ଦକ୍ଷିଣ ପୂର୍ବ ରେଳବାଇରେ ଖାଲିପଡିଛି ୧୭୮୫ ପଦବୀ, ୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଆଜିକାଲିର ଯୁବପିଢି ପାଠ ପଢି ବେକାର ହୋଇ ବସିଛନ୍ତି। ଯଦି ଆପଣ ଡିଗ୍ରୀ ଧରି ବେରୋଜଗାର ହୋଇ ବସିଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଉ ଯଦି ଆପଣ ରେଳବାଇ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ୧୭୮୫ ପଦବୀ ଖାଲିପଡିଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ rrcser.co.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୨, ୨୦୨୩ ପର୍ଯ୍ୟନ୍ତ ଚାଲିବ ।

ପଦବୀ ବିବରଣୀ : ୧୭୮୫

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ରୁ ୨୪ ବର୍ଷ ହେବା ଜରୁରୀ । ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ବୟସ ସୀମାରେ ୫ବର୍ଷ ରିହାତି ଏବଂ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ, ଦିବ୍ୟାଙ୍ଗଙ୍କୁ ୧୦ ବର୍ଷ ରିହାତି ମିଳିବ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ଥିବା ପ୍ରାର୍ଥୀ ଅତିକମରେ ୧୦ମ ପାସ୍‌ କରିବା ସହିତ ବୋର୍ଡରେ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ଏହାସହିତ ଆଇଟିଆଇ ପାସ୍‌ କରିଥିବା ସାର୍ଟିଫିକେଟ ଥିବା ଜରୁରୀ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି, PWD/ମହିଳା ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ମେରିଟ୍‌ ଲିଷ୍ଟ ଆଧାରରେ ହେବ। ତେବେ ୧୦ମ ବୋର୍ଡରେ ୫୦ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲକ୍‌ କରନ୍ତୁ :

rrcser.co.in

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.