ପ୍ରାୟ ପ୍ରତିଦିନ କିଛି ନା କିଛି ଅନଲାଇନ ଫ୍ରଡ ହେଉଥିବାର ଆପଣ ମାନେ ଦେଖୁଥିବେ ଓ ଶୁଣୁଥିବେ। କୋଟି କୋଟି ଟଙ୍କାର ଠକେଇ ହେଉଛି ଅନଲାଇନରେ । ଟେକ୍ନୋଲୋଜି ଦିନକୁ ଦିନ ଯେତେ ଆଗଉଛି ଅପରାଧୀମାନେ ଏହା ଜରିଆରେ ଲୁଟିବାର ନୂଆ ନୂଆ ବାଟ ବାହାର କରୁଛନ୍ତି । ସେଥିଲାଗି ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକମାନଙ୍କୁ ସତର୍କ କରାଉଛନ୍ତି । କାରଣ ଆପଣ ଆକାଉଣ୍ଟ ଖୋଲିଥିବା ବ୍ୟାଙ୍କ ନାଁରେ ବି ଏହି ସାଇବର ଠକ ସବୁ ଫୋନ୍ କରିବା ସହ ମେସେଜ ପଠାଇବାରେ ଲାଗିଛନ୍ତି ।
ସାବଧାନ ରୁହନ୍ତୁ ସାଇବର କ୍ରିମିନାଲଙ୍କ ଠାରୁ । କେତେବେଳେ ବି ସେମାନଙ୍କ ଶିକାର ହୋଇ ପାରନ୍ତି । ଟିକିଏ ଅସାବଧାନ ହେଲେ ଏମାନେ ଆକାଉଣ୍ଟକୁ ଖାଲି କରିଦେବେ । ଆପଣଙ୍କ ପାଖକୁ ଯଦି କୌଣସି ବ୍ୟାଙ୍କରୁ ମେସେଜ ଆସୁଛି ବା ଲିଙ୍କ ଆସୁଛି ତେବେ ଭୁଲରେ ବି ସେହି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ । କାରଣ ଆପଣଙ୍କ ବ୍ୟାଙ୍କରେ ଥିବା ଟଙ୍କାକୁ ଲୁଟିବା ପାଇଁ ଅନ ଲାଇନ ଠକଙ୍କର ଏହା ନୂଆ ଚାଲ । ତେବେ ଅନଲାଇନ ଫ୍ରଡ ଅଧିକ ବଢିବାରୁ ଏବେ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ତାର ଗ୍ରାହକମାନଙ୍କୁ ସତର୍କ ରହିବା ପାଇଁ ବାରମ୍ବାର ସଚେତନ କରୁଛି । ଭାରତର ଅଧିକ ଆକାଉଣ୍ଟ ଥିବା ଏସବିଆଇ ଗ୍ରାହକମାନେ ଅନଲାଇନ ଠକେଇରୁ କେମିତି ବର୍ତ୍ତିବ ସେଥିପାଇଁ ପଦକ୍ଷେପ ନେଇଛି । ନିଜର ଉପଭୋକ୍ତାଙ୍କୁ ଆଲର୍ଟ କରିଛି । ଏସବିଆଇ ପକ୍ଷରୁ କୁହାଯାଇଛି ଯେ KYC ଭେରିଫିକେସନ ପାଇଁ ଆପଣଙ୍କ ଫୋନକୁ ଯଦି କୌଣସି ଟେକ୍ସଟ ମେସେଜ ଆସୁଛି ତେବେ ଆପଣ ତୁରନ୍ତ ମେସେଜ ଡିଲିଟ କରନ୍ତୁ । ବ୍ୟାଙ୍କ କଷ୍ଟମର ରେପ୍ରେଜେଣ୍ଟେଟିଭ ହିସାବରେ ଆପଣଙ୍କ ଫୋନକୁ ମଧ୍ୟ କଲ ଆସିପାରେ । ତେବେ ସେମାନେ କହିଥିବା କୌଣସି କଥାକୁ ଧ୍ୟାନ ଦିଅନ୍ତୁ ନାହିଁ । ବ୍ୟାଙ୍କ ସହିତ ଜଡିତ ସବୁ ତଥ୍ୟ ପାଇଁ ନିଜ ବ୍ରାଞ୍ଚକୁ ଯାଇ ଯାଞ୍ଚ କରନ୍ତୁ ବା ଫୋନ ଯୋଗେ କଥା ହୁଅନ୍ତୁ ।
SBI ତରଫରୁ ଏହା ମଧ୍ୟ ଟ୍ଵିଟ ଯୋଗେ କୁହାଯାଇଛି କି ଏହି ଅନଲାଇନ ଫ୍ରଡ ବର୍ତ୍ତମାନ ସାରା ଦେଶରେ ବ୍ୟାପିଲାଣି । ଖାସ କରି ଏସବିଆଇ କଷ୍ଟମରଙ୍କୁ ବ୍ୟାଙ୍କ ଆକାଉଣ୍ଟ ସସପେଣ୍ଡ ହୋଇଯିବାର ମେସେଜ ଅଧିକ ଆସୁଛି , ପୁଣି ଲେଖା ରହିଛି ଆପଣ ଯଦି ୧୦ ମିନିଟ ମଧ୍ୟରେ ନିଜର KYC ଭେରିଫିକେସନ ନକରିବେ ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ତୁରନ୍ତ ବ୍ଲକ ହୋଇଯିବ । ତେବେ ବ୍ୟାଙ୍କ ଏହା ମଧ୍ୟ କହିଛି ଯେ କିଛି ଦିନ ହେବ ଏମିତି ଫ୍ରଡ ମେସେଜ ଏସବିଆଇର ଅନେକ କଷ୍ଟମରଙ୍କ ପାଖକୁ ଆସି ସାରିଛି । ତେଣୁ ଏହି ଅନଲାଇନ ଫ୍ରଡ ବାବଦରେ ସାଇବର କ୍ରାଇମ ସାଇଟକୁ ଯାଇ ରିପୋର୍ଟ କରିବା ପାଇଁ କଷ୍ଟମରମାନଙ୍କୁ ବ୍ୟାଙ୍କ ତରଫରୁ କୁହାଯାଇଛି ।
ଖାଲି ଏତିକି ନୁହେଁ ଏମିତି ଅନଲାଇନ ସ୍କାମରୁ ବଞ୍ଚିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର କଷ୍ଟମରଙ୍କ ସୁରକ୍ଷା ସମ୍ବନ୍ଧରେ କିଛି ଟିପ୍ସ ମଧ୍ୟ ସେୟାର କରିଛି ।
୧. ବ୍ୟାଙ୍କ କହିଛି ଯେ ଆପଣଙ୍କୁ ଆସୁଥିବା ଯେ କୌଣସି ଲିଙ୍କ ଉପରେ କ୍ଲିକ କରିବା ପୂର୍ବରୁ ଥରେ ଆପଣ ଭଲ ଭାବେ ଭାବନ୍ତୁ ।
୨. KYC ଅପଡେଟ କରିବା ପାଇଁ ବ୍ୟାଙ୍କ କେବେବି କୌଣସି ଲିଙ୍କ ପଠାଇବ ନାହିଁ ।
୩. ତୃତୀୟରେ ଆପଣଙ୍କ ମୋବାଇଲ ନମ୍ବର ଓ ନିଜର ଗୁରୁତ୍ୱପୂର୍ଣ୍ଣ ଡାଟା କାହା ସହ ସେୟାର କରନ୍ତୁ ନାହିଁ ।
୪-ଯଦି କୌଣସି ବିଷୟରେ ସନ୍ଦେହ ହେଉଛି ତେବେ ତୁରନ୍ତ ନିଜ ବ୍ରାଞ୍ଚ ସହ ଯୋଗାଯୋଗ କରନ୍ତୁ ।
ତେବେ ଏସବିଆଇ ନିଜର ଗ୍ରାହକମାନଙ୍କୁ ଏହି ଫ୍ରଡ ବାବଦରେ ସଚେତନ କରିବା ପାଁଇ ମେଲ ମଧ୍ୟ ପଠାଉଛି । ଯଦି ଏସବିଆଇ କଷ୍ଟମର ନିଜର ବ୍ୟାଙ୍କ ରିଲେଟେଡ କୌଣସି ଜାଲ୍ ଇମେଲ ପାଉଛନ୍ତି ତେବେ report.phishing@sbi.co.in ମେଲକୁ ଯାଇ ରିପୋର୍ଟ କରିବା ଦରକାର । ତେବେ ଏହି ଘଟଣା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଏସ୍ବିଆଇ ପ୍ରଥମ ଥର ପାଇଁ ନିଜର କଷ୍ଟମରଙ୍କ ସେଫ୍ଟି ପାଇଁ ଟ୍ଵିଟ କରିଛି । ବ୍ୟାଙ୍କ ଆହୁରି ମଧ୍ୟ କହିଛି ଯେ ଭେରିଫାଏଡ ହୋଇ ନଥିବା କୌଣସି ଆପ ମଧ୍ୟ ନିଜ ଫୋନରେ ଡାଉନଲୋଡ କରନ୍ତୁ ନାହିଁ ।
ରିପୋର୍ଟ ଅନୁଯାୟୀ, ଚାଇନିଜ୍ ହ୍ୟାକର୍ସମାନେ ବର୍ତ୍ତମାନ ଏସବିଆଇ କଷ୍ଟମରଙ୍କୁ ଟାର୍ଗେଟ କରୁଛନ୍ତି । KYC ପ୍ରୋସେସକୁ ଅପଡେଟ୍ କରିବା ଏବଂ ୫୦ ଲକ୍ଷର ଗିଫ୍ଟ ଜିତିବାର ଲୋଭ ଦେଖାଇ ଆକାଉଣ୍ଟ ଶୂନ୍ୟ କରି ଦେଉଛନ୍ତି ।
ତେବେ ଆପଣଙ୍କର ଯଦି ଏସବିଆଇରେ ଆକାଉଣ୍ଟ ଅଛି ସତର୍କ ହୋଇ ଯାଆନ୍ତୁ ।
ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…
ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…
ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…
ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…