SSC JE ପରୀକ୍ଷା ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ସିଭିଲ, ମେକାନିକାଲ, ଇଲେକ୍ଟକ୍ରିକାଲ, ମାତ୍ରା ସର୍ବେକ୍ଷଣ ଏବଂ କଣ୍ଟ୍ରାକ୍ଟ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଏହି ଆବେଦନ ଜୁନିୟର ଇଞ୍ଜିନିୟରିଂ (JE) ପଦବୀ ପାଇଁ ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଆବଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଯାହା ୩୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏନେଇ ଯୋଗ୍ୟ ଏବଂ ଇଛୁକ ଆବେଦନକାରୀ ୩୦ ଅକ୍ଟୋବର ସାଢେ ୧୧ଟା ପର୍ଯ୍ୟନ୍ତ ଅନଲାଇନ୍‌ ଆବେଦନ କରିପାରିବେ। ଏହି ସମ୍ବନ୍ଧିୟ ଏକ ସୂଚନା ମଧ୍ୟ ssc ପକ୍ଷରୁ ଜାରି କରାଯାଇଛି। ଯାହାଦ୍ୱାରା ଆବେଦନକାରୀ ssc.nic.in କୁ ଯାଇ ଦେଖିପାରିବେ।

sscଏହି ପଦବୀ ପାଇଁ କମ୍ପ୍ୟୁଟର ଆଧାରିତ ପେପର୍‌ ୧ ପରୀକ୍ଷା ୨୩ ମାର୍ଚ୍ଚ ଏବଂ ୨୫ ମାର୍ଚ୍ଚ ୨୦୨୧ ମଧ୍ୟରେ ଆୟୋଜିତ ହେବ। ପେପର୍‌ ୨ର ପରୀକ୍ଷା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଜାରି କରାଯାଇନାହିଁ। କାରଣ କମ୍ପ୍ୟୁଟର ଆଧାରିତ ପେପର୍‌ ପାସ୍‌ କରିଥିବା ପାର୍ଥୀଙ୍କୁ ହିଁ ପେପର୍‌ ୨ ପାଇଁ ଡକାଯିବ। ସୂଚନା ଅନୁଯାୟୀ ଏହି ପଦବୀର ଚୟନ କରାଯାଇଥିବା ପାର୍ଥୀଙ୍କୁ ୩୫,୪୦୦ ଟଙ୍କା ଠାରୁ ଆରମ୍ଭ କରି ୧,୧୨,୪୦୦ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

ssc1ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ପାଖରେ ଇଞ୍ଜିନିୟରିଂର ଡିଗ୍ରୀ ଥିବା ଆବଶ୍ୟକ। ଏଥିସହ ୨ ବର୍ଷର କାର୍ଯ୍ୟ ସମ୍ପର୍କିତ ଅଭିଜ୍ଞତା ଏବଂ ୩ ବର୍ଷିୟ ଡିପ୍ଲମା ଥିବା ଆବଶ୍ୟକ। ଏହି ପରୀକ୍ଷାର ପେପର୍‌ ୧ କମ୍ପ୍ୟୁଟର ଆଧାରିତ ହେବ, ଯେଉଁଥିରେ ଆବେଦନକାରୀଙ୍କ ଠାରୁ ଏକ ମାର୍କର ୨୦୦ ପ୍ରଶ୍ନ ପଚରାଯିବ, ଯାହାର ଉତ୍ତର ଆବେଦନକାରୀଙ୍କୁ ୨ ଘଣ୍ଟା ଭିତରେ ଦେବାକୁ ପଡିବ। ସେହିଭଳି ପେପର୍‌ ୨ ପରୀକ୍ଷା ଜେନେରାଲ ଇ୍େ‌ଟଲିଜେନ୍ସି ଆଣ୍ଡ ରିଜନିଂ ପ୍ରଶ୍ନ ପଚରାଯିବ। ଯାହା ୫୦-୫୦ ମାର୍କର ହେବ।