ଏବେ ଆପଣ ନିଜ ବ୍ୟକ୍ତିଗତ କାରରେ ଯାତ୍ରୀଙ୍କୁ ବସାଇ କରି ପାରିବେ ରୋଜଗାର, ସରକାର ବଦଳାଇବାକୁ ଯାଉଛନ୍ତି ଏହି ନିୟମ

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ କାର ରହିଛି ତେବେ ଆପଣ ମୋଟା ଅଙ୍କର ଟଙ୍କା ରୋଜଗାର କରି ପାରିବେ। କେନ୍ଦ୍ର ସରକାର ବ୍ୟକ୍ତିଗତ କାରକୁ କମରସିଆଲ ଭାବେ ବ୍ୟବହାର କରିବା ପାଇଁ ଏକ ନିୟମ ଖୁବ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି। ଏହା ସହ ସରକାର ଅନ୍ୟ କିଛି ପରିବହନ ନିୟମରେ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମ ଲାଗୁ ହେଲା ପରେ ଆପଣ ନିଜ ବ୍ୟକ୍ତିଗତ କାରରେ ମଧ୍ୟ ଯାତ୍ରୀଙ୍କୁ ନେଇ ଟଙ୍କା ରୋଜଗାର କରି ପାରିବେ। ବ୍ୟକ୍ତିଗତ କାରରେ ଯାତ୍ରୀ ଆପଣ ଦୈନିକ କେବଳ ୩ ଏବଂ ୪ ଜଣଙ୍କର ଟ୍ରିପ କରି ପାରିବେ।

car-price-hike

ମିଡିଆ ରିପୋର୍ଟ ମୁତାବକ, ପରିବହନ ମନ୍ତ୍ରାଳୟ ହ୍ଵିକଲ ପୁଲିଂ ନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏହି ନୀତିକୁ ମଞ୍ଜୁର କରିବା ପୂର୍ବରୁ ପ୍ରଥମେ ଏହାକୁ ପରୀକ୍ଷା ମୂଳକ ଭାବେ ଲାଗୁ କରାଯାଉଛି । ଏହା ଦ୍ୱାରା ଟ୍ୟାକ୍ସି ଏବଂ କ୍ୟାବ୍‌ ସର୍ଭିସ ଉପରେ ଯେପରି କୌଣସି ପ୍ରଭାବ ନପଡେ଼ ସେ ବିଷୟରେ ମଧ୍ୟ ଚିନ୍ତା କରାଯାଉଛି। ଏଥିରେ ନୀତି ଅୟୋଗର ମଧ୍ୟ ସାହାଯ୍ୟ ନିଆଯାଉଛି।

ରିପୋର୍ଟ ମୁତାବକ, ଲୋକଙ୍କୁ ନିଜ ବ୍ୟକ୍ତିଗତ କାରରେ ଯାତ୍ରୀ ନେବା ଆଣିବା ପାଇଁ ତାଙ୍କୁ ପରିବହନ ନିଗମରୁ ମାନ୍ୟତା ପ୍ରାପ୍ତ ଏଗ୍ରିଗେଟର ନେବାକୁ ପଡିବ। ଏଗ୍ରିଗେଟର ଦ୍ୱାରା ଯାତ୍ରୀଙ୍କୁ କେଓ୍ଵାଇସି କରିବାକୁ ପଡିବ। ଏହା ସହ ବ୍ୟକ୍ତିଗତ କାର ଚାଳକଙ୍କୁ ଯାତ୍ରୀ ନେବା ଆଣିବା କରିବା ପାଇଁ ବୀମା କରିବାକୁ ପଡିବ।

Leave A Reply

Your email address will not be published.