SBI ସାହାଯ୍ଯରେ ବଢାନ୍ତୁ ନିଜର ବ୍ଯବସାୟ, ମିଳୁଛି ଶସ୍ତାରେ ଗୋଲ୍ଡ ଲୋନ
ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ବହୁତ କମ୍ ସୁଧରେ ବ୍ଯବସାୟୀଙ୍କୁ ଗୋଲ୍ଡ ଲୋନ ଦେଉଛି। ଏଥିରେ ସବୁଠାରୁ ଖାସ୍ କଥା ହେଉଛି, ଏହି ଗୋଲ୍ଡ ଲୋନ ବହୁତ ସହଜରେ ମଧ୍ୟ ମିଳୁଛି, ଯାହା ସାହାଯ୍ଯରେ ଆପଣ ବିଜନେସକୁ ବଢାଇପାରିବେ। ଏସବିଆଇର ଏହି ସ୍ପେଶାଲ ଅଫର ଅଧିନରେ କୌଣସି ବ୍ଯବସାୟୀଙ୍କୁ ନିଜ ବାଲାନ୍ସ ସିଟ୍ ଦେଖାଇବାର କୌଣସି ଆବଶ୍ଯକତା ନାହିଁ।
ଏସବିଆଇ ଏହି ଗୋଲ୍ଡ ଲୋନ ଅଫର ଖାସ୍ କରି ବ୍ଯବସାୟୀଙ୍କ ପାଇଁ ଦେଉଛି। ଏହି ଅଫର ଅଧିନରେ ୧ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ଯନ୍ତ ଲୋନ ନେଇପାରିବେ। ଏସିବିଆଇ ଏହି ଖାସ୍ ଅଫର ବାଣିଜ୍ଯ ବ୍ଯବସାୟୀ ନିଜର ବିଜନେସକୁ ବଢାଇପାରିବେ।
ଏସବିଆଇ ସ୍ପେଶାଲ ଗୋଲ୍ଡ ଲୋନରେ ବର୍ଷକୁ କେବଳ ୭.୨୫ ପ୍ରତିଶତ ସୁଧ ଦେବେ। ଯଦି ଆପଣ ବର୍ଷକୁ ୧ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ ନିଅନ୍ତି , ତେବେ ଏଥିପାଇଁ ଆପରଙ୍କୁ ବର୍ଷକୁ ୭,୨୫୦ ଟଙ୍କା ସୁଧ ଦେବାକୁ ହେବ।
ସାଧାରଣତଃ କୌଣସି ଲୋନ ନେବାକୁ ହେଲେ ବ୍ଯବସାୟୀ ନିଜର ବାଲାନ୍ସ ସିଟ୍ ଦେଖାଇବାକୁ ପଡିଥାଏ। କିନ୍ତୁ ଏହି ଲୋନ କଲେ ଆପଣଙ୍କୁ କୌଣସି ବାଲାନ୍ସ ସିଟ୍ ଦେଖାଇବାକୁ ପଡିବନି। କେବଳ ଆପଣ ସୁନାକୁ ବନ୍ଧା ରଖି ଲୋନ ନେଇପାରିବେ।