SBI ରେ ଖାଲି ପଡ଼ିଛି ୨୦୦୦ ପଦବୀ, +୩ ପାସ୍‌ କରିଥିଲେ ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଅନେକ ପଦ ଖାଲି ପଡ଼ିଛି। ଏସ୍‌ବିଆଇରେ ମୋଟ ୨ ହଜାର ପ୍ରୋବେସନାରୀ ଅଫିସର ପଦରେ ନିଯୁକ୍ତି ହେବାକୁ ଯାଉଛି। ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ଏହି ପଦ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ପଞ୍ଜିକରଣ କରିବା ପୂର୍ବରୁ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଚେକ୍‌ କରନ୍ତୁ। ଆସନ୍ତୁ ଜାଣିବା ଏହି ପଦ ପାଇଁ କି କି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ…

ପଦ ନାମ:

ପ୍ରୋବେସନାରୀ ଅଫିସର

ପଦ ସଂଖ୍ୟା:

୨୦୦୦

ଦରମା:

୨୩,୭୦୦-୪୨,୦୨୦

ଶିକ୍ଷାଗତ ଯୋଗ୍ୟତା:

ସ୍ନାତକ

ବୟସ ସୀମା:

୨୧ରୁ ୩୦ ବର୍ଷ

ଆବେଦନ ଶୁଳ୍କ:

ସାଧାରଣ ବର୍ଗ-୭୫୦
ଏସ୍‌ସି/ଏସ୍‌ଟି- ମାଗଣା

ଗୁରୁତ୍ୱପୂର୍ଣ୍ଣ ତିଥି:

ଅନ୍‌ଲାଇନ୍‌ ଆବେଦନ ଜମା କରିବା ତାରିଖ-୧୪ ନଭେମ୍ବର,୨୦୨୦
ଅନ୍‌ଲାଇନ୍‌ ଆବେଦନ ଜମା କରିବା ଶେଷ ତାରିଖ-୦୪ ଡିସେମ୍ବର,୨୦୨୦
ଶୁଳ୍କ ଜମା କରିବା ତାରିଖ-୦୪ ଡିସେମ୍ବର ୨୦୨୦
ଅନ୍‌ଲାଇନ୍‌ ପ୍ରାରମ୍ଭିକ ପରୀକ୍ଷା ତାରିଖ- ୩୧ ଡିସେମ୍ବର ୨୦୨୦ ଓ ୦୨, ୦୪, ୦୫ ଜାନୁଆରୀ ୨୦୨୧
ମୁଖ୍ୟ ପରୀକ୍ଷା ତିଥି- ୨୯ ଜାନୁଆରୀ ୨୦୨୧

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ https://www.sbi.co.inକୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.