PMSBY: ସରକାରଙ୍କ ଏହି ଯୋଜନାରେ ଖର୍ଚ୍ଚ କରନ୍ତୁ ମାତ୍ର ୧୨ ଟଙ୍କା, ମିଳିବ ପୂରା ୨ ଲକ୍ଷର ଫାଇଦା!

ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କର ବୀମା ରହିବା ବହୁତ ଜରୁରୀ। ଏହି କ୍ରମରେ ସରକାରଙ୍କ ଏକ ଯୋଜନା ଅଧୀନରେ ଆପଣ ମାତ୍ର ୧୨ ଟଙ୍କା ଖର୍ଚ୍ଚ କରି ପୂରା ୨ ଲକ୍ଷର ଫାଇଦା ପାଇପାରିବେ। ଆପଣ ଏହି ଯୋଜନା ଅଧୀନରେ ଦୁର୍ଘଟଣାଜନିତ ବୀମା କରାଇ ପାରିବେ। ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY)। ୧୨ ଟଙ୍କା ପ୍ରିମିୟମ୍‌ ଏକ ବର୍ଷ ପାଇଁ ରହିଛି।

୧୮ରୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ବି ବ୍ୟାଙ୍କ ଆକାଉଣ୍ଟ ହୋଲ୍‌ଡର ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ପ୍ରତିବର୍ଷର ବୀମା ଅବଧି ୧ ଜୁନ୍‌ରୁ ୩୧ ମେ’ ହୋଇଥାଏ। ଏହି ଯୋଜନାରେ ଦୁର୍ଘଟଣାର ୩୦ ଦିନ ଭିତରେ କ୍ଲେମ୍‌ କରିବାକୁ ପଡ଼ିଥାଏ। ସର୍ବାଧିକ ୬୦ ଦିନରେ କ୍ଲେମ୍‌ ସେଟଲମେଣ୍ଟ ହୋଇଯାଏ। ଏଥିରେ ବୀମା ରାଶି ନେବା ପାଇଁ ଆପଣଙ୍କ ଆକାଉଣ୍ଟରେ ୩୧ ମେ’ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ବାଲାନ୍ସ ଥିବା ଦରକାର, ଯେପରି ଏହି ରାଶି ଅଟୋ ଡିଡକ୍ଟ ହୋଇପାରିବ।

ଯଦି ପଲିସି ହୋଲ୍ଡରଙ୍କ ମୃତ୍ୟୁ ଘଟେ, ତ ନୋମିନୀଙ୍କୁ ୨ ଲକ୍ଷ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। ଦୁର୍ଘଟଣାରେ ଯଦି ଦୁଇଟି ଯାକ ଆଖି ନଷ୍ଟ ହୋଇଯାଏ, ଦୁଇଟି ହାତ କି ଦୁଇଟି ଗୋଡ଼ ଆଉ କାମ ନ କରେ, ଗୋଟିଏ ଆଖିକୁ ଆଦୌ ଦେଖା ନ ଯାଏ କିମ୍ବା ଗୋଟିଏ ହାତ କି ଗୋଟିଏ ଗୋଡ଼ କାମ ନ କରେ, ତ ଏଭଳି ସ୍ଥିତିରେ ପଲିସିହୋଲ୍ଡରଙ୍କୁ ୨ ଲକ୍ଷ ଟଙ୍କା ମିଳିଥାଏ। ସେହିପରି କେତେକ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଦିଆଯିବାର ବି ବ୍ୟବସ୍ଥା ରହିଛି।

ଏମିତି ସ୍ଥିତିରେ ମିଳିବ ନାହିଁ ବୀମା କଭର: ଯଦି ବୀମା ପଲିସି ସହ ଲିଙ୍କ୍‌ଡ ସେଭିଂ ଆକାଉଣ୍ଟରେ ପର୍ଯ୍ୟାପ୍ତ ରାଶି ନାହିଁ କିମ୍ବା ପଲିସି ହୋଲ୍ଡର ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି, ତ ଏମିତି ସ୍ଥିତିରେ କଭର୍‌ ମିଳିବ ନାହିଁ।

ଆପଣ ଏହି ଯୋଜନା ପାଇଁ ନିଜ ବ୍ୟାଙ୍କ ମାଧ୍ୟମରେ ଆବେଦନ କରି ପାରିବେ। ଏତଦ୍‌ ବ୍ୟତୀତ ସରକାରୀ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ କିମ୍ବା ଅନ୍ୟ କୌଣସି ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀରୁ ଏହା କିଣି ପାରିବେ, ଯେଉଁମାନେ କମ୍ପାନୀ ଓ ବ୍ୟାଙ୍କର ଟାଇଅପ୍‌ରେ ଏହି ପ୍ରଡକ୍ଟ ଅଫର୍‌ କରି ଥାଆନ୍ତି।

Leave A Reply

Your email address will not be published.