SEBI ରେ ଅନେକ ପଦବୀ ଖାଲି: ମାସକୁ ଦରମା ୬୦ ହଜାର, ଜାଣନ୍ତୁ କେମିତି କରିବେ ଆବେଦନ

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ପକ୍ଷରୁ ଜବ୍ ନୋଟିଫିକେସନ ଜାରି ହୋଇଛି। ସିକ୍ୟୁରିଟିଜ ମାର୍କେଟ୍ ଅପରେସନ୍ସ (SMO), ଆଇନ, ରିସର୍ଚ୍ଚ ଏବଂ ଆଇଟି ବିଭାଗରେ ଭର୍ତ୍ତି ପାଇଁ ପଦବୀ ଖାଲି ପଡିଛି। ଯେଉଁ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୫ ଜାନୁଆରୀ ୨୦୨୨ ରହିଛି। ନୋଟିସ ଅନୁସାରେ ଏଠାରେ ମୋଟ ୩୮ ପଦବୀ ଖାଲିପଡିଛି। ସେବି ଦ୍ୱାରା ୟଙ୍ଗ ପ୍ରଫେସନାଲ ପ୍ରୋଗ୍ରାମ ଅଧିନରେ ପ୍ରାର୍ଥୀଙ୍କ ଚୟନ ୧ ବର୍ଷ ପାଇଁ କରାଯିବ। ଏହା ପରେ ଅବଧିକୁ ଅଧିକ ଦିନ ପର୍ଯ୍ୟନ୍ତ ବଢାଇଦିଆଯିବ। ଏହା ପ୍ରାର୍ଥୀଙ୍କ କାମ ପ୍ରଦର୍ଶନକୁ ଦେଖି କରାଯିବ। ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟ୍ sebi.gov.inକୁ ଯାଇ ଆପ୍ଲାଏ କରିପାରିବେ।
ପଦବୀ ବିବରଣୀ: ୩୮
ସିକ୍ୟୁରିଟିଜ ମାର୍କେଟ୍ ଅପରେସନ୍ସ (SMO): ୧୬
ୟଙ୍ଗ ପ୍ରଫେସନାଲ (ଆଇନ) : ୧୦
ୟଙ୍ଗ ପ୍ରଫେସନାଲ (ରିସର୍ଚ୍ଚ): ୬
ୟଙ୍ଗ ପ୍ରଫେସନାଲ ( ଆଇଟି): ୬
ଆବେଦନ କରିବାର ଶେଷ ତାରିଖ ୨୫ ଜାନୁଆରୀ ୨୦୨୨ ରହିଛି ।
ଶିକ୍ଷାଗତ ଯୋଗ୍ୟତା:
ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ପାଖରେ ମ୍ୟାନେଜମେଣ୍ଟ(ଫାଇନାନ୍ସ) ଡିଗ୍ରୀରେ ଉତ୍ତୀର୍ଣ୍ଣ କିମ୍ବା ସିଏ/ସିଏମ୍ଏରେ ଅତିକମରେ ୫୦ ପ୍ରତିଶତ ମାର୍କ ସହିତCFA ରେ ୩ଟି ଲେବଲ ଉତ୍ତୀର୍ଣ୍ଣ ହୋଇଥିବା ଜରୁରୀ। ଏହାସହିତ ପ୍ରାର୍ଥୀଙ୍କ ପାଖରେ ୧ ବର୍ଷର ଅନୁଭବ ହେବା ଜରୁରୀ।
ପ୍ରଫେସନାଲ (ଆଇନ) ପାଇଁ ପ୍ରାର୍ଥୀ ସର୍ବନିମ୍ନ ୬୦୦ ପ୍ରତିଶତ ଅଙ୍ଗ ସହିତ ଲ’ରେ ଡିଗ୍ରୀ କରିଥିବା ସହିତ ବର୍ଷକର ଅଭିଜ୍ଞତା ଥିବା ଜରୁରୀ। ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ଗ୍ରହଣ କରାଯାଉଛି।
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହେବା ଜରୁରୀ ନୁହେଁ। ଅଧିକ ବିବରଣୀ ପାଇଁ ନୋଟିଫିକେସନ ଦେଖନ୍ତୁ।
ଦରମା: ୟଙ୍ଗ ପ୍ରଫେସନାଲ ପଦବୀରେ ଚୟନ ହେବା ପ୍ରାର୍ଥୀଙ୍କୁ ପ୍ରତିମାସକୁ ୬୦ ହଜାର ଟଙ୍କା ପ୍ରଦାନ କରାଯିବ। ମୁମ୍ବାଇରୁ ବାହାର ଥିବା ପ୍ରାର୍ଥୀଙ୍କୁ ଆବାସିକ ସୁବିଧା ମଧ୍ୟ ପ୍ରଦାନ କରାଯିବ। ପ୍ରାର୍ଥୀ କେବଳ ଗୋଟେ ପଦବୀ ପାଇଁ ଆବେଦନ କରିପାରିବେ। ଜଣେ ପ୍ରାର୍ଥୀ ଭିନ୍ନ ଭିନ୍ନ ପଦବୀ ପାଇଁ ଆବେଦନ କରିପାରିବେ ନାହିଁ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ କରାଯାଇଥିବା ଆବେଦନ ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ। ଦୁଇଟି ଇଣ୍ଟରଭ୍ୟୁ ହେବ। ପ୍ରଥମ ଇଣ୍ଟରଭ୍ୟୁରେ ପାସ୍ ହେବା ପରେ ପ୍ରାର୍ଥୀଙ୍କୁ ଫାଇନାଲ ଇଣ୍ଟରଭ୍ୟୁ ପାଇଁ ଡକାଯିବ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:
https://www.sebi.gov.in/sebiweb/other/careerdetail.jsp?careerId=196