କମିବା ପରେ ପୁଣି ବଢ଼ିଲା ସେନସେକ୍ସ

ମୁମ୍ବାଇ : ଷ୍ଟକ୍ ମାର୍କେଟରେ ଭଲ କାରବାର ଯୋଗୁଁ ପୁଣି ରେକର୍ଡ଼ ପଏଣ୍ଟରେ ପହଞ୍ଚିଛି ସେନେସେକ୍ସ । ସେହିପରି ନିଫଟି ମଧ୍ୟ ରେକର୍ଡ଼ ସ୍ତରରେ । ଆଜି ନିଫଟି ପ୍ରଥମଥର ଲାଗି ୧୧,୫୦୦ ପଏଣ୍ଟ ଟପି ୧୧,୫୪୫ରେ ପହଞ୍ଚିଥିଲା । ସେହିପରି ସେନସେକ୍ସ ୩୮,୨୨୧ ପଏଣ୍ଟ ଛୁଇଁଛି । ପୂର୍ବରୁ କିଛି ଦିନ ଏହା ତଳମୁହାଁ ହୋଇଥିଲା ।