• Likes
  • Followers
  • Followers
  • Subscribers
  • Subscribe
  • Saturday, September 5, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ନୂଆବର୍ଷରେ SBI ଗ୍ରାହକଙ୍କୁ ଝଟକା, ବ୍ୟାଙ୍କରୁ ଲୋନ ନେଉଥିଲେ ଏବେ ଦେବାକୁ ପଡ଼ିବ ଅଧିକ ସୁଧ

ନୂଆବର୍ଷରେ SBI ଗ୍ରାହକଙ୍କୁ ଝଟକା, ବ୍ୟାଙ୍କରୁ ଲୋନ ନେଉଥିଲେ ଏବେ ଦେବାକୁ ପଡ଼ିବ ଅଧିକ ସୁଧ

By D Sonali On Jan 17, 2023
sbi
pc: zee news

ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଆଣଛି ଏକ ବହୁତ ବଡ଼ ଖବର। ଏହାକୁ ନେଇ ଗ୍ରାହକଙ୍କୁ ଝଟକା ଲାଗିପାରେ। ବ୍ୟାଙ୍କ ନିଜ ଏକ ବର୍ଷର ଅବଧି ଲୋନର ମାର୍ଜିନାଲ କଷ୍ଟ ବେସ୍ଡ ଲିଡିଂ ରେଟ ମାନେ ଏମସିଏଲଆର ବଢ଼ାଇବାର ନିଷ୍ପତ୍ତି ନେଇଛି। ଏହାପରେ ବ୍ୟାଙ୍କରୁ ଲୋନ ନେବା ମହଙ୍ଗା ହୋଇଯିବ। ବ୍ୟାଙ୍କ ର ନୂଆ ଦର ୧୫ ଜାନୁଆରୀ ୨୦୨୨ ମାନେ ଆଜିଠୁ ଲାଗୁ ହେବ। ଖବର ଅନୁ ଯାୟୀ ରେପୋରେଟ ବଢ଼ିବା ପରେ ପରେ ବ୍ୟାଙ୍କ ନିଜ ଏମସିଏଲଆର ବଢ଼ାଉଛନ୍ତି।

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟଙ୍କ ଅର୍ଥାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର କୋଟି ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ବ୍ୟାଙ୍କ ଏକ ବର୍ଷିଆ ଲୋନ୍ ଉପରେ ମାର୍ଜିନାଲ୍ କଷ୍ଟ ବେଷ୍ଟ ଲୋନ୍ ହାର ଅର୍ଥାତ୍ ଏମସିଏଲଆର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ବ୍ୟାଙ୍କରୁ ଲୋନ୍ ନେବା ଆହୁରି ମହଙ୍ଗା ହେବ । ବ୍ୟାଙ୍କର ନୂଆ ହାର ଆଜିଠୁ ଲାଗୁ ହେବ।

ଏସବିଆଇର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ ନିଜର ୧ ବର୍ଷର ଏମସିଏଲଆର ଉପରେ ୧୦ ବେସିସ ପଏଣ୍ଟକୁ ବୃଦ୍ଧି କରିଛି । ଏମସିଏଲଆର ର ବୃଦ୍ଧି କେବଳ ଏକ ବର୍ଷ ପାଇଁ କରାଯାଇଛି । ୧ ବର୍ଷ ଏମସିଏଲଆର ବଢ଼ି ୮.୪୦ ପ୍ରତିଶତ ହୋଇଛି । ଓଭର ନାଇଟ୍ ଏମସିଏଲଆର ୭.୮୫% ରେ, ଗୋଟିଏ ଓ ୩ ମାସର ଏମସିଏଲଆର ୮ %, ୬ ମାସର ଏମସିଏଲଆର ୮.୩୦ %, ୨ ବର୍ଷର ଏମସିଏଲଆର ୮.୫୦% ଓ ୩ ବର୍ଷର ଏମସିଏଲଆର ୮.୬୦%ରେ ରହିଛି ।

ବଢ଼ିଯିବ ଇଏମଆଇ :-
ଏମସିଏଲଆରରେ ବୃଦ୍ଧି ସହିତ ଟର୍ମ ଲୋନ୍ ଉପରେ ଇଏମଆଇ ବଢ଼ିବାର ଆଶା କରାଯାଉଛି । ଅଧିକାଂଶ ଗ୍ରାହକ ଲୋନ୍ ଏକ ବର୍ଷର ମାର୍ଜିନନˆଷ୍ଟ ବେଷ୍ଟ ଲେଣ୍ଡିଂ ରେଟ୍ ଆଧାରିତ ହୋଇଥାଏ । ଏପରି ପରିସ୍ଥିତିରେ ଏମସିଏଲଆରର ବୃଦ୍ଧି ହେତୁ ବ୍ୟକ୍ତିଗତ ଲୋନ୍, ଅଟୋ ଏବଂ ହୋମ୍ ଲୋନ୍ ମହଙ୍ଗା ହୋଇପାରେ ।

ଏବେ ଜାଣନ୍ତୁ ଏମସିଏଲଆର କଣ?
ସୂଚନା ଅନୁଯାୟୀ ଏମସିଏଲଆର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ବିକଶିତ କରାଯାଇଥିବା ଏକ ପଦ୍ଧତି ଯାହାକୁ ଆଧାର କରି ବ୍ୟାଙ୍କ ଦେଉଥିବା ଲୋନ ପାଇଁ ସୁଧ ଦରକୁ ନିର୍ଦ୍ଧାରିତ କରିଥାଏ। ଏହାପୂର୍ବରୁ ସମସ୍ତ ବ୍ୟାଙ୍କ ବେସ ରେଟ ଆଧାରରେ ବ୍ୟାଙ୍କ ସୁଧ ଦରକୁ ଲଗାଉଥିଲେ।

sbiSBI accountsbi alert
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Teacher Achievement: ଗାଁ ସ୍କୁଲରୁ ଦିଲ୍ଲୀ ଦରବାର, ଓଡ଼ିଶାର…

    Sep 5, 2026 0
  • ୨୦୧୩ ଝିରମ୍ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ଆସିଲା ରାୟ, ୧୦…

    Sep 5, 2026 0
  • Inspirational Teacher: ୬ ବର୍ଷରେ ଚାଲିଗଲା ଆଖିର ଆଲୁଅ, ହେଲେ…

    Sep 5, 2026 0
  • Jawan Welcome: ୨୫ ବର୍ଷ ଦେଶ ସେବା ପରେ ଫେରିଲେ ଗାଁ ପୁଅ,…

    Sep 5, 2026 0
  • Guru Diwas: ହାତୁଡ଼ି ହେଉ କି ମୋବାଇଲ, ଏଠି ଗଢ଼ାହେଉଛି…

    Sep 5, 2026 0
  • NandUtsav: ଜନ୍ମ ନେଲେ ନନ୍ଦଲାଲା, ଭଜନ-କୀର୍ତ୍ତନରେ ଝୁମିଲା…

    Sep 5, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