୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ଏବେ ରେଡ ଜୋନରେ ସବୁ ସେକ୍ଟର

ପ୍ରାୟ ସମସ୍ତ କ୍ଷେତ୍ରରେ ହେଉଥିବା ବିକ୍ରି ବଟା କାରଣରୁ ସ୍ଟକ ମାର୍କେଟକୁ କୌଣସି ପଟରୁ କିଛି ବି ସପୋର୍ଟ ମିଳୁନାହିଁ । ହୁଏତ ଏହି କାରଣରୁ ଘରୋଇ ସ୍ଟକ ମାର୍କେଟ ଗତ ୭ ମାସ ଧରି ଖସି ଖସି ଚାଲିଥିବା ଲକ୍ଷ କରାଯାଇଛି । ଆଜି ଅର୍ଥାତ ଗୁରୁବାର ବଜାର ଖୋଲିବା ମାତ୍ରେ ନିଫ୍ଟି ୧୬ ହଜାର ପଏଣ୍ଟ ତଳକୁ ଖସିଥିବା ଜଣାଯାଇଛି । ଆଉ ସେପଟେ ବିଏସ୍ସି ସେନ୍ସେକ୍ସ ବି କ୍ଷତିରେ ଚାଲିଥିବା ନେଇ ରେକର୍ଡ ହୋଇଛି । ମାର୍କେଟ ଖୋଲିବା ମାତ୍ରେ ୮୦୦ ପଏଣ୍ଟ ତଳକୁ ଖସିଥିବା ନେଇ ଜଣାଯାଇଛି ।

ଘରୋଇ ବଜାର ଖୋଲାଯିବା ପୂର୍ବରୁ ଏମିତିକି ଆଜି ବି ଏକ ବଡ ଧରଣର କ୍ଷତି ହୋଇଥିବା ନେଇ ରେକର୍ଡ ହୋଇଥିଲା । ବିଏସସି ସେନ୍ସେକ୍ସ ୪୮୦ ପଏଣ୍ଟ ତଳକୁ ଖସି ଆସିଥିଲା । ସିଙ୍ଗାପୁର ଏକ୍ସଚେଂଜରେ ନିଫ୍ଟିରେ ମଧ୍ୟ ଏକ ବଡ ଧରଣର ପରିବର୍ତ୍ତନ ହୋଇଥିବା ଲକ୍ଷ କରାଯାଇଛି । ସେସନ ଆରମ୍ଭ ହେବା କ୍ଷଣି ନିଫ୍ଟି ପ୍ରାୟ ୭୦୦ ପଏଣ୍ଟ ତଳକୁ ଖସିଥିବା ନେଇ ରେକର୍ଡ ହୋଇଛି । ଟ୍ରେଡିଂ ହେବାରରେ ମାତ୍ର କିଛି ମିନିଟ ଭିତରେ ଜଣାପଡି ଯାଇଥିଲାକି ସ୍ଟକ ଏକ୍ସଚେଞ୍ଜ ପାଇଁ ଆଜିର ଦିନଟି ବି ସେତେଟା ଭଲ ଯିବନି । ସକାଳ ୯ ଟା ସୁଦ୍ଧା ସେନ୍ସେକ୍ସ ୮୦୦ ରୁ ୫୩ ହଜାର ୩୦୦ ପଏଣ୍ଟକୁ ଖସି ଆସିଥିଲା । ଯେବେକି ନିଫ୍ଟି ୨୫୦ ପଏଣ୍ଟ କ୍ଷତି ସହିତ ୧୫ ହଜାର ୯୩୦ ପଏଣ୍ଟ ତଳେ ଟ୍ରେଡ଼ କରୁଥିଲା । ବ୍ୟବସାୟ ବଢିବା ସହିତ ମାର୍କେଟ କିନ୍ତୁ ଖସିବାକୁ ଲାଗିଥିଲା । ଥର କରେ ସେନ୍ସେକ୍ସ ୧୦୦୦ ରୁ ବି ଅଧିକ କ୍ଷତିରେ ଚାଲିଥିଲା ।

ନିଫ୍ଟି ବି ପାଖାପାଖି ୨ ପ୍ରତିଶତ ତଳକୁ ଖସିଥିଲା । ଆଜିର ବ୍ୟବସାୟରେ ବିଏସ୍ସିର ସମସ୍ତ ସେକ୍ଟର ରେଡ ଜୋନରେ ଥିବା ଜଣାଯାଇଛି । ଶକ୍ତି, ମେଟାଲ, ୟୁଟିଲିଟୀ ପରି କ୍ଷେତ୍ର ତିନି ତିନି ପ୍ରତିଶତ ଖସିଥିବା ଜଣାଯାଇଛି । ୩୦ ଗୋଟି ସେନ୍ସେକ୍ସ କମ୍ପାନୀ ମାନଙ୍କ ମଧ୍ୟରୁ HCL Tech ଓ TCS ପରି କମ୍ପାନୀ ହିଁ କେବଳ ଗ୍ରୀନ ଜୋନରେ ଥିବା ଜଣାଯାଇଛି । ବ୍ୟାଙ୍କିଙ୍ଗ ତଥା ଫାଇନାନ୍ସ ସେକ୍ଟର ବି କ୍ଷତିରେ ଚାଲିଥିବା ସୂଚନା ମିଳିଛି । କହିରଖିବା ଉଚିତ ହେବକି ବୁଧବାର ସକାଳ ସମୟରେ ଯଦିବା ଏକ ଭଲ ଆରମ୍ଭ ହୋଇଥିଲା କିନ୍ତୁ ପରେ ସେନସେକ୍ସ ବଜାର ଖସିଯାଇଥିଲା । କେବଳ ଆଜି କିମ୍ବା କାଲି ନୁହେଁ ଚଳିତ ସପ୍ତାହ ଧରି ସେନ୍ସେକ୍ସ ବଜାରକୁ ବେଶ କ୍ଷତି ସହିବାକୁ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.