Sonalika ଲଞ୍ଚ କଲା ଦେଶର ପ୍ରଥମ ଇଲେକ୍ଟ୍ରିକ ଟ୍ରାକ୍ଟର, ବଜେଟ ଦାମ୍ ସାଙ୍ଗକୁ ଦେଉଛି ଦମଦାର ଫିଚର

ଭାରତରେ ଟ୍ରାକ୍ଟର କମ୍ପାନୀ ସୋନାଲିକା ଇଲେକ୍ଟ୍ରିକ ଟ୍ରାକ୍ଟର Tiger Electric ଲଞ୍ଚ କରିଛି। ଦମଦାର ଇଲେକ୍ଟ୍ରିକ ମୋଟର ସହିତ ଏହାର ଲୁକ୍ ମଧ୍ୟ ବେଶ୍ ଶାନଦାର ରହିଛି। ଏହାର ଏକ୍ସ ଶୋ ରୁମ ଦାମ୍ ୫.୯୯ ଲକ୍ଷ ଟଙ୍କା ରହିଛି। ଏହା ଦୁଇଟି ଟ୍ରଲି ସହିତ ଘଣ୍ଟାପ୍ରତି ୨୪.୯୩ କିମି ସ୍ପିଡ ସହିତ ୮ ଘଣ୍ଟା ବ୍ଯାଟେରୀ ବ୍ଯାକଅପ୍ ଦେଉଛି।

ଏହା ଭାରତରେ ନିର୍ମାଣ କରାଯାଇଛି। କିନ୍ତୁ ଏଥିରେ ମଡର୍ଣ୍ଣ ଟେକ୍ନୋଲୋଜି ସହିତ ୟୁରୋପରେ ଡିଜାଇନ କରାଯାଇଛି। ଏହି ଟ୍ରାକ୍ଟରରୁ ବିଲକୁଲ ଶବ୍ଦ ବାହାରିବ ନାହିଁ ବୋଲି କମ୍ପାନୀ କହିଛି। କମ୍ପାନୀ ଏଥିରେ IP6 କମ୍ପ୍ଲାଇଣ୍ଟ ୨୫.୫ Kwh କ୍ଷମତା ସହିତ ନ୍ଯାଚୁରାଲ କୁଲିଂ କମ୍ପୋନେଣ୍ଟ ବ୍ଯାଟେରୀ ବ୍ଯବହାର କରିଛି।

sona

ଏହି ଇଲେକ୍ଟ୍ରିକ ଟ୍ରାକ୍ଟର ଡିଜେଲ ଟ୍ରାକ୍ଟର ତୁଳନାରେ କମ୍ ଖର୍ଚ୍ଚ କରିଥାଏ। ଏହାକୁ ଘରୋଇ ସର୍କିଟରେ ମାତ୍ର ୧୦ ଘଣ୍ଟାରେ ଫୁଲ ଚାର୍ଜ କରିପାରିବେ। ଏହି ଟ୍ରାକ୍ଟର ଜଣେ ଚାଷୀ ପାଇଁ ସମସ୍ତ ସୁବିଧାଜନକ ବ୍ଯବସ୍ଥା ଦେଉଛି। ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି। ମାତ୍ର ୪ ଘଣ୍ଟାରେ ଏହା ଚାର୍ଜ ହୋଇଯିବ।

You might also like