ଗ୍ରାଜୁଏସନ କରିଥିଲେ SBI PO ପାଇଁ କରନ୍ତୁ ଆବେଦନ, ୧୬୭୩ ପଦବୀ ପଡିଛି ଖାଲି

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଚାକିରି ପାଇଁ ଇଚ୍ଛୁକ ଥିଲେ ତୁରନ୍ତ କରନ୍ତୁ ଆବେଦନ। ଏସବିଆଇରେ ଖାପଡିଛି ୧୬୭୩ ପ୍ରୋବିସନାରୀ ଅଫିସର ପଦବୀ। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ଆବେଦନ ପ୍ରକ୍ରିୟା ଅନଲାଇନ ମୋଡରେ ଆୟୋଜିତ ହେବ। ତେଣୁ ଆବେଦନ କରିବା ପୂର୍ବରୁ ସଂପୂର୍ଣ୍ଣ ବିବରଣୀ ଭଲଭାବେ ପଢିନିଅନ୍ତୁ। ଏଥିପାଇଁ ଆବେଦନ ପ୍ରକ୍ରିୟା ଜାରି ହୋଇଛି।

ପଦବୀ ବିବରଣୀ : ୧୬୭୩

ପ୍ରୋବିସନାରୀ ଅଫିସର(PO)

ଅନୁସୂଚିତ ଜାତି : ୨୭୦

ଅନୁସୂଚିତ ଜନଜାତି : ୧୩୨

ଓବିସି: ୪୬୪

ସାଧରଣ ବର୍ଗ: ୬୪୮

EWS: ୧୬୦

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଶେଷ ୧୨ ଅକ୍ଟୋବର ୨୦୨୨ରେ ହେବ। ଏଥିପାଇଁ ପ୍ରାରମ୍ଭିକ ପରୀକ୍ଷା ୧୭ ରୁ ୨୦ ସେପ୍ଟେମ୍ବର ମଧ୍ୟରେ ହେବ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନରେ ଡିଗ୍ରୀ କରିଥିବା ଜରୁରୀ। କୌଣସି ଷ୍ଟ୍ରିମର ଗ୍ରାଜୁଏଟ ପ୍ରାର୍ଥୀ ଏହି ଭର୍ତ୍ତି ପାଇଁ ଆବେଦନ କରିପାରିବେ।

ବୟସ ସୀମା : ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଇଚ୍ଛୁକ, ସେମାନଙ୍କ ବୟସ ୨୧ ବର୍ଷରୁ ଅଧିକ ହେବା ଜରୁରୀ। ସର୍ବାଧିକ ବୟସ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି।

ଦରମା : ଏହି ପଦବୀରେ ଚୟନ ହେବା ପ୍ରାର୍ଥୀଙ୍କୁ ପ୍ରତିମାସକୁ ୬୩,୮୪୦ ଟଙ୍କା ପ୍ରଦାନ କରାଯିବ। ଏହାସହିତ ଅନେକ ଲାଭ ମିଳିବ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀ ୭୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି, PWD ପ୍ରାର୍ଥୀ ନିଶୁଳ୍କ ଆବେଦନ କରିବେ।

ଆବେଦନ ପ୍ରକ୍ରିୟା :

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ୍‌ sbi.co.in କୁ ଯାଆନ୍ତୁ।

ହୋମପେଜରେ Whats New ଲିଙ୍କରେ କ୍ଲିକ୍‌ କରନ୍ତୁ।

ଏଥିରେ State Bank of India SBI Probationary Officers Online Form 2022 for 1673 Post ଲିଙ୍କ ଉପରେ କ୍ଲିକ କରନ୍ତୁ।

ତା’ ପରେ ଏଠାରେ କ୍ଲିକ କରି ଆପ୍ଲାଏ ଉପରେ କ୍ଲିକ କରନ୍ତୁ।

ତା’ ପରେ ଦରକାର ଥିବା ସମସ୍ତ ବିବରଣୀ ଭରିବା ପରେ ଫର୍ମକୁ ସବମିଟ୍‌ କରନ୍ତୁ।

ଆବେଦନ ପ୍ରକ୍ରିୟା ସରିବା ପରେ ଏହାର ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ;

https://www.careerpower.in/2022/sbi-po-notification-pdf.pdf

Also Read : GAIL ରେ ଚାକିରି ସୁଯୋଗ: ସିନିଅର ଇଂନିଜିୟର, ମ୍ୟାନେଜର ସମେତ ଅନେକ ପଦବୀ ଖାଲି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.