ସୋସିଆଲ ମିଡ଼ିଆରେ ଭ୍ରାନ୍ତ ଟିପ୍ସ ଦେଉଥିବା ଗୁଜବକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା SEBI

ସେୟାର ମାର୍କେଟର ରେଗୁଲେଟର ଏଜେନ୍ସି ସେବି(SEBI) ବିଭିନ୍ନ ସୋସିଆଲ ମିଡିଆ ମାନଙ୍କରେ ସ୍ଟକ ଟିପ୍ସ ଦେଉଥିବା ଦୁର୍ବୁର୍ତ୍ତ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେବି ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଅଧିନରେ ଭିନ୍ନ ଭିନ୍ନ ସହର ମାନଙ୍କର ୭ ଜଣ ବ୍ୟକ୍ତି ତଥା ଏକ କମ୍ପାନିକୁ ନେଇ ପରୀକ୍ଷା ଆରମ୍ଭ କରିଥିଲା । ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କୁ ସେୟାର ବଜାର ମାନଙ୍କରେ ନିବେଶ କରିବା ନେଇ ସ୍ଟକ ଟିପ୍ସ ଦିଆଯାଇ ଥାଏ । ଗୁଜୁରାଟର ଅହମଦାବାଦ, ଭାବ ନଗର, ମଧ୍ୟ ପ୍ରଦେଶର ନିମଂଚ, ଦିଲ୍ଲୀ, ମୁମ୍ବାଇ ଆଦି ସ୍ଥାନ ମାନଙ୍କରେ ସେବି ତରଫରୁ ତନାଘନା ଆରମ୍ଭ କରାଯାଇଥିଲା ।

ନିକଟରେ ଜାରି ହୋଇଥିବା ଏକ ବୟାନରେ ସେବି ତରଫରୁ କୁହାଯାଇଛିକି ଏପରି ଏକ ବଡ ଧରଣର ଧରପଗଡ଼ ସମୟରେ ତାଙ୍କ ହାତରେ ଅନେକ ଜରୁରୀ କାଗଜ ପତ୍ର ସମେତ କେତେଗୁଡିଏ ରେକର୍ଡ ହସ୍ତଗତ ହୋଇଥିଲା । ଯେଉଁଥିରେ ପ୍ରଚୁର ମାତ୍ରାରେ ଲ୍ୟାପଟପ, ମୋବାଇଲ ଫୋନ, ଡେକ୍ସ ଟପ, ଟ୍ୟାବଲେଟସ, ହାର୍ଡ ଡ୍ରାଇଭ, ପେନ ଡ୍ରାଇଭ ଆଦି ଜବତ ହୋଇଥିଲା । ଯାହାର ବ୍ୟବହାର ସାଧାରଣତଃ ସ୍ଟକ ଟିପ୍ସ ଦେବାପାଇଁ କରାଯାଇଥାଏ । ଏହି ମାମଲାରେ SEBI ପକ୍ଷରୁ ବିସ୍ତୃତ ଭାବରେ ତନାଘନା କରାଯାଇଥାଏ । SEBI ଅନୁଯାୟୀ ସେ ପ୍ରାୟ ୯ ଟେଲିଗ୍ରାମ ଟନେଲସ ଜବତ କରିଥିଲା ଯେଉଁଥିରେ ପାଖାପାଖି ୫୦ ଲକ୍ଷ ସବସ୍କ୍ରାଇବର ଉପସ୍ଥିତ ଥିଲେ ।ଯେଉଁ ମାନଙ୍କୁ ଟେଲିଗ୍ରାମ ମାଧ୍ୟମରେ ସ୍ଟକ ଟିପ୍ସ ଦିଆଯାଇ ଆସୁଥିଲା । ଏହି ଅନୁରୋଧ ଜରିଆରେ ହିଁ ନିବେଶକ ମାନଙ୍କର ଉତ୍ସାହକୁ ବୃଦ୍ଧି କରାଯାଇ ସେମାନଙ୍କୁ ସେୟାର ମାର୍କେଟ ମାନଙ୍କରେ ବିନିଯୋଗ କରିବା ପାଇଁ ଆକର୍ଷିତ କରାଯାଇଥାଏ | ଯାହା ଦ୍ୱାରା ଆର୍ଟିଫିସିଆଲ ଭାବରେ ସେୟାର ଗୁଡିକର ଦର ଓ ତାହାର ପରିମାଣ ଗୁଡିକୁ ବଢ଼ାଇ ଦିଆଯାଇପାରେ । ଯାହା ପରେ ଏହା ସହ ଜଡିତ କମ୍ପାନୀ ଗୁଡିକ ଏକ ବଡ ଆକାରର ଲାଭ ହାସଲ କରି ସେୟାର ଗୁଡିକୁ ବିକ୍ରି କରିଥାନ୍ତି | ଆଉ ଏହାଦ୍ୱାରା ଖୁଚୁରା ନିବେଶକ ମାନଙ୍କୁ ଏକ ବଡ ଧରଣର କ୍ଷତି ସହିବାକୁ ପଡିଥାଏ ।

ସେବି ପୁଣି ଥରେ ନିବେଶକ ମାନଙ୍କୁ ସତର୍କ ରହିବା ତଥା ଟେଲିଗ୍ରାମ, ହ୍ୱାଟ୍ସ ଅପ, ଇନ୍ଷ୍ଟଗ୍ରାମ ତଥା ଫେସବୁକ ପରି ପ୍ଲାଟ୍ଫର୍ମ ମାଧ୍ୟମରେ ମିଳୁଥିବା ନିବେଶ ଟିପ୍ସ ଗୁଡିକ ଉପରେ ଭରଷା ନକରିବାକୁ ପରାମର୍ଶ ଦେଇଛନ୍ତି । ଏବାବଦରେ କୌଣସି ସୂତ୍ରରୁ ତଥ୍ୟ ମିଳିବା ପରେ ସେବି ପକ୍ଷରୁ ତନାଘନା ଆରମ୍ଭ କରାଯାଇଥିଲା । କିଛି କମ୍ପାନୀ ସମ୍ବନ୍ଧରେ ଏହିପରି ସ୍ଟକ ଟିପ୍ସ ଓ ସୁପାରିଶ ଗୁଡିକୁ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.