ଧନତେରସରେ ଏଭଳି ସ୍ମାର୍ଟ ଉପାୟରେ କରନ୍ତୁ ସପିଂ, ସଞ୍ଚୟ କରିପାରିବେ ଟଙ୍କା

ଆଜି ଧନତେରସ୍ । ଧନତେରସର ଶୁଭ ମୁହୂର୍ତ୍ତରେ ସୁନା, ରୂପା ଏବଂ କିଛି ଘରୋଇ ଜିନିଷ କିଣିବାର ପରମ୍ପରା ଅଛି । ଆପଣ ମଧ୍ୟ ନିଶ୍ଚିତ ଭାବରେ ଏହି ଧନତେରସରେ ସପିଂ କରିବାକୁ ଯିବେ । ଏହି ଦିନ ସମସ୍ତେ ସପିଂ କରିବା ପାଇଁ ଚାହିଁଥାନ୍ତି ତେଣୁ ଧନତେରସ୍ ଅବସରରେ ବଜାରରେ ଖୁବ ଭିଡ଼ ମଧ୍ୟ ହୋଇଥାଏ । ଏହି କାରଣରୁ, ଅନେକ ଥର ଆମେ ଭୁଲ ଜିନିଷ କିଣୁ କିମ୍ବା ସଧାରଣ ଜିନିଷ ପାଇଁ ବହୁତ ଅଧିକ ଟଙ୍କା ଦେଇଥାଉ ।

ତେବେ ଆଜିର ସପିଂ ପାଇଁ ଆମେ ଆପଣଙ୍କୁ କିଛି ସ୍ମାର୍ଟ ଟିପ୍ସ ଫାଇବାକୁ ଯାଉଛୁ, ଯାହା ଫଲୋ କରି ଆପଣ କେବଳ ସଠିକ୍ ଜିନିଷ କିଣିବାରେ ସାହାଯ୍ୟ ପାଇବେ ତା ନୁହେଁ ବରଂ ଟଙ୍କା ମଧ୍ୟ ସଞ୍ଚୟ କରିପାରିବେ ଏବଂ ଠକାମିର ଶିକାର ମଧ୍ୟ ହେବେ ନାହିଁ । ତେବେ ଆସନ୍ତୁ ଧନତେରସ୍ ରେ ସପିଂ କରିବାର କିଛି ସ୍ମାର୍ଟ ଉପାୟ ବିଷୟରେ ଜାଣିବା ।

-ଧନତେରସ୍ ସପିଂ ପାଇଁ, ଆପଣ ଏକ ବଜେଟ୍ ପ୍ରସ୍ତୁତ କରିବା ପରେ ହିଁ ଘରୁ ବାହାରିବା ଉଚିତ୍ । ଆଜି ଆପଣ କେଉଁ ସବୁ ଆଇଟମ୍ କିଣିବାକୁ ଚାହୁଁଛନ୍ତି ତାହାର ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ । ଯଦି ଆପଣ ଏହା କରନ୍ତି, ଆପଣ କେବଳ ଜରୁରୀ ଜିନିଷ କିଣିବେ ଏବଂ ଅନାବଶ୍ୟକ ଖର୍ଚ୍ଚକୁ ମଧ୍ୟ ଏଡାଇବେ । ଯାହାଦ୍ୱାରା ଆପଣଙ୍କ ଟଙ୍କା ସଞ୍ଚୟ ହୋଇପାରିବ ।

