ଇଞ୍ଜିନିୟର ପଦ ପାଇଁ ବିଜ୍ଞପ୍ତି ଜାରି କଲା SBI, ଆଜିଠୁ କରନ୍ତୁ ଆବେଦନ

ଫାୟାର ଇଞ୍ଜିନିୟର ପଦ ପାଇଁ ବିଜ୍ଞପ୍ତି ଜାରି କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI)। ଇଚ୍ଛୁକ ପ୍ରାର୍ଥୀ ୧୫ ଜୁନ ୨୦୨୧ ରୁ ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ଜମା କରିବାର ଶେଷ ତାରିଖ ରହିଛି ୨୮ ଜୁନ ୨୦୨୧।

ତେବେ ଯେଉଁମାନେ ୨୨ ଡିସେମ୍ବର ୨୦୨୦ ରୁ ୨୭ ଜାନୁଆରୀ ୨୦୨୧ ମଧ୍ୟରେ ପୂର୍ବରୁ ହିଁ ଆବେଦନ କରିସାରିଛନ୍ତି, ସେମାନେ ଆଉ ଆବେଦନ କରିବାର ଆବଶ୍ୟକତା ନାହିଁ।

ଆବେଦନ ଆରମ୍ଭ- ୧୫ ଜୁନ ୨୦୨୧

ଆବେଦନ ଶେଷ- ୨୮ ଜୁନ ୨୦୨୧

ପଦ ନାମ- ଫାୟାର ଇଞ୍ଜିନିୟର

ପଦ ସଂଖ୍ୟା- ୧୬

ଶିକ୍ଷାଗତ ଯୋଗ୍ୟତା- କୌଣସି ନ୍ୟାସନାଲ ଫାୟାର ସର୍ଭିସ କଲେଜରୁ ବିଇ, ବିଟେକ ଡିଗ୍ରୀ ଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା- ସର୍ଟଲିଷ୍ଟିଙ୍ଗ ଓ ଇଣ୍ଟରଭ୍ୟୁ ଆଧାରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.