୮୦ ହଜାର ଟଙ୍କା ମଧ୍ୟରେ ଭଲ ମାଇଲେଜ୍ ଦେଉଥିବା ସ୍କୁଟର, ୧ ଲିଟର ପେଟ୍ରୋଲରେ ଚଲାଇବେ କେତେ କିଲୋମିଟର?

ଭାରତୀୟ ବଜାରରେ ୮୦ ହଜାର ଟଙ୍କା ମଧ୍ୟରେ ଅନେକ ପାୱାରଫୁଲ୍ ସ୍କୁଟର ଉପଲବ୍ଧ । ଏହି ଲିଷ୍ଟରେ Honda, TVS, Ola ଏବଂ Hero ଭଳି ମଡେଲଗୁଡିକ୍ ଉପଲବ୍ଧ । ଏହି ଟୁ-ହୁଇଲରଗୁଡିକ ଭଲ ମାଇଲେଜ୍ ପ୍ରଦାନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସ୍କୁଟରଗୁଡିକ ୮୦ ହଜାର ଟଙ୍କା ମଧ୍ୟରେ ଭଲ ମାଇଲେଜ୍ ପ୍ରଦାନ କରିଥାନ୍ତି ଏବଂ ସେମାନଙ୍କର ପ୍ରାଇସ୍ କେତେ ।

Honda Activa :

Honda Activa 6G ରେ ୪-ଷ୍ଟ୍ରୋକ୍ SI ଇଞ୍ଜିନ୍ ଲାଗିଛି । ସ୍କୁଟରର ଥିବା ଏହି ଇଞ୍ଜିନ୍ ୮,୦୦୦ rpm ରେ ୫.୭୭ kW ର ପାୱାର ମିଳିଥାଏ ଏବଂ ୫,୫୦୦ rpm ରେ ୮.୯୦ Nm ର ଟର୍କ ମିଳିଥାଏ । Honda ର ଏହି ସ୍କୁଟରଟି ଗୋଟିଏ ଲିଟର ପେଟ୍ରୋଲରେ ୪୭ କିଲୋମିଯର ଦୂରତା ଅତିକ୍ରମ କରିବାର ଦାବି କରିଛି । Honda Activa ର ଏକ୍ସ-ସୋରୁମ୍ ପ୍ରାଇସ୍ ୭୮,୬୮୪ ଟଙ୍କାରୁ ଆରମ୍ଭ ହେଉଛି ।

TVS Jupiter :

TVS Jupiter ରେ ସିଙ୍ଗଲ-ସିଲିଣ୍ଡର, ୪-ଷ୍ଟ୍ରୋକ୍ ଇଞ୍ଜିନ୍ ଲଗାଯାଇଛି । TVS Jupiter ରେ ଲାଗିଥିବା ଏହି ଇଞ୍ଜିନ୍ ୫.୯ kW ର ପାୱାର ଏବଂ ୯.୨ Nm ର ଟର୍କ ମିଳିଥାଏ । ଏହି ଟୁ-ହୁଇଲରରେ CVT ଅଟୋମେଟିକ୍ ଟ୍ରାନ୍ସମିସନ୍ ଲଗାଯାଇଛି । ଏହି ସ୍କୁଟର ଗୋଟିଏ ଲିଟର ପେଟ୍ରୋଲରେ ୫୩ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଦାବି କରୁଛି । TVS Jupiter ର ଏକ୍ସ-ସୋରୁମ୍ ପ୍ରାଇସ୍ ୭୬,୬୯୧ ଟଙ୍କାରୁ ଆରମ୍ଭ ହେଉଛି ।

Hero Pleasure :

Hero Pleasure ହେଉଛି ଗୋଟିଏ ଦମଦାର୍ ସ୍କୁଟର । ଏହି ଟୁ-ହୁଲର ଗାଡିର ଏକ ଏୟାର-କୁଲ୍ଡ, ୪-ଷ୍ଟ୍ରୋକ୍, ସିଙ୍ଗଲ-ସିଲିଣ୍ଡର, OHC ଇୟ୍ଜିନ୍ ଅଛି । ଯାହା ୭୦୦୦ rpm ରେ ୬.୦kW ର ପାୱାର ମିଳିଥାଏ ଏବଂ ୫,୫୦୦ rpm ରେ ୮.୭ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ସ୍କୁଟର ଗୋଟିଏ ଲିଟର ପେଟ୍ରୋଲରେ ୫୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ । Hero Pleasure ର ଏକ୍ସ-ସୋରୁମ୍ ପ୍ରାଇସ୍ ୭୧,୭୬୩ ଟଙ୍କାରୁ ଆରମ୍ଭ ହେଉଛି ।

OLA S1X :

ଭାରତରେ ସେଲ୍ ହେଉଥିବା ସ୍କୁଟର ଲିଷ୍ଟରେ ଇଲେକ୍ଟ୍ରିକ୍ ସ୍କୁଟର OLA S1X ର ନାମ ମଧ୍ୟ ସାମିଲ୍ ଅଛି । ଏହି ସ୍କୁଟରର ଏକ୍ସ-ସୋରୁମ୍ ପ୍ରାଇସ୍ ୭୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ଏହି EV ତିନୋଟି ବ୍ୟାଟେରୀ ପ୍ୟାକ୍ ସହିତ ରହିଛି ଯାହା- ୨ kWh, ୩ kWh ଏବଂ ୪ kWh ର ଅପ୍ସନ ସହିତ ଆସିଥାଏ । ଏହି ସ୍କୁଟରର ୨ kWh ର ବ୍ୟାଟେରୀ ପ୍ୟାକ୍ ସିଙ୍ଗଲ ଚାର୍ଜରେ ୯୫ କିଲୋମିଟରର ରେଞ୍ଜ ମିଳିଥାଏ । ଏହାର ୩ kWh ର ବ୍ୟାଟେରୀ ପ୍ୟାକ୍ ସିଙ୍ଗଲ ଚାର୍ଜରେ ୧୫୧ କିଲୋମିଟର ରେଞ୍ଜ ଦେଇଥାଏ । ଏଥି ସହ ଏହାର ୪ kWh ର ବ୍ୟାଟେରୀ ପ୍ୟାକ୍ ସହିତ ଏହି ସ୍କୁଟରକୁ ୧୯୩ କିଲୋମିଟର ପର୍ଯ୍ୟନ୍ତ ଚଲାଇହେବ ।