ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଡ ଉପହାର ଦେଲା ଏସବିଆଇ, ଏବେ ମିଳିବ ବଢ଼ିଆ ରିଟର୍ଣ୍ଣ

ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଢ଼ିଆ ଉପହାର ଦେଇଛି ଏସବିଆଇ। ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଖୁସିଖବର ଦେଇଛି। ଦେଶରେ ଅଧିକାଂଶ ଲୋକ ଏସବିଆଇ ସହ ଯୋଡି ହୋଇଛନ୍ତି। ଏମିତିରେ ଏହି ନିଷ୍ପତ୍ତି କୋଟି କୋଟି ଲୋକଙ୍କୁ ଲାଭ ପହଁଚାଇବ। ଏସବିଆଇ ଫିକ୍ସଡ ଡିପୋଜିଟ ଦରରେ ବୃଦ୍ଧି କରାଇଛି। ଏହି ବୃଦ୍ଧି ୦.୨୦ ପ୍ରତିଶତ କରାଯାଇଛି।

ଏସବିଆଇ ନିଜର ଏଫଡି ରେଟ୍ସରେ ବୃଦ୍ଧି କରିବାକୁ ନେଇ ଘୋଷଣା କରିଛି। ବ୍ୟାଙ୍କ ବର୍ଦ୍ଧିତ ହୋଇଥିବା ସୁଧ ଦର ୧୫ ଅକ୍ଟୋବର ୨୦୨୨ରୁ ଲାଗୁ କରିଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଲାଟେଷ୍ଟ ରେଟ।

ବ୍ୟାଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ବ୍ୟାଙ୍କ ୨ କୋଟି ଟଙ୍କାରୁ କମ୍‌ ଏଫଡିରେ ଥିବା ସୁଧ ଦରକୁ ପରିବର୍ତ୍ତନ କରିଛି। ବ୍ୟାଙ୍କ ୭ ଦିନ ଠାରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଅବଧି ଏଫଡିରେ ଅଧିକ ସୁଧ ଦେଉଛି। ବ୍ୟାଙ୍କା ଏହି ନିଷ୍ପତ୍ତରେ ଗ୍ରାହକଙ୍କୁ ବଡ ଫାଇଦା ହେବ। କାହିଁକିନା ଏସବିଆଇ ସହ ଦେଶର କୋଟି କୋଟି ଗ୍ରାହକ ଯୋଡି ହୋଇ ରହିଛନ୍ତି।

ଜାଣନ୍ତୁ ଏସବିଆଇର ନୂଆ ସୁଧ ଦର

୭ ଦିନରୁ ୪୫ ଦିନ ଅବଧିର ଏଫଡିରେ ସାଧାରଣ ଗ୍ରାହକଙ୍କୁ ୩ ପ୍ରତିଶତ ସୁଧ ମିଳିବ।
୪୬ ଦିନ ରୁ ୧୭୯ ଦିନର ଅବଧି ଥିବା ଏଫଡିରେ ସାଧାରଣ ଗ୍ରାହକଙ୍କୁ ୪ ପ୍ରତିଶତ ସୁଧ ମିଳିବ।
୧୮୦ ଦିନରୁ ୨୧୦ ଦିନ ଅବଧିର ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୪.୬୫ ପ୍ରତିଶତ ସୁଧ ମିଳିବ।
୨୧୧ ଦିନ ରୁ ଗୋଟେ ବର୍ଷ କମ୍‌ ପାଇଁ ଏଫଡିରେ ସାଧାରଣ ଗ୍ରାହକଙ୍କୁ ୪.୭୦ ପ୍ରତିଶତ ସୁଧ ମିଳିବ।
୧ ବର୍ଷରୁ ୨ ବର୍ଷରୁ କମ୍‌ ପାଇଁ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୫.୬୦ ପ୍ରତିଶତ ସୁଧ ମିଳିବ।
୨ ବର୍ଷରୁ ୩ ବର୍ଷରୁ କମ୍‌ ପର୍ଯ୍ୟନ୍ତ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୫.୬୫ ପ୍ରତିଶତ ସୁଧ ମିଳିବ।
୩ ବର୍ଷରୁ ୫ ବର୍ଷରୁ କମ୍‌ ପାଇଁ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୫.୮୦ ପ୍ରତିଶତ ସୁଧ ମିଳିବ।
୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ପାଇଁ ଏଫଡି ଉପରେ ସାଧାରଣ ଗ୍ରାହକଭ୍‌କୁ ୫.୮୫ ପ୍ରତିଶତ ସୁଧ ମିଳିବ। ସେହିପରି ସିନିୟର ସିଟିଜେନଙ୍କର ଅଧିକତମ ସୁଧ ଦର ୬.୬୫ ପ୍ରତିଶତ ମିଳିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.