ସେଡାନ୍‌ କାର ଲଭର୍ସଙ୍କ ପାଇଁ ଖୁସି ଖବର, ଚଳିତ ମାସ ଲଞ୍ଚ୍‌ ହେଉଛି ସ୍କୋଡା Slavia

ନୂଆ କାର କିଣିବାକୁ ମନ ବଳାଇଛନ୍ତି କି, ଆଉ ଭଲ ଫିଚର୍ସ ସହିତ ଷ୍ଟାଇଲିସ୍‌ ଲୁକ ଥିବା କାର ଚାହୁଁଛନ୍ତି। ତାହେଲେ ଆପଣଙ୍କ ପାଇଁ ବଢ଼ିଆ ଖବର। ଆପଣଙ୍କୁ ପସନ୍ଦ ହେବା ଭଳି କାର ଆଣୁଛି ସ୍କୋଡା। ସ୍କୋଡା ତାର ଜବରଦସ୍ତ ଏବଂ ବଢ଼ିଆ ଫିଚର୍ସ ଥିବା କାର ସ୍ଲାଭିଆକୁ ଚଳିତ ମାସ ଶେଷରେ ଲଞ୍ଚ୍‌ କରିବାକୁ ଯାଉଛି। ସେଡାନ୍‌ କାର ଲଭର୍ସଙ୍କୁ ଆଉ ଅପେକ୍ଷା କରିବାକୁ ପଡିବନି କାହିଁକିନା ବହୁତ ଜଲଦି ଅର୍ଥାତ୍‌ ଫେବୃୟାରୀ ୨୮ରେ ପ୍ର୍ରିମିୟମ ମିଡସାଇଜ ସେଡାନ୍‌ ସ୍କୋଡା ସ୍ଲାଭିଆ ଭାରତରେ ଲଞ୍ଚ୍‌ ହେବାକୁୁ ଯାଉଛି। ତେଣୁ କଣ ଆପଣ ସ୍କୋଡାର ଏହି ଜବରଦସ୍ତ କାରକୁ କିଣିବାକୁ ଭାବୁଛନ୍ତି କି ତାହେଲେ ଭିଡିଓକୁ ପୂରା ଦେଖି ଜାଣନ୍ତୁ ଏହି ଦମଦାର୍‌ କାରର ଦାମ୍‌ ଏବଂ କଣ ଖାସ୍‌ ଫିଚର୍ସ ରହିଛି।

ସ୍କୋଡା ପ୍ରଥମେ Slavia 1.0-litre TSI ମଡେଲକୁ ଲଞ୍ଚ୍‌ କରିବ। ସେହିପରି Slavia 1.5-litre TSI ମଡେଲକୁ ୩ ମାର୍ଚ୍ଚ ଠାରୁ ବିକ୍ରି କରିବା ଆରମ୍ଭ କରିବ। ଲଞ୍ଚ୍‌ ହେବା ସହିତ ଏହାର ଡେଲିଭରୀ ଏବଂ ଟେଷ୍ଟ ଡ୍ରାଇଭ ମଧ୍ୟ ଆରମ୍ଭ ହୋଇଯିବ। ଗତ ପ୍ରାୟ ୩ ମାସ ପୂର୍ବରୁ ସ୍କୋଡା ସ୍ଲାଭିଆର ବୁକିଙ୍ଗ୍‌ ଜାରି ହୋଇସାରିଛି। ଆଉ ଏବେ ଯେଉଁମାନେ ଏହି ଦମଦାରର ବୁକ୍‌ କରିସାରିଛନ୍ତି ସେମାନେ ଏହି ସେଡାନକୁ ଏବେ ଚଲାଇପାରିବେ। ଆପଣଙ୍କୁ ସ୍କୋଡା ସ୍ଳାଭିଆ ବିଷୟରେ କହିବା ତାହେଲେ MQB A0 IN ପ୍ଲାଟଫର୍ମରେ ଡେଭଲପ୍‌ ହୋଇଥିବା ସ୍ଲାଭିୟାକୁ Active, Ambition ଏବଂ Style ଭଳି ୩ ଭେରିୟଣ୍ଟରେ ଭାରତରେ ଲଞ୍ଚ୍‌ କରାଯିବ। କ୍ୟାଣ୍ଡି ହ୍ଵାଇଟ, ବ୍ରିଲିଆଣ୍ଟ ସିଲଭର, କାର୍ବନ ଷ୍ଟୀଲ, ଟୋରନାଡୋ ରେଡ ଏବଂ କ୍ରିଷ୍ଟାଲ ଭଳି କଲର ଅପସନରେ ଲଞ୍ଚ୍‌ ହୋଇଥିବା ସ୍ଲାଭିଆ ଆକ୍ଟୋଭିଆ ସେଡାନର ଇନସ୍ପାୟର୍ଡ କପି ଏବଂ ଏଥିରେ ସିଗନଚେର ବଟରଫ୍ଲାଲଏ ଗ୍ରିଲ, ମୋଟା କ୍ରୋମ ବାର୍ଡର, ଏଲଇଡି ହେଡଲ୍ୟାମ୍ପ ଏବଂ ଏଲଇଡି ଡିଆରଏଲ ସହିତ ୧୬ ଇଞ୍ଚର ଅଲୟ ହ୍ଵିଲ୍ସ ମଧ୍ୟ ଲାଗିଛି।

