ଅତ୍ୟାଧୁନିକ ଫିଚର୍ସ ସହ ସୋନି ପ୍ରଦର୍ଶନ କଲା Vision-S ଇଲେକ୍ଟ୍ରିକ୍‌ କନସେପ୍ଟ କାର୍‌, ଯେଉଁଥିରେ ରହିବ ୩୩ଟି ସେନ୍ସର

ବିଭିନ୍ନ ଇଲେକ୍ଟ୍ରିକ ଉପକରଣ ତଥା ସ୍ମାର୍ଟ ଫୋନ ନିର୍ମାଣକାରୀ କମ୍ପାନୀ ‘ସୋନି’ ନିକଟରେ ଲସ ବେଗସ ଠାରେ ଚାଲିଥିବା କଂଜଯୁମର ଇଲେକ୍ଟ୍ରିକ ସୋ’ରେ ନିଜ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଭିଜିଅନ ଏସକୁ ପ୍ରଦର୍ଶନ କରି ବିଶ୍ୱର ବଡ଼ ବଡ଼ ବାହନ ନିର୍ମାଣ କାରୀ କମ୍ପାନୀ ମାନଙ୍କୁ ଏକ ପ୍ରକାର ଚମକାଇ ଦେଇଛି । କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗାଡି ଟି ହେଉଛି ଏକ ସିଡେନ ଗାଡି । ଏହି ଗାଡିକୁ ଦୁନିଆ ସାମ୍ନାକୁ ଆଣି ସୋନି ଯାନବହନ ନିର୍ମାଣ କ୍ଷେତ୍ରରେ ନିଜ ପ୍ରବେଶକୁ ଏକ ପ୍ରକାର ସ୍ପଷ୍ଟ କରିଛି । ଏବେ ଯାଏଁ କମ୍ପାନୀ ମୋବାଇଲ ଫୋନ, ଇଲେକ୍ଟ୍ରିକ ଡିଭାଇସ, କ୍ୟାମେରା ଆଦି ହିଁ ନିର୍ମାଣ କରୁଥିଲା । ପ୍ରଥମ ଥର ପାଇଁ ସୋନି କମ୍ପାନୀ ନିଜ ପ୍ରସ୍ତୁତ ଏକ କାରକୁ ବଜାରରେ ପ୍ରବେଶ କରାଇଛି । ଏହି କାରରେ ସମୁଦାୟ ୩୩ ଟି ସେନ୍ସର ଲଗାଯାଇଛି ।

sony car

ଆହୁରି ମଧ୍ୟ ଏଥିରେ ମଲ୍ଟିପ୍ଲ ହୁଆଇଟ ସ୍କ୍ରିନ, ୩୬୦ ଟି ଅଡିଓ, କନେକ୍ଟିଭିଟି ପରି ଫିଚର୍ସ ମାନ ମଧ୍ୟ ଖଞ୍ଜା ଯାଇଛି । ଏହା ବାଦ ଏହି କାର ଟିରେ ବ୍ଲାକବେରି ଓ ବୋସ୍ଚ୍ଚକମ୍ପାନୀ ତରଫରୁ ମଧ୍ୟ କେତେକ ଡିଭାଇସ ଖଞ୍ଜା ଯାଇଛି । କମ୍ପାନୀ ତରଫରୁ କାରର ବିଶେଷତା ଗୁଡିକ ବିଷୟରେ ବି ସ୍ପଷ୍ଟ କରାଯାଇଛି । ଏଥିରେ କମ୍ପାନୀ ତରଫରୁ ମଧ୍ୟ ୨୭୨ଏଚ ପିର ଏକ ମୋଟରର ପ୍ରୟୋଗ କରାଯାଇଛି । ଏହି କାର ୪.୮ ସେକେଣ୍ଡରେ ୧୦୦ କିଲୋମିଟର ଚାଲିବାର କ୍ଷମତା ରଖିଛି । ଏହାର ଟପ ସ୍ପିଡ଼ ଘଣ୍ଟା ପ୍ରତି ୨୪୦ କିଲୋମିଟର ଥିବା ଜଣା ଯାଇଛି ।

Leave A Reply

Your email address will not be published.