ଲଞ୍ଚ ହେଲା Skoda Elroq EV, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ସ୍କୋଡା ଗ୍ଲୋବାଲ୍ ମାର୍କେଟରେ ଏହାର ନୂଆ କମ୍ପାକ୍ଟ ଏସୟୁଭି Elroqର ଏକ ଝଲକ ପ୍ରକାଶ ପାଇଛି । ଏଥି ସହିତ ସ୍କୋଡା ଇଣ୍ଡିଆ ଏହି କାରକୁ ଭାରତରେ ମଧ୍ୟ ଲଞ୍ଚ କରିପାରେ । ସ୍କୋଡା Elroq, Skoda Enyaq ଠାରୁ କମ୍ ରେ ଅଛି । Enyaq ହେଉଛି ବିଦେଶୀ ବଜାରରେ ତିଆରି ହୋଇଥିବା ଏକ ଗାଡି । କମ୍ପାକ୍ଟ ଏସୟୁଭି ସେଗମେଣ୍ଟରେ ଆସିଥିବା ସ୍କୋଡାର ଏହା ହେଉଛି ପ୍ରଥମ କାର୍ ।

Skoda Elroq ର ରେଞ୍ଜ ଏବଂ ପ୍ରାଇସ୍ :
ସ୍କୋଡାର ନୂଆ ଇଲୋକ୍ଟ୍ରିକ୍ କାର୍ ସିଙ୍ଗଲ ଚାର୍ଜରେ ୫୬୦ କିଲୋମିଟର ରେଞ୍ଜ ଦେଇଥାଏ । ଯଦି ଏହି ସ୍କୋଡା Elroq ଭାରତକୁ ଆସେ, ତେବେ ଏହି କାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହୋଇପାରେ । ଏହି କାରର ଅଧିକ ମୂଲ୍ୟର କାରଣ ହେଉଛି ଏହା ସମ୍ପୂର୍ଣ୍ଣ ଭାବରେ ବିଦେଶରେ ତିଆରି ହୋଇଛି ।

Skodaର ନୁଆ ଇଭିର ରାଇବଲ୍‌ କାର୍‌ :

Skoda Elroq ଟାଟା କର୍ଭ ଇଭି ଏବଂ ହୁଣ୍ଡାଇ କେଟ୍ରା ଇଭିକୁ ଟକ୍କର ଦେଇପାରେ । ନିକଟରେ ଟାଟା ମୋଟର୍ସ ମାର୍କେଟରେ କର୍ଭ ଲଞ୍ଚ କରିଛି । ଟାଟା କର୍ଭ ଇଭିର ଟପ୍‌ ମଡେଲର ଦାମ୍‌ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି, ଯାହା Elroq ତୁଳନାରେ ୮ ଲକ୍ଷ ଟଙ୍କା ଶସ୍ତା ହୋଇପାରେ ।

ହୁଣ୍ଡାଇ କ୍ରେଟା ମଧ୍ୟ Skoda କାରର ପ୍ରତିଦ୍ୱନ୍ଦୀ ହୋଇପାରେ । ହୁଣ୍ଡାଇର ଏହି ଇଲେକ୍ଟ୍ରିକ୍‌ କାର ଜାନୁଆରୀ ୨୦୨୫ ରେ ମାର୍କେଟରେ ଲଞ୍ଚ ହୋଇପାରେ । କ୍ରେଟା ଇଭି ୨୨ ଲକ୍ଷରୁ ୨୬ ଲକ୍ଷ ଟଙ୍କା ମଧ୍ୟରେ ଆସିପାରେ ।

Skoda କାରର ଫିଚର୍ସ :

Skoda Elroq ଗ୍ଲୋବାଲ ମାକେର୍ଟରେ ତିନୋଟି ବ୍ୟାଟେରି ପ୍ୟାକ୍‌ ସହିତ ଆସିପାରେ । ଏହାର ଏଣ୍ଟ୍ରି ଲେବଲ୍‌ ମଡେଲ୍‌ Elroq50, ୧୨୫kW ବ୍ୟାଟେରି ପ୍ୟାକ୍‌ ସହିତ ଆସିପାରେ । ଯେଉଁଠାରେ ଏହାର Elroq85 ମଡେଲ୍‌ ସର୍ବାଧିକ ରେଞ୍ଜ ଦେଇପାରେ । ଏହାର ଟପ୍‌ ମଡେଲରେ ୫୬୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ମିଳିବ ।

ରିପୋର୍ଟ ଅନୁଯାୟୀ, Skoda ର ଇଲେକ୍ଟ୍ରିକ୍‌ କାରରେ ୧୩-ଇଞ୍ଚର ସ୍କ୍ରିନ୍‌ ମିଳିବାକୁ ଯାଉଛି । ଏହା ବ୍ୟତୀତ କାରରେ ୪୭୦ ଲିଟରର ବୁଟ୍‌ ସ୍ପେସ୍‌ ମଧ୍ୟ ରହିବ । ଏହି କାରରେ ADAS ଫିଚର୍ସ ମଧ୍ୟ ଦିଆଯାଇଛି । କାରରେ ହେଡ୍‌ ଅପ୍‌ ଡ଼ିସପ୍ଲେ, ମେମୋରି ଏବଂ ମସାଜ ଫଙ୍କସନ୍‌ ସହିତ ଇଲେକ୍ଟ୍ରିକାଲ ଆଜେଷ୍ଟବଲ୍‌ ଡ୍ରାଇଭର ସିଟ୍‌ ମଧ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like