SBI ଗ୍ରାହକ ଧ୍ୟାନ ଦିଅନ୍ତୁ… ଆଜି ରାତିଠାରୁ ଠପ୍ ହୋଇଯିବ ବ୍ୟାଙ୍କିଂ ସେବା, ତୁରନ୍ତ କରିନିଅନ୍ତୁ ସବୁ କାମ

ଏସ୍ବିଆଇ ଗ୍ରାହକଙ୍କ ପାଇଁ ବଡ଼ ସୂଚନା। ଆଜି ରାତିରେ କିଛି ଘଣ୍ଟା ପାଇଁ ବନ୍ଦ ହୋଇଯିବ ଏସ୍ବିଆଇର ସବୁ ସେବା। ଏସ୍ବିଆଇ ପୋର୍ଟାଲକୁ ଅପଡେଟ୍ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଆଜି କିଛି ଘଣ୍ଟା ପାଇଁ ସେବାକୁ ବନ୍ଦ କରାଯିବ। ଏ ନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଆଲର୍ଟ କରାଯାଇଛି।
ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଫେବ୍ରୁଆରୀ ୨୬ ଓ ୨୭ ତାରିଖ କମ୍ପ୍ଲିଟ୍ ସର୍ଭିସ ପୋର୍ଟାଲ କିଛି ଘଣ୍ଟା ପାଇଁ ଉପଲବ୍ଧ ହେବ ନାହିଁ। ଟ୍ଵିଟ୍ କରି ଏହି ସୂଚନା ଦେଇଛି ଏସ୍ବିଆଇ। ଏଣୁ ଯଦି ଆପଣଙ୍କୁ କୌଣସି ଜରୁରୀ ନେଣଦେଣ କରିବାର ଅଛି, ତେବେ ଏବେ ଠାରୁ ହିଁ ସାରି ଦିଅନ୍ତୁ। ନଚେତ୍ ହଇରାଣ ହୋଇପାରନ୍ତି।
We request our esteemed customers to bear with us as we strive to provide a better Banking experience. pic.twitter.com/pNpiQ5tQUO
— State Bank of India (@TheOfficialSBI) February 25, 2022
ଏସ୍ବିଆଇ ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟ ଜରିଆରେ ଗ୍ରାହକଙ୍କୁ ଏହି ସୂଚନା ଦେଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି- ଆମେ ଆମ ସମସ୍ତ ସମ୍ମାନିତ ଗ୍ରାହକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଆମକୁ ସହଯୋଗ କରନ୍ତୁ। କାରଣ ଆମେ ଏକ ଉନ୍ନତମାନର ବ୍ୟାଙ୍କିଂ ଅନୁଭବ ଦେବାକୁ ଚେଷ୍ଟା କରୁଛୁ। ଗ୍ରାହକଙ୍କ ପାଇଁ ୨୬ ଫେବ୍ରୁଆରୀ ରାତି ୧୧ଟାରୁ ଆରମ୍ଭ କରି ସକାଳ ୬ଟା ପର୍ଯ୍ୟନ୍ତ ବ୍ୟାଙ୍କର ପୋର୍ଟାଲ http://crcf.sbi.co.in ରେ ସର୍ଭିସ ଉପଲବ୍ଧ ହେବ ନାହିଁ।
ବ୍ୟାଙ୍କ ମୁତାବକ, ଏହି ସମୟରେ ଯଦି କୌଣସି ଗ୍ରାହକ କୌଣସି ପ୍ରକାରର ଅଭିଯୋଗ, ପଚରାଉଚରା ଆଦି କରିବାକୁ ଚାହୁଁଥାନ୍ତି, ତେବେ ବ୍ୟାଙ୍କର ଟୋଲ ଫ୍ରି ନମ୍ବର ୧୮୦୦୧୧୨୨୧୧ / ୧୮୦୦୧୨୩୪ / ୧୮୦୦୨୧୦୦ରେ ଯୋଗାଯୋଗ କରିପାରିବେ।
Also Read: ‘ଆମେ ଯୁଦ୍ଧ ଶେଷ କରିବାକୁ ଓ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ’: ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଁସ୍କି