SBIର ଏହି ସ୍କିମ ଅନ୍ତର୍ଗତ FD ନିବେଶରେ ମିଳିବ ଗ୍ରାହକଙ୍କୁ ଅଧିକ ସୁଧ
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗତ ମାସରେ ସୀମିତ ସମୟ ମଧ୍ୟରେ ବିଶେଷ ପ୍ଲାଟିନମ ଜମା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଗ୍ରାହକଙ୍କୁ ଅଧିକ ସୁଧ ମିଳିବାର ଯୋଜନା ରହିଥିଲା। ତେବେ ଏଥିପାଇଁ ନିବେଶ କରିବାର ଶେଷ ତାରିଖ ଆଜିଥିଲା। SBI ତରଫରୁ ଏହି ଯୋଜନା ୧୫ ଅଗଷ୍ଟ ୨୦୨୧ରୁ ଆରମ୍ଭ ହୋଇଥିଲା। ୧୪ ସେପ୍ଟେମ୍ବର ଏହାର ଶେ ଷ ତାରିଖ ଥିଲା।
ଏହି ଯୋଜନା ଅନ୍ତର୍ଗତ ବ୍ୟାଙ୍କରେ ଗ୍ରାହକଙ୍କୁ ବିଭିନ୍ନ ବ୍ରିକେଟ ପାଇଁ ଏଫଡ଼ି ଜମା ଉପରେ ୧୫ ବେସିସ ପଏଣ୍ଟ ବା ୦.୧୫% ପର୍ଯ୍ୟନ୍ତ ଅତିରିକ୍ତ ସୁଧ ମିଳିବାର ଯୋଜନା ରହିଛି। ବ୍ୟାଙ୍କର ଏହା ଏକ ଖାସ ଯୋଜନା FD ବା ଟର୍ମ ଡିପୋଜିଟ ଯାହା ଗ୍ରାହକ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅଧିକ ସୁଧ ଦେବା ପାଇଁ ଯୋଜନା କରିଥିଲା।
ବ୍ୟାଙ୍କ ଏସବିଆଇ ପ୍ଲାଟିନମ ଟର୍ମ ଡିପୋଜିଟ ସ୍କିମ ପ୍ଲାନ ମୁତାବକ ଲୋକଙ୍କୁ ୭୫ ଦିନ , ୭୫ ସପ୍ତାହ ଏବଂ ୭୫ ମାସର ଅବଧି ମଧ୍ୟରେ ଥିବା FD ପାଇଁ ୦.୧୫% ପର୍ଯ୍ୟନ୍ତ ଅତିରିକ୍ତ ସୁଧ ମିଳିବ। ଏହି ସ୍କିମ ୨ କୋଟି ଟଙ୍କାରୁ କମ ଟର୍ମ ଡିପୋଜିଟରେ ଲାଗୁ ହେବ । ୭୫ ଦିନରେ ଟର୍ମ ଡିପୋଜିଟ ୩.୯୦% ପର୍ଯ୍ୟନ୍ତ ସୁଧ ମିଳିଥାଏ। କିନ୍ତୁ ସ୍ପେଶାଲ ଅଫର ଅନ୍ତର୍ଗତ ୩.୯୫% ପର୍ଯ୍ୟନ୍ତ ସୁଧ ମିଳିବ। ସେହିପରି ୭୫ ସପ୍ତାହ ପାଇଁ ୫% ସୁଧ ମିଳିଥାଏ କିନ୍ତୁ ଏବେ ୫.୧୦% ସୁଧ ମିଳିବ।