ଜାରି ହେଲା ନୂଆ ଗାଇଡଲାଇନ୍ସ, ନିୟମର ପାଳନ ନକଲେ ଲାଗିବ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା

ସୋସିଆଲ ମିଡିଆ ଇନଫ୍ଲ୍ୟୁଏନ୍ସର୍ସ ଏବଂ ସେଲିବ୍ରିଟୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍ସ। ସରକାର ସୋସିଆଲ ମିଡିଆରେ ବିଜ୍ଞାପନ ଏବଂ ଅଲଗା ଅଲଗା ପ୍ରଡକ୍ଟସର ଏଣ୍ଡୋର୍ସମେଣ୍ଟସକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ଆଉ ଏହି ଗାଇଡଲାଇନ୍ସକୁ ଉଲଙ୍ଘନ ଯେ କେହି ବି କରିବ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବି ଲାଗିପାରେ ବୋଲି କହିଛନ୍ତି କଞ୍ଜ୍ୟୁମର ଆଫାର୍ୟ ମିନିଷ୍ଟ୍ରୀ। ଖାଲି ଏତିକି ନୁହେଁ ବାରମ୍ବାର ରୁଲ୍ସକୁ ଭାଙ୍ଗୁଥିବା ଲୋକଙ୍କ ଉପରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ।

ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡଲାଇନ୍ସରେ କୁହାଯାଇଛି ବାରମ୍ବାର ଯଦି ଏହି ନିୟମର ପାଳନ ନକରୁଥିବାର ଦେଖାଯାଏ ତାହେଲେ ୬ ବର୍ଷ ପାଇଁ ପ୍ରଡକ୍ଟସର ପ୍ରଚାର କରିବାରେ ମଧ୍ୟ ପ୍ରତିବନ୍ଧ କରାଯାଇପାରେ। ଉପଭୋକ୍ତା ମାମଲାରେ ସଚିବ ରୋହିତ କୁମାର ସିଂହ ଜଣାଇଛନ୍ତି ଯେ ସରକାର ସୋସିଆଲି ମିଡିଆ ଇନଫ୍ଲ୍ୟୁନ୍ସର୍ସ ଏବଂ ସେଲିବ୍ରିଟୀଜଙ୍କ ପାଇଁ ଗାଇଡ ଲାଇନ୍ସ ଅଣାଯାଇଛି। ଆଉ ଗାଇଡଲାଇନ୍ସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ରହିଛି ଇନ୍ସଫ୍ଲ୍ୟୁଏନ୍ସର୍ସ ଏବଂ ସେଲିବ୍ରିଟିଜ୍‌ ସେହି ପ୍ରଡକ୍ଟସକୁ ଏଣ୍ଡୋର୍ସ କରିବେ, ଯାହାର ବ୍ୟବହାର ସେ ନିଜେ କରୁଥିବେ।

ସରକାରଙ୍କ ମୁତାବକ କଞ୍ଜ୍ୟୁମର ପ୍ରୋଟେକସନ ଆକ୍ଟ ୨୦୧୯ ଅନୁଯାୟୀ କଞ୍ଜ୍ୟୁମର୍ସଙ୍କୁ ଅନଫେୟାର ଟ୍ରେଡ୍‌ ପ୍ରାକ୍ଟିସ ଠାରୁ ସୁରକ୍ଷିତ ରଖିବା ପାଇଁ ଏହି ଗାଇଡଲାଇନ୍‌ ଜାରି କରାଯାଇଛି। ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ ବିଜ୍ଞାପନରେ ସତ୍ୟତା ଏବଂ ବିଶ୍ୱସନୀୟତା ଅଧିକ ରହିବା ଉଚିତ। କୌଣସି ବି ସାମଗ୍ରୀକୁ ଯେପରି ବଢ଼ାଇ ଚଢ଼ାଇ ଗ୍ରାହକଙ୍କୁ ପ୍ରଭାବିତ ନକରାଯାଏ। ବିଜ୍ଞାପନ ଅନୁଯାୟୀ ଭୁଲ ତଥ୍ୟ ଦେବା କିମ୍ବା ଜାଣିଶୁଣି କୌଣସି ତଥ୍ୟକୁ ଲୁଚାଇବା ଉଭୟ ଯଦି କିଏ କରନ୍ତି ତାହେଲେ ଗାଇଡଲାଇନ୍‌ ମୁତାବକ ତାଙ୍କ ଉପରେ ଦଣ୍ଡବିଧାନ ବା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ।

ଗାଇଡଲାଇନ୍ସରେ କୁହାଯାଇଛି ଯଦି ବିଜ୍ଞାପନ କରୁଛନ୍ତି ତାହେଲେ ପ୍ରଡକ୍ଟର ଡିମାଣ୍ଡକୁ ନେଇ ଯେପରି କୌଣସି ଭ୍ରମିତ ସୂଚନା ଦେବା ଅନୁଚିତ। ପ୍ରଡକ୍ଟର ବ୍ୟବହାର କରିବାକୁ ନେଇ ଯେପରି ଇନଫ୍ଲ୍ୟୁଏନ୍ସର୍ସ, କଞ୍ଜ୍ୟୁମରଙ୍କ ଉପରେ କୌଣସି ପ୍ରେସର ପକାଇବେନାହିଁ। ନୂଆ ଗାଇଡଲାଇନ୍ସ ଅନୁଯାୟୀ ପ୍ରତି ଫର୍ମ ଏବଂ ଫର୍ମାଟରେ ମିସଲିଡିଙ୍ଗ୍‌ ଥିବା ବିଜ୍ଞାପନ ଉପରେ ପ୍ରତିବନ୍ଧିତ କରାଯିବ। ଯଦି ଆପଣ ଦୋଷୀ ପ୍ରମାଣିତ ହୁଅନ୍ତି ତାହେଲେ ଇନ୍ସଫ୍ଲ୍ୟୁନ୍ସର୍ସ ଏବଂ ସେଲିବ୍ରିଟିଜଙ୍କୁ ଏଣ୍ଡୋର୍ସମେଣ୍ଟ କରିବା ଠାରୁ ବ୍ୟାନ୍‌ କରାଯାଇପାରେ।

୨୦୨୨ରେ ଭାରତରେ ସୋସିଆଲ ମିଡିଆ ଇନ୍ସଫ୍ଲ୍ୟୁନ୍ସର ମାର୍କେଟ ୧,୨୭୫ କୋଟି ଟଙ୍କା ଥିଲା। ୨୦୨୫ ପର୍ଯ୍ୟନ୍ତ ଏହାର ୧୯-୨୦ ପ୍ରତିଶତ ସହିତ ବୃଦ୍ଧି ପାଇ ୨,୮୦୦ କୋଟି ହୋଇଯିବ ବୋଲି ସମ୍ଭାବନା କରାଯାଉଛି।

ଗାଇଡଲାଇନରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିୟମ

  • ସୋସିଆଲ ମିଡିଆ ଇନ୍ସଫ୍ଲ୍ୟୁନ୍ସର୍ସ ଏବଂ ସେଲିବ୍ରିଟୀଙ୍କୁ ପ୍ରୋମିନେଣ୍ଟ ତରିକାରେ ଡିସକ୍ଲେମର ଦେବାକୁ ହେବ।
  • ସମସ୍ତ ଇଣ୍ଡିଭିଜୁଆଲ ଏବଂ ଗୃପ ଯେଉଁମାନଙ୍କ ପାଖରେ ୟୁଜର୍ସଙ୍କର ଅଧିକ ପରିଚିତ ଥିବ ସେମାନଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି।
  • ଗାଇଡଲାଇନ୍ସ ଲିଷ୍ଟରେ ସେଲିବ୍ରିଟୀ, ଇନ୍ସଫ୍ଲ୍ୟୁନ୍ସର୍ସ ଏବଂ ଭର୍ଚୁଆଲ ଇନ୍ସଫ୍ଲ୍ୟୁନ୍ସର୍ସ ସାମିଲ ଅଛନ୍ତି।
  • ଇନ୍ସଫ୍ଲ୍ୟୁନ୍ସର୍ସ ଏବଂ ସେଲିବ୍ରିଟୀଙ୍କୁ ଭିଡିଓ ଏବଂ ଅଡିଓ ଉଭୟରେ ଡିସକ୍ଲେମର ଦେବାକୁ ହେବ।
  • ଲାଇଭ୍‌ ଷ୍ଟ୍ରିମିଙ୍ଗ ସମୟରେ ଲଗାତର ଡିସକ୍ଲେମର ଦେବାକୁ ପଡିବ।
  • ଡିସକ୍ଲେମର ସହଜ ଭାଷାରେ ହେବା ଉଚିତ।ଇନ୍ସଫ୍ଲ୍ୟୁନ୍ସର୍ସ ଏବଂ ସେଲିବ୍ରିଟୀ ଯେଉଁ ପ୍ରଡକ୍ଟର ବିଜ୍ଞାପନ କିମ୍ବା ଏଣ୍ଡୋର୍ସମେଣ୍ଟ କରୁଛନ୍ତି ତାକୁ ନିଜେ ବ୍ୟବହାର କରିଥିବା ଉଚିତ।
  • ଆଡଭରଟାଇଜମେଣ୍ଟରେ ମିସଲିଡିଙ୍ଗ ବିବରଣୀ କିମ୍ବା ପ୍ରଡକ୍ଟକୁ ବଢ଼ାଇ ଚଢ଼ାଇ କହିବା ଉପରେ ପ୍ରତିବନ୍ଧ ଲଗାଯାଇଛି। ଦାବି ଏପରି ହେବା ଉଚିତ ଯେପରି ସେଥିରେ ସତ୍ୟତା ରହିଥିବ।


 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.