ଭାରତୀୟ ଷ୍ଟେଟ ବ୍ୟାଙ୍କରେ ହେଉଛି ବମ୍ପର ଭର୍ତ୍ତି, ଅଗଷ୍ଟ ୧୬ ପର୍ଯ୍ୟନ୍ତ କରିପାରିବେ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ଷ୍ଟେଟ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଛନ୍ତି, ତେବେ ଆପଣ ପାଇଁ ଖୁସି ଖବର। ଭାରତୀୟ ଷ୍ଟେଟ ବ୍ୟାଙ୍କ ( ଏସବିଆଇ)ରେ ୩୮୫୦ ପଦବୀରେ ହେଉଛି ବମ୍ପର ଭର୍ତ୍ତି। ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକାରକ େଓ୍ଵବସାଇଟକୁ ଯାଇ ଅଧିସୂଚନା ପଢିପାରିବେ। ଏହି ଖାଲିପଡିଥିବା ପଦବୀରେ ଆବେଦନ କରିବାର ଶେଷ ତାରି ଅଗଷ୍ଟ ୧୬ ରହିଛି।

ପଦବୀ ବିବରଣୀ :

ସର୍କଲ ବେସଡ ଅଧିକାରୀ (CBO) : ୩୮୫୦

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଅଧିକତମ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ ସଂସ୍ଥାରୁ ସ୍ନାତକ କରିଥିବା ଆବଶ୍ୟକ।

job

ଆବେଦନ ପ୍ରକ୍ରିୟା : ଆବେଦନ କରିବା ପାଇଁ ପ୍ରଥମେ ଅଧିକାରକ େଓ୍ଵବସାଇଟ www.sbi.co.in କୁ ଯାଇ ନୋଟିଫିକେସ ଡାଉନଲୋଡ କରି ପଢନ୍ତୁ। ଏଠାରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆଜିଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୬ ଅଗଷ୍ଟ ରହିଛି।

ଚୟନ ପ୍ରକ୍ରିୟା: ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ସର୍ଟଲିଷ୍ଟ ଏବଂ ସାକ୍ଷାତକାର ଆଧାରରେ ହେବ।

ଅଭିଜ୍ଞତା : କୌଣସି ଗ୍ରାମୀଣ ବ୍ୟାଙ୍କ କିମ୍ବା ସିଡ୍ୟୁଲ୍ଡ କର୍ମସିଆଲ ବ୍ୟାଙ୍କରେ ଅଫିସର ପଦରେ ଅତି କମ୍‌ରେ ଦୁଇ ବର୍ଷ ଅଭିଜ୍ଞତା ରହିଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.