ଆସୁଛି ଫେଷ୍ଟିଭ୍ ସିଜନ୍: SBI କଲା ଖାସ୍ ଘୋଷଣା, ଗ୍ରାହକଙ୍କୁ ଦେଲା ଏହି ବଡ଼ ଉପହାର

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଗାମୀ ଫେଷ୍ଟିଭ୍ ସିଜିନ୍ ପାଇଁ କେତେକ ଘୋଷଣା କରିଛି। ଏହା ଅଧୀନରେ ବ୍ୟାଙ୍କ ଅଟୋ ଲୋନ୍ ଉପରେ ପ୍ରୋସେସିଙ୍ଗ୍ ଫିସ୍ ବନ୍ଦ କରିଦେଇଛି। ସେହିପରି ଅନଲାଇନ୍ କାର୍ ଲୋନ୍ ଆପ୍ଲାଏ କରିବାକୁ ଥିବା ଗ୍ରାହକମାନଙ୍କୁ ୨୫ ପ୍ରତିଶତ ମୂଳ ବିନ୍ଦୁ ଛାଡ଼ କରିବାକୁ ଘୋଷଣା କରିଛି। ଏହି ଛାଡ଼ କେବଳ ବ୍ୟାଙ୍କ ୱେବସାଇଟ ନଚେତ୍ ୟୋନୋ ଆପରୁ ଲୋନ୍ ନେବାକୁ ଆପ୍ଲାଏ କରିଥିବା ଗ୍ରାହକଙ୍କୁ ହିଁ ମିଳିବ। ଗ୍ରାହକମାନେ ୮.୭୦ ପ୍ରତିଶତ ପ୍ରାରମ୍ଭିକ ସୁଧ ଦରରେ କାର୍ ଲୋନ୍ ପାଇପାରିବେ।
ଏସବିଆଇ ଏଜୁକେଶନ ଲୋନକୁ ନେଇ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି। ଏବେ ବ୍ୟାଙ୍କ ୫୦ ଲକ୍ଷ ଟଙ୍କା ଏଜୁକେଶନାଲ ଲୋନ୍ ଉପରେ ସୁଧ ହାର ୮.୨୫ ପ୍ରତିଶତରୁ ଆରମ୍ଭ କରିଛି। ଏହି ଲୋନ୍ ଆପଣଙ୍କୁ ଉଭୟ ଦେଶ ଏବଂ ବିଦେଶରେ ପଢ଼ିବା ପାଇଁ ମିଳିପାରିବ। ଏହାସହ ଲୋନ୍ ଟଙ୍କା ସୁଝିବା ପାଇଁ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ବର୍ତ୍ତମାନ ଏହାକୁ ୧୫ ବର୍ଷ କରି ଦିଆଯାଇଛି। ତେବେ ବ୍ୟାଙ୍କର ଏହି ନିଷ୍ପତ୍ତି ଯୋଗୁ ଗ୍ରାହକମାନଙ୍କ ଉପରେ ଇଏମଆଇ ବୋଝ କମିଯିବ।
ଏହାସହ ପଢ଼ନ୍ତୁ: ଘରେ ବସି ୧ ଟଙ୍କାରେ ୨୪ କ୍ୟାରେଟ ସୁନା କିିଣିବା କେତେ ଫାଇଦାପୂର୍ଣ୍ଣ ! ଜାଣନ୍ତୁ ଏହା ସହିତ ଜଡିତ ବହୁ…
ଫେଷ୍ଟିଭ୍ ସିଜନକୁ ନଜରରେ ରଖି ବ୍ୟାଙ୍କ ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ପର୍ସନାଲ୍ ଲୋନ୍ ଉପରେ ୧୦.୭୫ ପ୍ରତିଶତ ସୁଧ ହାର ଦେବାକୁ ଘୋଷଣା କରିଛି। ଏଥିପାଇଁ ରି-ପେମେଣ୍ଟର ଅବଧି ବଢ଼ାଇ ୬ ବର୍ଷ କରି ଦିଆଯାଇଛି। ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ୟୋନୋ ଆପ୍ ଜରିଆରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରି ଆପ୍ରଭଡ୍ ଡିଜିଟାଲ ଲୋନ୍ ଦିଆଯିବ। ଏହି ଲୋନ୍ କେବଳ ୫ ମିନିଟ୍ ଭିତରେ ମିଳିଯିବ।