ବ୍ୟବସାୟ ଓ ଅର୍ଥନୀତି

SBI କଲା ବଡ ଘୋଷଣା, ଗୃହ ଋଣ ସୁଧହାରରେ ରିହାତି ଏବଂ ପ୍ରୋସେସିଂ ଫି ସମ୍ପୂର୍ଣ୍ଣ ଛାଡ

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କ ଲାଗି ଗୃହ ଋଣ ହାରରେ ଏବେ ରିହାତି ଦେଇଛନ୍ତି। ସୁଧହାର ୦.୩୦ ପ୍ରତିଶତ ରିହାତି ଦେଇଥିବା ବେଳେ ପ୍ରୋସେସିଂ ଫି ସମ୍ପୂର୍ଣ୍ଣ ଛାଡ ଘୋଷଣା କରିଛନ୍ତି। ଏ ନେଇ ବ୍ୟାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚିତ କରାଯାଇଛି।

ବିଜ୍ଞପ୍ତି ଅନୁସାରେ ଏସବିଆଇଙ୍କ ନୂଆ ସୁଧହାର ସିଭିଲ ସ୍କୋର ସହ ସମ୍ପୃକ୍ତ ଓ ୩୦ ଲକ୍ଷ ପର୍ଯ୍ୟନ୍ତ ଋଣ ଲାଗି ସୁଧହାର ୬.୮୦ ପ୍ରତିଶତରୁ ଆରମ୍ଭ ହେଉଛି। ସେହିପରି ୩୦ ଲକ୍ଷରୁ ଅଧିକ ଟଙ୍କାର ଋଣ ଲାଗି ସୁଧହାର ୬.୯୫ ପ୍ରତିଶତରୁ ପ୍ରାରମ୍ଭ କରିଛନ୍ତି। ଏଥିରେ ଯଦି ମହିଳା ଗୃହ ଋଣ ଲାଗି ଆବେଦନ କରନ୍ତି ତେବେ ଅଧିକ ୦.୦୫ ପ୍ରତିଶତ ସୁଧ ରିହାତି ମିଳିବ।

ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଯେ, ୮ଟି ମେଟ୍ରୋ ସହରରେ ୫ କୋଟି ଟଙ୍କା ପର୍ଯ୍ଯନ୍ତ ହୋମ ଲୋନରେ ୩୦ ଆଧାର ଅଙ୍କ ପର୍ଯ୍ଯନ୍ତ ଗ୍ରାହକଙ୍କୁ ଛୁଟ୍ ମିଳିବ। ଗ୍ରାହକ ୟୋନୋ ଆପରେ ଘରେ ବସି ଗୃହ ଋଣ ଆବେଦନ କରିପାରିବେ। ଏଥିରେ ମଧ୍ୟ ପ୍ରୋସେସିଂ ଫି ଓ ଅତିରିକ୍ତ ସୁଧ ରିହାତି ମଧ୍ୟ ପାଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ବ୍ୟାଙ୍କର ଏହି ରିହାତି ଯୋଜନା ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି କୁହାଯାଇଛି।

Swagatika

Recent Posts

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

3 mins ago

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

34 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

36 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

1 hour ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

1 hour ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

1 hour ago