ବ୍ୟବସାୟ ଓ ଅର୍ଥନୀତି

SBI ଏଟିଏମ୍‌ରୁ ଟଙ୍କା ଉଠାଣର ବଦଳି ଯାଇଛି ନିୟମ; ଠକେଇରୁ ବଞ୍ଚିବାକୁ ଚାହୁଁଛନ୍ତି ଯଦି ଜାଣ ନିଅନ୍ତୁ ପୂରା ପ୍ରକ୍ରିୟା

ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ଖବର। ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ଏଟିଏମ୍‌ ଠକେଇରୁ ବଞ୍ଚିବା ପାଇଁ ଏକ ଖାସ୍‌ ସୁବିଧା ଦେଇଛି। ପ୍ରକୃତ କଥା ହେଲା, ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ହୋଇଛି। ଏଟିଏମ୍‌ ଟ୍ରାଞ୍ଜାକ୍ସନକୁ ଆହୁରି ଅଧିକ ସୁରକ୍ଷିତ କରିବା ପାଇଁ ଏସ୍‌ବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି। ଏବେ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଓଟିପି ବାଧ୍ୟତାମୂଳକ ହୋଇଯାଇଛି। ଯଦି ଆପଣ ଏଟିଏମ୍‌ ଠକେଇରୁ ବଞ୍ଚିବାକୁ ଚାହୁଁଛନ୍ତି, ତ ଏହି ଖାସ୍‌ ସୁବିଧାର ଲାଭ ନିଶ୍ଚୟ ଉଠାନ୍ତୁ।

ଏହି ନୂଆ ନିୟମ ଅଧୀନରେ ଗ୍ରାହକମାନେ ବିନା ଓଟିପିରେ ଟଙ୍କା ବାହାର କରି ପାରିବେ ନାହିଁ। ଏଥିରେ ଟଙ୍କା ଉଠାଇବା ସମୟରେ ଗ୍ରାହକମାନଙ୍କ ମୋବାଇଲକୁ ଏକ ଓଟିପି ଆସିଥାଏ, ଯାହାକୁ ଦେବା ପରେ ହିଁ ଏଟିଏମ୍‌ରୁ ଟଙ୍କା ବାହାରିଥାଏ। ବ୍ୟାଙ୍କ ସୂଚନା ଦେଇ କହିଛି ଯେ ‘ଏସ୍‌ବିଆଇ ଏଟିଏମ୍‌ରେ ଟ୍ରାଞ୍ଜାକ୍ସନ ପାଇଁ ଆମର ଓଟିପି ଆଧାରିତ ନଗଦ ଟଙ୍କା ଉଠାଣ ପ୍ରଣାଳୀ ଠକମାନଙ୍କ ବିରୋଧରେ ଟିକାକରଣ ଭଳି। ଆପଣଙ୍କୁ ଠକେଇରୁ ବଞ୍ଚାଇବା ସବୁବେଳେ ଆମର ସର୍ବୋଚ୍ଚ ପ୍ରାଥମିକତା ରହିବ’। ଏବେ ଆସନ୍ତୁ ଜାଣିବା ଓଟିପି ଆଧାରିତ ନଗଦ ଉଠାଣ ପ୍ରଣାଳୀ କେମିତି କାମ କରିଥାଏ।

କହି ରଖୁଛୁ, ୧୦,୦୦୦ ଏବଂ ଏହାଠୁ ଅଧିକ ଟଙ୍କା ଉଠାଣ ଉପରେ ଏହି ନିୟମ ଲାଗୁ ହୋଇଛି। ଏସ୍‌ବିଆଇ ଗ୍ରାହକ ପ୍ରତ୍ୟେକ ଥର ନିଜ ପଞ୍ଜୀକୃତ ମୋବାଇଲ ନମ୍ବରରେ ଜାରି ଓଟିପି ଏବଂ ନିଜ ଡେବିଟ୍‌ କାର୍ଡ ପିନ୍‌ ଦେଇ ଏଟିଏମ୍‌ରୁ ୧୦,୦୦୦ କିମ୍ବା ଏହାଠୁ ଅଧିକ ଟଙ୍କା ଉଠାଇ ପାରିବେ।

ଜାଣନ୍ତୁ ପୂରା ପ୍ରକ୍ରିୟା

-ଏସ୍‌ବିଆଇ ଏଟିଏମ୍‌ରୁ ନଗଦ ଉଠାଇବା ପାଇଁ ଆପଣଙ୍କୁ ଏକ ଓଟିପିର ଆବଶ୍ୟକତା ପଡ଼ିବ।

-ଏଥିପାଇଁ ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ଓଟିପି ପଠାଯିବ।

-ଏହି ଓଟିପି ୪ ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇଥିବ, ଯାହା ଗ୍ରାହକଙ୍କୁ ସିଙ୍ଗଲ ଟ୍ରଞ୍ଜାକ୍ସନ ପାଇଁ ମିଳିବ।

-ଯେତେବେଳେ ଆପଣ ଉଠାଇବାକୁ ଚାହୁଁଥିବା ରାଶି ଉଲ୍ଲେଖ କରିବେ, ତ ଏଟିଏମ୍‌ ସ୍କ୍ରିନରେ ଓଟିପି ଦେବାକୁ କୁହାଯିବ।

-ଏହି ସମୟରେ ଆପଣ ଓଟିପି ଦେଇ ଟଙ୍କା ଉଠାଇ ପାରିବେ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

13 seconds ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

19 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

27 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

44 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago