ସେୟାର ବଜାରରେ ଉତ୍ସାହ, ପ୍ରଥମ ଥର ସେନସେକ୍ସ ଛୁଇଁଲା ୮୫ ହଜାର

ସେୟାର ବଜାରରେ ଉତ୍ସାହ । ସେନସେକ୍ସ ଛୁଇଁଲା ୮୫ ହଜାର । ୨୬ ହଜାର ପାଖେଇଲା ନିଫ୍ଟି । ଆଜି ବମ୍ୱେ ଷ୍ଟକ ଏକ୍ସଚେଞ୍ଜର ସମ୍ବେଦନଶୀଳ ସୂଚକାଙ୍କ ୮୫ ହଜାର ପଏଣ୍ଟ ଛୁଇଁଛି। ଆଜି କାରବାର ଆରମ୍ଭରୁ ସେନସେକ୍ସ ପ୍ରାୟ ଶହେ ପଏଣ୍ଟ ବଢିଥିଲା । ବିଏସଇରେ ଗତ କିଛି ଦିନ ହେଲା ରେକର୍ଡ ରନ୍ ଦେଖିବାକୁ ମିଳିଛି । ୧୨ ଦିନରେ ୨ ହଜାର ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଛି ।

ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ପ୍ରଥମରୁ କମ୍‌ ପଏଣ୍ଟ ସହ ସହିତ କାରବାର ଆରମ୍ଭ କରିଥିଲା । କିନ୍ତୁ, ଚୀନ୍ ଏବଂ ଅନ୍ୟ ଏସୀୟ ବଜାରରୁ ସକରାତ୍ମକ ସଙ୍କେତ ପାଇବା ପରେ ହଠାତ ଏଥିରେ ବୃଦ୍ଧି ଦେଖାଦେଇଥିଲା।ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ନାଲି ରଙ୍ଗରେ ଖୋଲିଥିଲେ । ପ୍ରି-ଓପନିଂ ସେସନ୍‌ରେ ସେନ୍ସେକ୍ସ ୬୭.୮୮ ପଏଣ୍ଟରେ ଏବଂ ନିଫ୍ଟି ୧୭.୬୦ ପଏଣ୍ଟରେ ଖୋଲିଥିଲା ​​। ସକାଳ ୯ଟା ୧୫ରେ, ସେନ୍ସେକ୍ସ ୧୨୯.୩୪ ପଏଣ୍ଟ ହ୍ରାସ ପାଇ ୮୪,୭୯୯.୨୭ରେ ପହଞ୍ଚିଥିବା ବେଳେ ନିଫ୍ଟି ୨୫,୯୨୨.୭୦ରେ ୧୬.୩୫ ପଏଣ୍ଟ ଖସିଥିଲା । କିନ୍ତୁ ତା’ପରେ ଉଭୟ ଭଲ ରିକଭରି କରିଥିଲେ। ସକାଳ ୧୦ଟା ୦୫ସୁଦ୍ଧା ୮୫ ହଜାର ଛୁଇଁଛି ସେନସେକ୍ସ। ସେହିପରି ନିଫ୍ଟି ବି ୨୬ ହଜାର ମାର୍କ ନିକଟତର ହୋଇଛି।

ସେହିପରି ଅଗଷ୍ଟ ୧ରେ ସେନସେକ୍ସ ୮୧ ହଜାର ପଏଣ୍ଟ ଛୁଇଁଥିଲା। ଏହାପରେ ସେପ୍ଟେମ୍ବର ୧୨ରେ ୮୩ ହଜାର, ସେପ୍ଟେମ୍ବର ୨୦ରେ ୮୪ ହଜାର ଓ ଆଜି ୮୫ ହଜାର ଛୁଇଁଛି। ବିଶେଷ କରି ଷ୍ଟିଲ କମ୍ପାନୀର ସେୟାରଗୁଡ଼ିରେ ବୃଦ୍ଧି ଦେଖିବାକୁ ମିଳିଛି। ଟାଟା ଷ୍ଟିଲ, ଜେଏସଡବ୍ଲୁ ଷ୍ଟିଲ୍ ଏବଂ ପାୱାର ଗ୍ରୀଡ଼ ଅଧିକ ଲାଭବାନ ହୋଇଛନ୍ତି। ସେପଟେ ନିଫ୍ଟିରେ ମଧ୍ୟ ଆଜି ପ୍ରାୟ ୩୦ ପଏଣ୍ଟ ବଢ଼ି ୨୫ ହଜାର ୯୭୦ ପଏଣ୍ଟରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like