୩୦୦ରୁ ଅଧିକ ସବ୍‌-ଇନ୍‌ସପେକ୍ଟର ପଦ ପାଇଁ ବାହାରିଛି ଚାକିରି, ଗ୍ରାଜୁଏସନ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ପୋଲିସ ବିଭାଗରେ ଚାକିରି ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସାମରେ ସବ୍‌ ଇନ୍‌ସପେକ୍ଟର ପଦ ପାଇଁ ନିଯୁକ୍ତି ବାହାରିଛି। ଅଫିସ୍‌ ଅଫ୍‌ ଦ ଚେୟାରମ୍ୟାନ୍‌, ଷ୍ଟେଟ୍‌ ଲେବଲ ପୋଲିସ ରିକ୍ରୁଇଟ୍‌ମେଣ୍ଟ ବୋର୍ଡ, ଆସାମ ନିଜ ଅଫିସିଆଲ ୱେବ୍‌ସାଇଟ୍‌ slprbassam.in ରେ ଏ ନେଇ ଏକ ନୋଟିଫିକେସନ୍‌ ଜାରି କରାଯାଇଛି। ଏହି ବିଜ୍ଞପ୍ତି ମୁତାବକ, ଯୋଗ୍ୟ ପ୍ରାର୍ଥୀ ୯ ଜାନୁଆରୀ, ୨୦୨୨ ଯାଏଁ ଏଥିପାଇଁ ଆବେଦନ କରିପାରିବେ। ମୋଟ୍‌ ୩୦୬ ପଦ ପାଇଁ ଏହି ନିଯୁକ୍ତି ହେବ।

ନୋଟିଫିକେସନ୍‌ ମୁତାବକ, ୮୩ ପଦ ଓବିସି (OBC) ପ୍ରାର୍ଥୀଙ୍କ ପାଇଁ, ୨୧ ଟି ପଦ ଅନୁସୂଚିତ ଜାତି ଓ ୪୬ଟି ପଦ ଅନୁସୂଚିତ ଜନଜାତି ପାଇଁ ହେବ। ସେହିପରି ୩୦ଟି ପଦ ଆର୍ଥିକ ରୂପରେ ଦୁର୍ବଳ ବର୍ଗ (EWS) ଙ୍କ ପାଇଁ ହେବ। ଅନ୍ୟ ୧୨୬ଟି ପଦ ଅଣସଂରକ୍ଷିତଙ୍କ ପାଇଁ ରଖାଯାଇଛି। ଏହି ୧୨୬ଟି ପଦ ପାଇଁ ଯେକୌଣସି ପ୍ରାର୍ଥୀ ଆବେଦନ କରିପାରିବେ।

ଏଥିପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୬ ବର୍ଷ ରଖାଯାଇଛି। ଯଦି ଆପଣ ଓବିସି, ଏସ୍‌ସି, ଏସ୍‌ଟି କିମ୍ବା ଇଡବ୍ଲ୍ୟୁଏସ୍‌ ସଂରକ୍ଷିତ ପ୍ରାର୍ଥୀ ତେବେ ଅଫିସିଆଲ େଓ୍ଵବ୍‌୍‌ସାଇଟ୍‌କୁ ଯାଇ ବୟସ ସୀମା ଯାଞ୍ଚ କରି ନିଅନ୍ତୁ। ଆସାମ ପୋଲିସରେ ଭର୍ତ୍ତି ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍‌ ହେବା ଜରୁରୀ। ପ୍ରାର୍ଥୀ ଭାରତ ଓ ଆସାମ ରାଜ୍ୟର ନାଗରିକ ହେବା ଦରକାର।

ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ slprbassam.in କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୯ ଜାନୁଆରୀ ୨୦୨୨।

Leave A Reply

Your email address will not be published.