ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ SBI ଆଣିଛି ସୁବର୍ଣ୍ଣ ସୁଯୋଗ, ଦରମା ରହିଛି ୪୧ ହଜାର

ଏସବିଆଇ ଅର୍ଥାତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଜାରି ହୋଇଛି । ଏହି ପ୍ରକ୍ରିୟାରେ ଅବସର ପ୍ରାପ୍ତ ଅଧିକାରୀ ମାନଙ୍କୁ ସୁଯୋଗ ମିଳିବ । ଏହା ସହ ଭଲ ପାରିଶ୍ରମିକ ପାଇବାର ବି ସୁଯୋଗ ରହିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ସେବାନିବୃତ ଅଧିକାରୀ, ପୂର୍ବ ଆସୋସିଏଟ ତଥା ଅନ୍ୟ ପିଏସବି କର୍ମଚାରୀ ମାନଙ୍କ ଠାରୁ ଅନୁବନ୍ଧ ଆଧାରରେ ଆମନ୍ତ୍ରଣ କରାଯାଇଛି । ଯେଉଁ ଆଶାୟୀ ମାନେ ଏନେଇ ଆବେଦନ କରିବାକୁ ଇଚ୍ଛୁକ ଅଛନ୍ତି, ସେମାନେ ଅଫିସିଆଲ ୱେବ ସାଇଟ sbi.co.in/web/careersକୁ ଯାଇ ଅନଲାଇନ ଜରିଆରେ ଆବେଦନ କରିପାରିବେ । ଚ୍ୟାନେଲ ମ୍ୟାନେଜର ଫ୍ୟାସିଲିଟେଟର, ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ଓ ସପୋର୍ଟ ଅଫିସର ସ୍ତରର ୬୪୧ ପଦକୁ ଭର୍ତ୍ତି କରିବା ହେଉଛି ଏସବିଆଇ ଆବେଦନ ଜାରି କରିବାର ଉଦ୍ଦେଶ୍ୟ । ଆଶାୟୀ ମାନଙ୍କ ଚୟନ ସ୍କ୍ରିନିଙ୍ଗ ତଥା ୱାକ ଇନ ଇଣ୍ଟରଭିୟୁ ଆଧାରରେ ହେବ ।

କଣ ରହିଛି ଗୁରୁତ୍ବପୁର୍ଣ୍ଣ ତାରିଖ:

ଅନଲାଇନ ଆବେଦନର ପ୍ରଥମ ତାରିଖ- ମେ ୧୮, ୨୦୨୨

ଅନଲାଇନ ଆବେଦନର ଶେଷ ତାରିଖ- ଜୁନ ୭, ୨୦୨୨

ପୋଷ୍ଟ -ଚ୍ୟନେଲ ମ୍ୟାନେଜର ଫ୍ୟାସିଲିଟେଟର- ଆନି ଟାଇମ ଚ୍ୟାନେଲ(CMF-AC)

ପଦ ସଂଖ୍ୟା- ୫୦୩

ବେତନ- ମାସକୁ ୩୬ ହଜାର

ପୋଷ୍ଟ ଚ୍ୟାନେଲ ମ୍ୟାନେଜର ସୁପରଭାଇଜର- ଏନି ଟାଇମ ଚ୍ୟାନେଲ(CMF-AC)

ପଦ ସଂଖ୍ୟା- ୧୦୩

ବେତନ- ମାସକୁ ୪୧ ହଜାର

ପୋଷ୍ଟ- ସପୋର୍ଟ ଅଫିସର- ଏନି ଟାଇମ ଚ୍ୟାନେଲ(CMF-AC)

ପଦ ସଂଖ୍ୟା- ୮

ଦରମା- ୪୧ ହଜାର

ଅନୁଭବ ଓ ଦକ୍ଷତା ଆଧାରରେ ଆଶାୟୀ ମାନଙ୍କୁ ଏଟିଏମ୍ ସଂଚାଳନ କ୍ଷେତ୍ରରେ ଆନୁଭବ ଥିବା ସେବା ନିବୃତ କର୍ମଚାରୀଙ୍କୁ ସୁଯୋଗ ଦିଆଯିବ । ସେହି କର୍ମଚାରୀଙ୍କ ପାଖରେ ସ୍ମାର୍ଟ ମୋବାଇଲ ଫୋନ ଓ ପିସି/ ମୋବାଇଲ ଆପ/ ଲାପଟପ ମାଧ୍ୟମରେ ଆବଶ୍ୟକତା ଅନୁସାରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଆଶାୟୀଙ୍କ ବୟସ ମେ ୧୮, ୨୦୨୨ ସୁଦ୍ଧା ୬୦ ରୁ ୬୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।

ଇଛୁକ ପ୍ରାର୍ଥୀ ମାନେ sbi.co.in କୁ ଯାଇ ଆସନ୍ତା ମେ ୧୮ ତାରିଖରୁ ଜୁନ ୭ ତାରିଖ ଭିତରେ ଅନଲାଇନ ଜରିଆରେ ଆବେଦନ କରିପାରିବେ । ନିୟମିତ ପଦ ପାଇଁ ଆଶାୟୀ ମାନଙ୍କୁ ଅନୁଭବ ଓ ସାକ୍ଷାତକାର ଆଧାରରେ ଚୟନ କରାଯିବ ।

Leave A Reply

Your email address will not be published.