ସୋଲାର ଚାର୍ଜରେ କାର ଯିବ ପୁରା ୩ହଜାର କିଲୋମିଟର, ଶୀଘ୍ର ହେବ ଲଞ୍ଚ

ବଜାରରେ ଏବେ ତେଲ ଦରର ମହଙ୍ଗା ମାଡ଼ରେ ଘାଇଲା ହେଉଛନ୍ତି ଗ୍ରାହକ। ଚିନ୍ତାରେ ପଡ଼ି ଏହାର ବିକଳ୍ପ ବ୍ୟବସ୍ଥାକୁ ଆପଣାଇବା ପାଇଁ ଏବେ ସମସ୍ତ ପ୍ରକାର ଚେଷ୍ଟା ଚାଲିଛି। ତେବେ ଗାଡ଼ି ନିର୍ମାତା କମ୍ପାନୀ କିଛି ଦିନ ହେବ ଇଲେକଟ୍ରିକ ବାହନ ତିଆରି କରିବା ଉପରେ ବେଶ ଧ୍ୟାନ ଦେଉଛନ୍ତି। ଅନେକ ଦେଶରେ ଇଲେକଟ୍ରିକ ଗାଡ଼ିର ଡିମାଣ୍ଡ ମଧ୍ୟ ବଢ଼ିବାରେ ଲାଗିଛି। କିନ୍ତୁ କମ୍ପାନୀ ଏହି ଗାଡ଼ିର ଦାମ ଅଧିକ ରଖିବା କାରଣରରୁ କିଛି ଗ୍ରାହକ ଏଥିପାଇଁ ଦ୍ୱନ୍ଦରେ ପଡିଯାଇଛନ୍ତି।

 ଏହାର ମଧ୍ୟ ବିକଳ୍ପ ଏବେ ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି। ଆପଣ ଭାବୁଥିବେ ଇଲେକଟ୍ରିକ କାରର ବିକଳ୍ପ ପୁଣି କଣ ହୋଇପାରେ। କିନ୍ତୁ ହଁ, ପେଟ୍ରୋଲ ଡିଜେଲର ଅହେତୁକ ଦାମ ବୃଦ୍ଧି କାରଣରୁ କାର ପ୍ରେମୀ ଲୋକଙ୍କ ପାଇଁ ବଡ଼ ବିକଳ୍ପ ଚୟନ ବ୍ୟବସ୍ଥା ଆସିଛି। ଇଲେକଟ୍ରିକ ଗାଡ଼ିର ଦାମ ମହଙ୍ଗା ହେବା କାରଣରୁ ଏବେ ବଜାରକୁ ଖୁବ ଶୀଘ୍ର ସୋଲାର ଗାଡ଼ି ଆସୁଛି।

ଦୁନିଆରେ ସ୍ୱଚ୍ଛ ଉର୍ଜା ଉତ୍ପନ୍ନ କ୍ଷେତ୍ରରେ ସବୁଠୁ ଅଗ୍ରଣୀ ଦେଶ ହେଉଛି ନେଦରଲ୍ୟାଣ୍ଡ। ତେବେ ନେଦରଲ୍ୟାଣ୍ଡରେ କିଛି ଛାତ୍ର ସମୂହ ମିଶି ସୋଲାର ପାଓ୍ଵର୍ଡ ଇଲେକଟ୍ରିକ କାର ତିଆରି କରିଛନ୍ତି। ଯାହାର ସଫଳ ଟେଷ୍ଟିଂ ସରିଯାଇଛି। ଏହି ଗାଡ଼ିର ଉପରେ ସୋଲାର ପ୍ୟାନେଲ୍ସ ଲଗାଯାଇଛି। ଏହି ଯାନରେ ଲମ୍ବା ଯାତ୍ରା କରିହେବ। କେବଳ ଏତିିକି ନୁହେଁ ବରଂ ସୋଲାର କାରରେ ଆପଣ ଟିଭି, ଲାପଟପ ଚାର୍ଜ ଏବଂ ଛୋଟ ଷ୍ଟୋଭରେ ଖାଦ୍ୟ ତିଆରି ମଧ୍ୟ କରିପାରିବେ। ଏଥିପାଇଁ କାରରେ ପର୍ଯ୍ୟାପ୍ତ ପରିମାଣରେ ସୋଲାର ଶକ୍ତି ରହିଥାଏ।

ସୂଚନା ଅନୁଯାୟୀ, ଏହାକୁ ୨୦ ଜଣ ଛାତ୍ର ମିଶି ସୋଲାର ଟିମ ଏଣ୍ଡୋଭେନ ତିଆରି କରି ପୁରା ୟୁରୋପ ବୁଲିବାର ପ୍ଲାନ ମଧ୍ୟ ରଖିଛନ୍ତି। ଏଥିପାଇଁ ମୋଟ ୩ହଜାର କିମିର ଯାତ୍ରା କରିବାର ପ୍ଲାନିଂ ରହିଛି। ତେବେ ଏହାର ସଫଳ ଟେଷ୍ଟିଂ ମଧ୍ୟ ହୋଇସାରିଛି। ଭବିଷ୍ୟତକୁ ଧ୍ୟାନରେ ରଖି ଏହାକୁ ସମ୍ପୂର୍ଣ୍ଣ ନୂଆ କନସେପ୍ଟରେ ତିଆରି କରାଯାଇଛି।

ତେବେ ଏହାକୁ ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରାଇବାର ଯୋଜନା ରହିଛି। ଏହା ଗ୍ରାହକଙ୍କୁ ଇଲେକଟ୍ରିକ ଗାଡ଼ିଠୁ ବେଶି ଫାଇଦା ଦେବ । କାରଣ ଭାରତରେ ଇଲେକଟ୍ରିକ ଗାଡ଼ିର ଦାମ ମହଙ୍ଗା ହେବା ସହ ଏଥିପାଇଁ ଚାର୍ଜିଂ ଷ୍ଟେସନ ବିକାଶ କରିବାରେ ସମୟ ଲାଗିଯିବ। କିନ୍ତୁ ସୋଲାର ପାଓ୍ଵର୍ଡ କାର ପାଇଁ କୌଣସି ଚାର୍ଜିଂ ଷ୍ଟେସନର ଆବଶ୍ୟକତା ନାହିଁ। ତେଣୁ ଏହାକୁ ନେଇ ଗ୍ରାହକଙ୍କ ଚାହିଦା ବେଶି ରହିବ ବୋଲି ବିଶ୍ୱାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.