-ଧନତେରସକୁ ଦୃଷ୍ଟିରେ ରଖି ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ଗ୍ରାହକଙ୍କୁ ସୁନା ଓ ରୂପା କିଣିବା ସମୟରେ ଅଧିକ ସତର୍କ ରହିବାକୁ ଅନୁରୋଧ କରିଛି । ଆହୁରି ମଧ୍ୟ, କେବଳ ହଲମାର୍କଡ୍ ଅଳଙ୍କାର କିଣିବାକୁ ପରାମର୍ଶ ଦିଆଯାଇଛି । ସୁନା ଅଳଙ୍କାରରେ ହଲମାର୍କିଂରେ ୩ ମାର୍କ, ବିଏସ୍ ଷ୍ଟାଣ୍ଡାର୍ଡ ମାର୍କ, କ୍ୟାରେଟରେ ସୁନାର ଶୁଦ୍ଧତା ଏବଂ ଉତ୍କୃଷ୍ଟତା ଏବଂ ୬ ଡିଜିଟ୍ ବିଶିଷ୍ଟ ଆଲଫାନ୍ୟୁମେରିକ୍ HUID କୋଡ୍ ରହିଛି । HUID – ହଲମାର୍କିଂ ୟୁନିକ୍ ଆଇଡି ହେଉଛି ଏକ ସ୍ୱତନ୍ତ୍ର ୬ ଅଙ୍କ ବିଶିଷ୍ଟ ଆଲଫାନ୍ୟୁମେରିକ୍ କୋଡ୍ ଯାହା ପ୍ରତ୍ୟେକ ସୁନା ଅଳଙ୍କାରରେ ଚିହ୍ନିତ । ତେଣୁ ସୁନା ଗହଣା କିଣିବା ସମୟରେ ହଲମାର୍କ ନିଶ୍ଚୟ ଚେକ୍ କରନ୍ତୁ ।

-ଯଦି ଆପଣ ଧନତେରସରେ ସୁନା ରୂପା ଅଳଙ୍କାର କିଣୁଛନ୍ତି, ତେବେ ମେକିଙ୍ଗ ଚାର୍ଜ ବିଷୟରେ ଜୁଏଲର୍ସଙ୍କ ସହିତ ନିଶ୍ଚିତ ଭାବରେ ବୁଝାମଣା କରନ୍ତୁ । ଅନେକ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରୁ ୭୦% ଡିସକାଉଣ୍ଟ ପ୍ରଦାନ କରୁଛନ୍ତି । ମେକିଙ୍ଗ ଚାର୍ଜ ହ୍ରାସ କରି ଆପଣ ବହୁତ ଟଙ୍କା ସଞ୍ଚୟ କରିପାରିବେ ।

-ଧନତେରସରେ ବଜାରରେ ବହୁତ ଭିଡ଼ ଜମିଥାଏ । ଦୋକାନୀମାନେ ସେମାନଙ୍କର ବିକ୍ରୟ ବୃଦ୍ଧି ପାଇଁ ବମ୍ପର ଡିସକାଉଣ୍ଟ ବୋର୍ଡ ଲଗାଇଥାନ୍ତି । ଯଦି ଆପଣ ଆଜି ସପିଂ କରିବାକୁ ଯାଉଛନ୍ତି ତେବେ ଡିସକାଉଣ୍ଟ ଦେଖି ଜିନିଷ କିଣନ୍ତୁ ନାହିଁ । ଯଥାସମ୍ଭବ କ୍ୱାଲିଟି ପ୍ରଡ଼କ୍ଟ କିଣିବା ପାଇଁ ଚେଷ୍ଟା କରନ୍ତୁ । ଡିସକାଉଣ୍ଟ ଦେଖି ଆଜି ଟିକେ ଟଙ୍କା ସଞ୍ଚୟ କରିବା ପରେ ପରବର୍ତ୍ତୀ ସମୟରେ ଖରାପ ଜିନିଷ ପାଇ ଆପଣ ପଶ୍ଚାତାପ କରିପାରନ୍ତି ।

-ଧନତେରସ୍ ଦିନ ବିଶ୍ୱାସ କରାଯାଏ ଯେ ସୁନା ଓ ରୂପା, ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି, ପିତ୍ତଳ ବାସନ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଝାଡୁ, ଗୋମତି ଚକ୍ର ଏବଂ ଦୀପ କିଣିବା ଶୁଭ ବୋଲି ବିବେଚନା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like