ସେୟାର ବଜାର ଉପର ମୁହାଁ: ନିଫ୍ଟି, ସେନସେକ୍ସରେ ବୃଦ୍ଧି

ଭାରତୀୟ ସେୟାର ବଜାର ମଙ୍ଗଳବାର ସକାରାତ୍ମକ ଧାରାରେ ଖୋଲିଛି । ପ୍ରାରମ୍ଭିକ ସେସନରେ ଉଭୟ ସୂଚକାଙ୍କରେ ବୃଦ୍ଧି ଦେଖାଯାଇଛି । ନିଫ୍ଟି ୫୦ ଇଣ୍ଡେକ୍ସ ୭୫.୭୫ ଅଙ୍କ (୦.୩୨ ପ୍ରତିଶତ) ବୃଦ୍ଧି ସହିତ ୨୩,୫୨୯.୫୫ରେ ଖୋଲିଥିବା ବେଳେ ବିଏସଇ ସେନସେକ୍ସ ୨୦୮.୯୯ ଅଙ୍କ (୦.୨୭ ପ୍ରତିଶତ) ବୃଦ୍ଧି ସହିତ ୭୭,୫୪୮ରେ ଖୋଲିଛି ।

ବିଶେଷଜ୍ଞମାନେ କହିଛନ୍ତି ଯେ ବଜାର ଓଭରସୋଲ୍ଡ ଅଞ୍ଚଳରେ ରହିଛି । ଯଦିଓ ନିଫ୍ଟିର ଉଚ୍ଚ ସ୍ତରକୁ ହଠାତ୍ ବାଉନ୍ସ ଆଶା କରାଯାଉ ନ ଥିବା ବେଳେ ବଜାର ଗୁଡ଼ିକ ବର୍ତ୍ତମାନର ସ୍ତର ଆଖପାଖରେ ଏକତ୍ରିତ ହୋଇପାରେ । ଗତ କାଲି ନିଫ୍ଟି ହ୍ରାସରେ ବନ୍ଦ ହୋଇଥିଲା, ଯାହା କି, କ୍ରମଶଃ ୭ମ ଦୈନିକ କ୍ଷତି ଥିଲା ।

ଏନଏସଇ (NSE) ରେ ଥିବା ସେକ୍ଟରାଲ ଇଣ୍ଡେକ୍ସରେ ନିଫ୍ଟି ରିୟଲ୍ଟି ଇଣ୍ଡେକ୍ସ ୧.୬୪ ପ୍ରତିଶତ ବୃଦ୍ଧି ସହିତ ସର୍ବାଧିକ ଲାଭକାରୀ ଭାବରେ ଖୋଲିଛି । ନିଫ୍ଟି ଅଏଲ୍ ଆଣ୍ଡ ଗ୍ୟାସରେ ମଧ୍ୟ ୧.୫୬ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ତେବେ ଏହି ରିପୋର୍ଟ ଲେଖା ହେବା ସମୟରେ ଅନ୍ୟ ସମସ୍ତ ସେକ୍ଟରାଲ ଇଣ୍ଡେକ୍ସ ବି ସବୁଜ ରଙ୍ଗରେ ରହିଥିଲା ।

ନିଫ୍ଟି ୫୦ ତାଲିକାରେ ୪୦ଟି ଷ୍ଟକ୍ ଲାଭ ସହିତ ଖୋଲିଥିବା ବେଳେ ପ୍ରାରମ୍ଭିକ କାରବାରରେ ମାତ୍ର ୧୦ଟି ଷ୍ଟକରେ ହ୍ରାସ ପରିଲକ୍ଷିତ ହୋଇଥିଲା ।

ଅନ୍ୟ ଏସୀୟ ବଜାରରେ ଜାପାନର ନିକେଇ ୨୨୫ରେ ୦.୭୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ହଂକଂର ହ୍ୟାଙ୍ଗ୍ ସେଙ୍ଗରେ ୦.୩୧ ପ୍ରତିଶତ ବୃଦ୍ଧି ହୋଇଛି । ଏହିପରି ଦକ୍ଷିଣ କୋରିଆର କୋସପି ସୂଚକାଙ୍କରେ ୦.୩୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ।

ତାଇୱାନର ବଜାର ଗୁଡ଼ିକରେ ୧.୩୯ ପ୍ରତିଶତ ବୃଦ୍ଧି ହୋଇଛି । ଚୀନର ସାଂଘାଇ କମ୍ପୋଜିଟ୍ ବ୍ୟତୀତ ଅନ୍ୟ ପ୍ରମୁଖ ଏସୀୟ ବଜାରରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଚୀନର ସାଂଘାଇ କମ୍ପୋଜିଟରେ ୦.୩୯ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି ।

You might also like