ଆଉ ନୁହେଁ ମାଗଣା, ଏଥର ଟଙ୍କା ଉଠାଇଲେ ଦେବାକୁ ପଡିବ ଚାର୍ଜ

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଏସବିଆଇର ବେଶିକ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ ଉପରେ ସର୍ଭିସ ଚାର୍ଜ ଖୁବଶୀଘ୍ର ବଦଳିବାକୁ ଯାଉଛି । ବ୍ୟାଙ୍କ ତରଫରୁ ଆଗୁଆ ସୂଚନା ଦିଆଯାଇଛିଯେ ଆସନ୍ତା ଜୁଲାଇ ପହିଲାରୁ ଏସବିଆଇ ଆକାଉଣ୍ଟ ହୋଲଡ଼ରଙ୍କ ପାଇଁ ଏକ ନୂଆ ସର୍ଭିସ ଚାର୍ଜ ଲାଗୁ ହେବ । ଚାର୍ଜରେ ପରିବର୍ତ୍ତନ ATM ବିଡ଼ରାଲ, ଚେକ ବୁକ, ମନି ଟ୍ରାନ୍ସ୍ଫର ସମେତ ଅନ୍ୟ ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ଲାଗୁହେବ । କିନ୍ତୁ ଅନ୍ୟପକ୍ଷରେ ବ୍ୟାଙ୍କ ଏହି ଖାତା ଗୁଡିକୁ ସର୍ବନିମ୍ନ ବାଲାନ୍ସ ଲାଗୁ କରୁନାହିଁ । ଅର୍ଥାତ ସର୍ବନିମ୍ନ ବାଲାନ୍ସ ନରହିଲେ ବି କୌଣସି ଅସୁବିଧା ହେବନାହିଁ । ଅର୍ଥାତ ମିନିମମ ବାଲାନ୍ସ ଜିରୋ ରହିଲେ ବି ଉପଭୋକ୍ତାଙ୍କୁ ସେପରି କୌଣସି ଅସୁବିଧା ହେବ ନାହିଁ । ଆକାଉଣ୍ଟ ଧାରୀଙ୍କୁ ମାତ୍ର ଗୋଟେ ଟଙ୍କାରେ ବି ଡେବିଟ କାର୍ଡର ସୁବିଧା ମିଳିଯିବ ।

sbi new rule

କେଉଁଠି କେଉଁଠି ଲାଗିବ ଚାର୍ଜ:

ଏହି ସମସ୍ତ ଚାର୍ଜ ଜୁଲାଇ ପହିଲାରୁ ଲାଗୁ ହେବ । ଏହି ତାରିଖ ପରେ ପ୍ରତି ୪ ଥର ଟଙ୍କା ଉଠାଇଲେ ଚାର୍ଜ ଦେବାକୁ ହେବ । ଆଉ ଏକ ବିଶେଷ କଥା ହେଉଛି ବ୍ରାଞ୍ଚ ଓ ATM ଉଭୟର ଟ୍ରାଞ୍ଜାକ୍ସନକୁ ଗଣାଯିବ । ପୂର୍ବରୁ ପରତି ମାସ ୪ ଥର ଟ୍ରାଞ୍ଜାକ୍ସନକୁ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି । କିନ୍ତୁ ଏହା ପରେ ବ୍ରାଞ୍ଚ କିମ୍ବା ATMରୁ ଟଙ୍କା ଉଠାଇଲେ ୧୫ ଟଙ୍କା ସହିତ GST ଦେବାକୁ ହେବ ।

ଖାଲି ସେତିକି ନୁହେଁ SBIର ବେଶିକ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟର ଖାତାଧାରକଙ୍କୁ ମାତ୍ର ୧୦ଟି ଚେକ ଥିବା ବୁକ ମାଗଣାରେ ମିଳିବ । ଯଦି ଆଉ ଏକ ଚେକ ବୁକ ଚାହିଁବେ ତ ୪୦ ଟଙ୍କା ଅଧିକ ଟଙ୍କା ଦାଖଲ କରିବାକୁ ହେବ । ଏହା ଉପରେ ଜିଏସ୍ଟି ମଧ୍ୟ ଲାଗିବ । ୨୫ ପେଜର ଚେକ ବୁକ ପାଇଁ ୭୫ ଟଙ୍କା ସହ ଜିଏସ୍ଟି ଲାଗିବ ।

କିନ୍ତୁ ବ୍ୟାଙ୍କ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ଚେକବୁକ ଉପରେ କୌଣସି ସର୍ଭିସ ଚାର୍ଜ ଲାଗିବ ନାହିଁ । ଏସବିଆଇ କିମ୍ବା ଅଣ ଏସବିଆଇ ବ୍ରାଞ୍ଚରେ ବିଏସବିଡ଼ି ଖାତାଧାରକ ଦ୍ୱାରା କରାଯାଇଥିବା ଟ୍ରାଞ୍ଜାକ୍ସନ ଉପରେ କୌଣସି ଚାର୍ଜ ଲାଗିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.