦିଆଯିବ। ରିଟେଲ ଆଉଟଲେଟ୍ସରେ କିଣାକିଣି କରୁଥିବା ସମୟରେ କମ୍ପାନୀ ଚାର୍ଜ ସ୍ଲିପ ମାଧ୍ୟମରେ କାର୍ଡଧାରକଙ୍କୁ ଇଏମଆଇ ଟ୍ରାଞ୍ଜାକସନ ଉପରେ ପ୍ରୋସେସିଙ୍ଗ୍‌ ଚାର୍ଜର ସୂଚନା ଦେବ।

ସେହିପରି ଅନଲାଇନ୍‌ ଟ୍ରାଞ୍ଜାକସନ ପାଇଁ ପେମେଣ୍ଟ ପେଜରେ ପ୍ରୋସେସିଙ୍ଗ୍‌ ଚାର୍ଜର ବିବରଣୀ ଦିଆଯିବ। ଅନଲାଇନ୍‌ ଇଏମଆଇ ଟ୍ରାଞ୍ଜାକସନ ପାଇଁ କମ୍ପାନୀ ପେମେଣ୍ଟ ପେଜରେ ପ୍ରୋସେସିଙ୍ଗ ଚାର୍ଜ ବିଷୟରେ ସୂଚନା ଦେବ। ଇଏମଆଇ ଟ୍ରାନଜାକସନ୍‌ ରଦ୍ଦ ହୋଇଗଲେ ବା କ୍ୟାନସଲ ହୋଇଗଲେ ପ୍ରୋସେସିଙ୍ଗ ଫିସ ଫେରସ୍ତ କରିଦଆଯିବ। କିନ୍ତୁ ଫ୍ରି-କ୍ଲୋଜର ସ୍ତିତିରେ ଏହାକୁ ଫେରସ୍ତ କରାଯିବନାହିଁ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇଏମଆଇ ଟ୍ରାଞ୍ଜାକସନ ପାଇଁ ରିଓ୍ଵାର୍ଡ ପଏଣ୍ଟ ଲାଗୁ ହେବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.