ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ sbi ଆପଣଙ୍କୁ ଅନେକ ସୁବିଧା ମାଗଣାରେ ଦେଇଛି କିନ୍ତୁ ସେହି ସବୁ ସୁବିଧା ବିଷୟରେ ବହୁତ କମ ଲୋକେ ଜାଣିଥିବେ। ଯଦି ଆପଣ ମଧ୍ୟ sbi ବ୍ୟାଙ୍କରେ ମାଗଣାରେ ମିଳୁଥିବା ସର୍ଭିସ ବିଷୟରେ ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ sbiର ଆକାଉଣ୍ଟରେ ମିଳୁଥିବା କିଛି ଖାସ ଫେସିଲିଟି ବିଷୟରେ। sbiର BSBD ଆକାଉଣ୍ଟରେ ଆକାଉଣ୍ଟଧାରୀଙ୍କୁ ସେହି ସବୁ ସୁବିଧା ମିଳିବ ଯାହା ଅନ୍ୟ ସେଭିଂ ଆକାଉଣ୍ଟରେ ମିଳିନଥାଏ। ଏହି ଖାତାର ସବୁଠାରୁ ବଡ ଖାସିୟତ ହେଉଛି ଏଥିପାଇଁ ଆପଣଙ୍କୁ କୌଣସି ମିନିମମ କିମ୍ବା ମାକ୍ସିମମ ବାଲାନ୍ସ ରଖିବାର ଆବଶ୍ୟକ ନାହିଁ। ଏହି ଖାତାରେ ବର୍ଷକୁ ସେତିକି ସୁଧ ଦିଆଯାଉଛି ଯେତିକି ଷ୍ଟେଟ ବ୍ୟାଙ୍କର ଅନ୍ୟ ସଞ୍ଚୟ ଖାତାରେ ମିଳିଥାଏ।
Sbi ବିଏସବିଡ଼ି ଖାତାରେ ମାଗଣାରେ ରହିଛି ଏହି ବ୍ୟାକିଂ ସର୍ଭିସ
- ବେସିକ ରୂପେ ଏଟିଏମ-କମ-ଡେବିଟ କାର୍ଡ ମାଗଣାରେ ଜାରି କରାଯାଇଥାଏ। ଏହାସହିତ କୌଣସି ବାର୍ଷିକ ଶୁଳ୍କ ବି ବସୁଲି କରାଯାଇନାହିଁ।
- NEFT ଏବଂ RTGS ଭଳି ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ଚ୍ୟାନେଲ ମାଧ୍ୟମରେ କିଛି ବି ପ୍ରକାର ଲେଣଦେଣରେ କୌଣସି ଶୁଳ୍କ ଦିଆଯାଇନାହିଁ।
- କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚେକ ଏବଂ ଜମା କରିବା ସମୟରେ କୌଣସି ଶୁଳ୍କ ଦିଆଯାଏନାହିଁ।
- ଖାତା ବନ୍ଦ କରିବା ସମୟରେ ମଧ୍ୟ ଗ୍ରାହକଙ୍କ ଠାରୁ କୌଣସି ପ୍ରକାର ଶୁଳ୍କ ନିଆଯାଏନାହିଁ।
- ଗ୍ରାହକଙ୍କୁ ଏହା ଜାଣିବା ଜରୁରୀ ଯେ ଏହି ସୁବିଧାର ଫାଇଦା ଉଠାଇବାକୁ ହେଲେ ଆପଣଙ୍କ ପାଖରେ ଏସବିଆଇ ବ୍ୟାଙ୍କର କୌଣସି ଅନ୍ୟ ଖାତା ରହିବ ଅନୁଚିତ। ଏହାବ୍ୟତୀତ ଗ୍ରାହକଙ୍କୁ ପ୍ରତି ମାସ ଚାରି ଥର ଟଙ୍କା ଉଠାଇବାର ସୁବିଧା ରହିଛି।
ଖାତା ଖୋଲିବାର ମୁଖ୍ୟ ସର୍ତ୍ତ
ଏହି ଖାତାକୁ ଖୋଲିବାକୁ ହେଲେ ସବୁଠାରୁ ବଡ ସର୍ତ୍ତ ହେଉଛି ଗ୍ରାହକଙ୍କ ପାଖରେ କୌଣସି ଅନ୍ୟ ସଞ୍ଚୟ ଖାତା ରହିବ ଅନୁଚିତ। ଯଦି କୌଣସି ସେଭିଂ କିମ୍ବା ବେସିକ ସେଭିଂ ଆକାଉଣ୍ଟ ରହିଥାଏ ତେବେ ଗ୍ରାହକଙ୍କୁ ତାହାକୁ ୪ ସପ୍ତାହ ଭିତରେ ବନ୍ଦ କରିବାକୁ ହେବ।