slaviaସ୍ଲାଭିୟାର ଫିଚର୍ସ

ସ୍ଲାଭିୟାର ଫିଚର୍ସ ବିଷୟରେ ଯଦି କହିବା ତାହେଲେ ଏଥିରେ ୧୦ ଇଞ୍ଚର ଟଚସ୍କ୍ରୀନ ଇନଫୋଟେନମେଣ୍ଟ ସିଷ୍ଟମ, ୮ ଇଞ୍ଚର ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର, ଆଇସୋଫିକ୍ସ ମାଉଣ୍ଟ, ଟ୍ରାକ୍ସନ କେଣ୍ଟ୍ରାଲ, ୬ ଏୟାରବ୍ୟାଗ୍ସ, ଭେଇକିଲ ଷ୍ଟାବିଲିଟୀ ମାଉଣ୍ଟେନ ଭଳି ଆହୁରି ଅନେକ ସେଫ୍ଟି ଫିଚର୍ସ ଏଥିରେ ରହିଛି।

ଦାମ୍‌

ସ୍କୋଡା ସ୍ଲାଭିୟାର ଇଞ୍ଜିନ ଏବଂ ପାଓ୍ଵାର ବିଷୟରେ କହିବା ତାହେଲେ ଏଥିରେ ୧.୦ ଲିଟର ଟିଏସଆଇ ଏବଂ୧.୫ ଲିଟର TSI ଟର୍ବୋ ପେଟ୍ରୋଲ ଇଞ୍ଜିନ୍‌ ଲଗାଯାଇଛି। ଯାହା 115hp ଠାରୁ ନେଇ 150hp ପର୍ଯ୍ୟନ୍ତ ପାଓ୍ଵାର ଏବଂ 250Nm ପର୍ଯ୍ୟନ୍ତ ଟର୍କ ଜେନେରେଟ କରିବାରେ ସକ୍ଷମ ଏହି କାର। ୬ ସ୍ପୀଡ ମାନୁଆଲ ଏବଂ ୬ ସ୍ପୀଡ ଟର୍କ କନଭର୍ଟର ଅଟୋମେଟିକ ଗିୟରବକ୍ସ ସହିତ ସ୍କୋଡା ସ୍ଲାଭିୟାକୁ ଭାରତରେ ଏହାର ଦାମ୍‌ ୧୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇପାରେ। ମିଡ୍‌ ସାଇଜ ସେଡାନ ସେଗମେଣ୍ଟରେ ସ୍କୋଡା ସ୍ଲାଭିୟାର ମୁକାବିଲା ହୋଣ୍ଡା ସିଟି, ହ୍ୟୁଣ୍ଡାଇ ଭରନା, ମାରୁତି ସିଆଜ, ମାରୁତି ସୁଜୁକି ଏସଏକ୍ସ୪, ଭୋକ୍ସଓ୍ଵାଗନ ଭେଣ୍ଟୋ ଭଳି ପୁୁପଲାର ସେଡାନ୍‌ ସହ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଏହାର ଦାମ୍‌ ଘୋଷଣା ହେବା ପରେ ୩ ମାର୍ଚ୍ଚ ଠାରୁ ଡେଲିଭରୀ ଆରମ୍ଭ ହେବ। ଭାରତରେ ୧୫୦ ରୁ ଅଧିକ ଶୋରୁମରେ ସ୍କୋଡାର ଏହି ଜବରଦସ୍ତ କାର ସ୍ଲାଭିୟାା ଉପଲବ୍ଧ ରହିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରିମିୟମ୍‌ ମିଡ୍‌ ସାଇଜ ସେଡାନ ମଧ୍ୟରୁ ବହୁତ ଖାସ୍‌ ହେଉଛି ସ୍ଲାଭିୟା। ତେଣୁ ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି ତାହେଲେ ଫେବୃୟାର ୨୮ ପରେ ଏହି କାରକୁ କିଣି ଘରକୁ ଆଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.