ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, OPTCL ରେ ଅଫିସ ଆସିଷ୍ଟାଣ୍ଟ ପାଇଁ ୩୩୩ ପଦବୀ ଖାଲି
ଓଡିଶାରେ ଜୁନିଅର ମ୍ୟାନେଜମେଣ୍ଟ ଟ୍ରେନି, ଅଫିସ ଆସିଷ୍ଟାଣ୍ଟ ଗ୍ରେଡ ୩ ସମେତ ବିଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏହି ଭର୍ତ୍ତି ଓଡିଶା ପାଓ୍ଵର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍(OPTCL) ପକ୍ଷରୁ ଜାରି ହୋଇଛି । ଏଠାରେ ୩୩୩ ପଦବୀ ଖାଲିପଡିଛି । ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ ।
ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ OPTCL ର ୱେବସାଇଟ୍ www.optcl.co.inକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏଥିପାଇଁ ନୋଟିଫିକେସନ ଖୁବଶୀଘ୍ର ଜାରି ହେବ ।
ପଦବୀ ବିବରଣୀ : ୩୩୩
ଜୁନିଅର ମ୍ୟାନେଜମେଣ୍ଟ ଟ୍ରେନି: ୭୦
ଅଫିସ ଆସିଷ୍ଟାଣ୍ଟ ଗ୍ରେଡ ୩ ଟ୍ରେନି: ୫୩
ଷ୍ଟେନୋଗ୍ରାଫର ଗ୍ରେଡ ୩ ଟ୍ରେନି: ୧୦
ଜୁନିଅର ମେଣ୍ଟେନାନ୍ସ ଆଣ୍ଡ ଅପରେଟର ଟ୍ରେନି: ୨୦୦
ଶିକ୍ଷାଗତ ଯୋଗ୍ୟତା : ଓଡିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁସାରେ ଓପିଟିସିଏଲ ଭର୍ତ୍ତି ୨୦୨୩ ଅଧିନରେ ପଦବୀ ପାଇଁ ଆବେଦନକାରୀ ଜରୁରୀ ସର୍ତ୍ତ ମାନିବା ଉଚିତ। ପ୍ରାର୍ଥୀ ଅତିକମରେ ୧୦ମ ପାସ୍ କରିଥିବା ଜରୁରୀ। ଓଡିଆ ଭାଷା ପଢିପାରୁଥିବା ଜରୁରୀ ।
ବୟସ ସୀମା : ଏଥିରେ ଆବେଦନ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୬ ବର୍ଷ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ଏହି ପଦବୀ ପାଇଁ ଲିଖିତ ପରୀକ୍ଷା ଦେବାକୁ ହେବ। ଆଉ ପରୀକ୍ଷାରେ ଉତ୍ତୀର୍ଣ୍ଣହେବା ପରେ ଚୟନ କରାଯିବ ।
ଜରୁରୀ ଡକ୍ୟୁମେଣ୍ଟ :
ଆଧାର କାର୍ଡ
ଡ୍ରାଇଭିଂ ଲାଇସେନ୍ସ
ପ୍ୟାନ କାର୍ଡ
ଜାତିପ୍ରମାଣ ପତ୍ର
ରେସିଡେଣ୍ଟାଲ ସାର୍ଟିଫିକେଟ୍
ଜନ୍ମ ପ୍ରମାଣପତ୍ର
ରେଜିଷ୍ଟ୍ରେସନ ସାର୍ଟିଫିକେଟ
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://www.optcl.co.in/Currentopening.aspx
ସୂଚନାଯୋଗ୍ୟ, ଓପିଟିସିଏଲ ପାଓ୍ଵର ଟ୍ରେନିଂ ସେଣ୍ଟରରେ ଆଡମିନିଷ୍ଟ୍ରେଟର/ପ୍ରିନ୍ସିପାଲ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ପ୍ରିନ୍ସିପାଲ ପଦବୀ ପାଇଁ ୨ ଲକ୍ଷ ଦରମା ରହିଛି। ଏହିପାଇଁ ନୋଟିଫିକେସନ ଜାରି ହୋଇଛି ।