ଭାରତରେ ଲଞ୍ଚ ହେଲା Skoda Kylaq, ଜାଣନ୍ତୁ କେତେ ରହିଛି ଦାମ୍
ଚେକ୍ ରିପବ୍ଲିକର ଅଟୋମୋବାଇଲ୍ ନିର୍ମାତା କମ୍ପାନୀ ସ୍କୋଡା ଭାରତୀୟ ବଜାରରେ ଅନେକ ଉତ୍କୃଷ୍ଟ କାର୍ ଏବଂ ଏସୟୁଭି ପ୍ରଦାନ କରେ । କମ୍ପାନୀ ୬ ନଭେମ୍ବର ୨୦୨୪ ରେ ଏକ ନୂତନ SUV ଭାବରେ Skoda kylaq ଲଞ୍ଚ କରିଛି । ତେବେ ଆସନ୍ତୁ ଏହାର ଫିଚର୍ସ ଏବଂ ଦାମ୍ ବିଷୟରେ ଜାଣିବା । ସ୍କୋଡା Kylaq ଭାରତରେ ଏକ ନୂତନ କମ୍ପାକ୍ଟ ଏସୟୁଭି ଭାବରେ ସ୍କୋଡା ଦ୍ୱାରା ଲଞ୍ଚ କରାଯାଇଛି । କମ୍ପାନୀ ଏହାକୁ ଅନେକ ମହତ୍ତ୍ୱପୂର୍ଣ୍ଣ ସେପ୍ଟି ଫିଚର୍ସ ସହିତ ପରିଚିତ କରିଛି । ଏହାର ଏକ ଶକ୍ତିଶାଳୀ ଇଞ୍ଜିନ୍ ମଧ୍ୟ ଅଛି ।
ଫିଚର୍ସ:
Skoda Kylaq ରେ ଏକ ସାଇନି ବ୍ଲାକ୍ ଫ୍ରଣ୍ଟ ଗ୍ରିଲ୍, ୧୭ ଇଞ୍ଚର ଆଲଏ ହ୍ଵିଲ୍, ଏଲଇଡି ହେଡଲାଇଟ୍, ଏଲଇଡି DRL, ଏଲଇଡି ଟେଲ ଲାଇଟ୍, ଡ୍ରାଇଭର ଏବଂ କୋ-ଡ୍ରାଇଭର ପାଇଁ ୬ ୱେ ଇଲେକ୍ଟ୍ରିକାଲ୍ ଆଡଜଷ୍ଟେବଲ୍ ସିଟ୍, ଫ୍ରଣ୍ଟ ଭେଣ୍ଟିଲେଟେଡ୍ ସିଟ୍, ସିଙ୍ଗଲ୍ ପେନ୍ ଇଲେକ୍ଟ୍ରିକ୍ ସନ୍ ରୁଫ୍, ୨୦.୩୨ ସେ.ମି. ଡିଜିଟାଲ୍ ଇନଷ୍ଟରୁମେଣ୍ଟ କ୍ଲଷ୍ଟର, ୱାୟରଲେସ ଚାର୍ଜିଂ, ୨୫. ୬ ସେମି ଇନଫୋଟେନ୍ମେଣ୍ଟ ସିଷ୍ଟମ୍, ଟ୍ରଙ୍କରେ ତିନି କିଲୋଗ୍ରାମ କ୍ଷମତା ହୁକ୍ ଭଳି ଅନେକ ଦମଦାର ଫିଚର୍ସ ପ୍ରଦାନ କରାଯାଇଛି ।
କେତେ ସୁରକ୍ଷିତ?
