ଲୋନ୍‌ ନେଉଥିବା ଗ୍ରାହକଙ୍କୁ SBIର ବଡ ଉପହାର, କିନ୍ତୁ FD ଉପରେ ଦେଲା ଜୋରଦାର ଝଟକା

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ୍‌ ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ ଖବର। ଏସବିଆଇ ରିଟେଲ ଟର୍ମ ଡିପୋଜିଟ୍‌ ଅର୍ଥାତ ଫିକ୍ସଡ ଜିପୋଜିଟ (FD)ରେ ମିଳୁଥିବା ସୁଧ ହାରକୁ କମାଇ ଦେଇଛି। ଏମିତିରେ ଏବେ ଏଫଡି କରିଥିବା ଉପଭୋକ୍ତାଙ୍କୁ କମ୍‌ ମୁନାଫା ମିଳିବ। ଏସବିଆଇ ଦ୍ୱାରା ଜାରୀ କରାଯାଇଥିବା ଏଫଡି ଦର ୧୦ ଫେବୃଆରୀ ୨୦୨୦ରେ ଲାଗୁ ହେବ। ବ୍ୟାଙ୍କ୍‌ ୧ ବର୍ଷରୁ ନେଇ ୧୦ ବର୍ଷରେ ମେଚ୍ୟୁର ହେଉଥିବା ଲଙ୍ଗ୍‌ ଟର୍ମ ଡିପୋଜିଟସ ଉପରେ ଏଫଡି ଦରରେ ୦.୧୦ ପ୍ରତିଶତରେ ୦.୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି କରିବାର ଘୋଷଣା କରିଛି।

SBIରେ ଏଫଡି କରିଥିବା ଖାତା ଧାରକଙ୍କୁ ଏବେ ଏତିକି ଦେବ ସୁଧ

LOAN

  • ୭ ରୁ ୪୫ ଦିନ FD କରିଥିବା ବ୍ୟକ୍ତିଙ୍କୁ ୪୫ ପ୍ରତିଶତ ସୁଧ ମିଳିବ।
  • ୪୬ ଦିନ ରୁ ୧୭୯ ଦିନର ଏଫଡି : ଏବେ ୪୬ ରୁ ୧୭୯ ଦିନର ଏଫଡି ଉପରେ ୫ ପ୍ରତିଶତ ଲାଭ ମିଳିବ। ଏହାପୂର୍ବରୁ ୫.୫୦ ପ୍ରତିଶତ ସୁଧ ମିଳୁଥିଲା।
  • ୧୮୦ ଦିନ ରୁ ୨୧୦ ଦିନର ଏଫଡି : ବ୍ୟାଙ୍କ୍‌ ୧୮୦ ଦିନର ଏଫଡି ଉପରେ ୫.୫୦ ପ୍ରତିଶତ ସୁଧ ଦେଉଛି।
  • ୨୧୧ ଦିନ ରୁ ୧ ବର୍ଷ ପର୍ଯ୍ୟନ୍ତ ଏଫଡି : ଏସବିଆଇ ୨୧୧ ଦିନ ୧ ବର୍ଷର ଏଫଡି ଉପରେ ସୁଧ ହାର ୫.୫୦ ପ୍ରତିଶତ ହେବ।
  • ୨ ବର୍ଷ ରୁ ୩ ବର୍ଷ ପର୍ଯ୍ୟନ୍ତ ଏଫଡି : ଏସବିଆଇ ଏବେ ୨-୩ ବର୍ଷର ଏଫଡି ଉପରେ ୬.୧୦ ପ୍ରତିଶତ ପରିବର୍ତ୍ତେ ୬ ପ୍ରତିଶତ ସୁଧ ଦେବ।
  • ୩ ବର୍ଷ ରୁ ୫ ବର୍ଷ ପର୍ଯ୍ୟନ୍ତର ଏଫଡି : ଏହି ଏଫଡି ଉପରେ ଏସବିଆଇ ୬ ପ୍ରତିଶତ ସୁଧ ଦେବ।
  • ୫ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି : ଏହି ଏଫଡି ଉପରେ ୧୦ ଫେବୃଆରୀରୁ ଏସବିଆଇ କେବଳ ୬ ପ୍ରତିଶତ ସୁଧ ଦେବ।

SBIର ସିନିୟର ସିଟିଜେନ ପାଇଁ ନୂଆ ଏଫଡି ସୁଧ ହାର

loan

  • ୭ ରୁ ୪୫ ଦିନର ଏଫଡି : ଏସବିଆଇ ୭ ରୁ ୪୫ ଦିନ ପାଇଁ ଏଫଡି ଉପରେ ୫ ପ୍ରତିଶତ ସୁଧ ଦେବ।
  • ୪୬ ଦିନ ରୁ ୧୭୯ ଦିନ ଏଫଡି : ଏସବିଆଇ ୪୬ ରୁ ୧୭୯ ଦିନ ପାଇଁ ଏଫଡି ଉପରେ ୫.୫ ପ୍ରତିଶତ ସୁଧ ଦେବ।
  • ୧୮୦ ଦିନ ରୁ ୨୧୦ ଦିନ : ୧୮୦ ଦିନରୁ ୨୧୦ ଦିନ ପାଇଁ ଏଫଡି ଉପରେ ୬ ପ୍ରତିଶତ ସୁଧ ହେବ।
  • ୨୧୧ ଦିନରୁ ୧ ବର୍ଷ ପର୍ଯ୍ୟନ୍ତ : ଏସବିଆଇ ଏବେ ଏଫଡି ଉପରେ ୬ ପ୍ରତିଶତ ସୁଧ ଦେବ।
  • ୧ ବର୍ଷ ରୁ ୨ ବର୍ଷ ପର୍ଯ୍ୟନ୍ତ : ଏହି ଏଫଡି ଉପରେ ୬.୫ ପ୍ରତିଶତ ସୁଧ ମିଳିବ।
  • ୨ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତର ଏଫଡି : ୨ ରୁ ୩ ବର୍ଷ ପାଇଁ ଏଫଡି ଉପରେ ୬.୫ ପ୍ରତିଶତ ସୁଧ ଦେବ।
  • ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ : ୩ ରୁ ୫ ବର୍ଷ ପାଇଁ ଏଫଡିରେ ୬.୫ ପ୍ରତିଶତ ସୁଧ ଦିଆଯିବ।
  • ୫ ବର୍ଷ ରୁ ୧୦ ବର୍ଷ ପର୍ଯ୍ୟନ୍ତ : ୫ ରୁ ୧୦ ବର୍ଷ ପାଇଁ ଏଫଡି ଉପରେ ୬.୫୦ ପ୍ରତିଶତ ସୁଧ ମିଳିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.