SBI, ICICI ଓ HDFC ହେଉଛନ୍ତି ସବୁଠାରୁ ମଜଭୁତ ବ୍ୟାଙ୍କ, କେବେ ବି ଦେବାଳିଆ ହେବେ ନାହିଁ: RBI

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(SBI), ଆଇସିଆଇସିଆଇ(ICICI) ଓ ଏଚ୍‌ଡିଏଫ୍‌ସି(HDFC) ବ୍ୟାଙ୍କ କେବେ ବି ବନ୍ଦ ହେବେ ନାହିଁ। ମଙ୍ଗଳବାର ଦିନ ଏଭଳି ବୟାନ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ଆରବିଆଇ କହିଛି ଯେ ଏହି ତିନୋଟି ବ୍ୟାଙ୍କ ଏତେ ବଡ଼ ଯେ ଏମାନେ କେବେ ବି ଡୁବିବେ ନାହିଁ କି ଦେବାଳିଆ ହେବେ ନାହିଁ। ମଙ୍ଗଳବାର ଆରବିଆଇ ଡୋମେଷ୍ଟିକ୍‌ ସିଷ୍ଟମିକାଲି ଇମ୍ପେଟାନ୍ସ ବ୍ୟାଙ୍କ (D-SIBs) ୨୦୨୦ର ତାଲିକା ଜାରି କରିବା ଅବସରରେ ଏହି କଥା କହିଛି।

D-SIBs ର ପ୍ରଥମ ତାଲିକା ଆରବିଆଇ ୨୦୧୫ ମସିହାରେ ଜାରି କରିଥିଲା। ଏଥିରେ ଏସ୍‌ବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କକୁ ସାମିଲ କରିଥିଲା। ସେପ୍ଟେମ୍ବର, ୨୦୧୭ରେ ଏହି ତାଲିକାରେ ଏଚ୍‌ଡିଏଫ୍‌ସିର ନାଁ ସାମିଲ ହୋଇଥିଲା। ଠୁ ବିଗ୍‌ ଟୁ ଫେଲ୍(too-big-to-fail)‌ ଲିଷ୍ଟରେ କେବଳ ସେହି ବ୍ୟାଙ୍କଗୁଡ଼ିକ ହିଁ ଅନ୍ତର୍ଭୁକ୍ତ ହୋଇଥାନ୍ତି, ଯେଉଁମାନଙ୍କର ଆକାର ଓ ଇଣ୍ଟରକନେକସନ୍‌ ଯୋଗୁ ତାଙ୍କ ବିଫଳ ହେବାର ପରିଣାମ ପୂରା ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଥାଏ। ଆରବିଆଇ ପ୍ରତିବର୍ଷ ଏହି ତାଲିକା ଜାରି କରିଥାଏ।

ଏହି ତାଲିକାରେ ସାମିଲ ହୋଇଥିବା ବ୍ୟାଙ୍କ ଉପରେ ଆରବିଆଇର କଡ଼ା ନଜର ରହିଥାଏ। ଏହି ବ୍ୟାଙ୍କଗୁଡ଼ିକ ଅତିରିକ୍ତ ପୁଞ୍ଜି ଆବଶ୍ୟକତା ନିୟମର ଅନୁପାଳନ କରିଥାନ୍ତି। ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏସବୁ ବ୍ୟାଙ୍କର ଲକ୍ଷ୍ୟ ହୋଇଥାଏ। କେନ୍ଦ୍ରୀୟ ବ୍ୟାଙ୍କ ପ୍ରତି ବ୍ୟାଙ୍କକୁ ସିଷ୍ଟମେଟିକ୍‌ ଇମ୍ପୋଟାନ୍ସ ସ୍କୋର(Systemic Importance Scores, SIC) ଦେଇଥାଏ। ସେହି ଆଧାରରେ ଏହି ବ୍ୟାଙ୍କଗୁଡ଼ିକୁ ବଣ୍ଟାଯାଏ। ବଡ଼ ବଡ଼ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ନିଜ ଡୋମେଷ୍ଟିକ୍‌ ସିଷ୍ଟମିକାଲି ଇମ୍ପେଟାନ୍ସ (D-SIB)ଶ୍ରେଣୀରେ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.