Skoda Kylaq SUV ରେ ସୁରକ୍ଷା ପ୍ରତି ମଧ୍ୟ ବହୁତ ଧ୍ୟାନ ଦିଆଯାଇଛି । ୨୫ ରୁ ଅଧିକ ଆକ୍ଟିଭ ଏବଂ ପାସିଭ୍ ସେପ୍ଟି ଫିଚର୍ସ ଗୁଡିକ SUV ରେ ଷ୍ଟାଣ୍ଡାର୍ଡ ଭାବରେ ପ୍ରଦାନ କରାଯାଇଛି । ଯେଉଁଥିରେ ୬ ଟି ଏୟାରବ୍ୟାଗ, ବ୍ରେକ୍ ଡିସ୍କ ୱାଇପିଂ, ESC, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍, ଇଲେକ୍ଟ୍ରୋନିକ୍ ଡିଫରିଏଲ୍ ଲକ୍, ମଲ୍ଟି କୋଲିଜନ୍ ବ୍ରେକ୍ ଭଳି ଫିଚର୍ସ ସାମିଲ ଅଛି ।
ଇଞ୍ଜିନ୍:
Skoda Kylaq SUVରେ ଏକ ଲିଟର କ୍ଷମତା ବିଶିଷ୍ଟ TSI ଇଞ୍ଜିନ୍ ଅଛି । ଯେଉଁଥିପାଇଁ ଏହା ୮୫ କିଲୋୱାଟର ପାୱାର ଏବଂ ୧୭୮ ନ୍ୟୁଟନ୍ ମିଟରର ଟର୍କ ମିଳିଥାଏ । ଏଥିରେ ୬ ସ୍ପିଡ୍ ମାନୁଆଲ୍ ଏବଂ ଡିସିଟି ଟ୍ରାନ୍ସମିସନ୍ ର ଅପ୍ସନ ଅଛି ।
ଦାମ୍:
Skoda Kylaq କେବଳ ବେସ୍ ଭାରିଆଣ୍ଟର ମୂଲ୍ୟ କମ୍ପାନୀ ଦ୍ୱାରା ସାର୍ବଜନୀନ କରାଯାଇଛି । ଏହି କାର ଏକ୍ସ-ସୋରୁମ୍ ମୂଲ୍ୟରେ ୭. ୮୯ ଲକ୍ଷ ଟଙ୍କା ମୂଲ୍ୟରେ ଏହା ପ୍ରଦାନ କରାଯାଇଛି । ଏହାର ଅନ୍ୟାନ୍ୟ ଭରିଆଣ୍ଟର ମୂଲ୍ୟ ଖୁବ ଶୀଘ୍ର ଡିସେମ୍ବରରେ ଘୋଷଣା କରାଯିବ ।
କେବେ ଆରମ୍ଭ ହେବ ବୁକିଂ ଏବଂ କେବେ ହେବ ଡେଲିଭରି?
ସ୍କୋଡା ଦେଇଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨, ୨୦୨୪ ରୁ SUV ପାଇଁ ବୁକିଂ ଆରମ୍ଭ ହେବ । ଏଥିପାଇଁ ବୁକିଂ ଅନଲାଇନ୍ ଏବଂ ଅଫଲାଇନ୍ ମୋଡ୍ ଶୋ’ରୁମ୍ ମାଧ୍ୟମରେ କରାଯାଇପାରିବ । ଏହା ବ୍ୟତୀତ, ଜାନୁୟାରୀ ୨୭, ୨୦୨୫ ରୁ SUV ର ଡେଲିଭରି ଆରମ୍ଭ ହେବ । ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା Bharat Mobility ୨୦୨୫ ରେ ଏହି SUV ଶୋ’କେସ୍ କରାଯିବ ।
କାହା ସହ ହେବ ପ୍ରତିଦ୍ୱନ୍ଦ୍ୱିତା?
Skoda Kylaq କୁ କମ୍ପାକ୍ଟ ଏସୟୁଭି ସେଗମେଣ୍ଟରେ ଅଣାଯାଇଛି । ଏହି ସେଗମେଣ୍ଟରେ ଭାରତରେ ମାରୁତି ସୁଜୁକି ବ୍ରିଜା, କିଆ ସୋନେଟ୍, ହୁଣ୍ଡାଇ ଭେନ୍ୟୁ, ଟାଟା ନେକ୍ସନ୍ ଭଳି କାର୍ ପୂର୍ବରୁ ପ୍ରଦାନ କରାଯାଇଛି । ଏହି ଏସୟୁଭିଗୁଡ଼ିକ ସହିତ ଏହା Renault Kiger ଏବଂ Nissan Magnite ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ ।