SBI ଗ୍ରାହକଙ୍କୁ ବଡ ଝଟକା, ଏବେ ଲକର୍‌ ଦର ହେବ ମହଙ୍ଗା

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ସେଫ୍‌ ଡିପୋଜିଟ୍‌ ଲକର୍‌ର ରେଟ୍‌ ବୃଦ୍ଧି ହୋଇଛି। ଏହାଦ୍ୱାରା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଝଟକା ଲାଗିଛି। ଏହି ନୂଆ ଚାର୍ଜ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଲାଗୁ ହେବ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ସେଫ୍‌ ଡିପୋଜିଟ୍‌ ଲକର୍‌ର ଚାର୍ଜ ବର୍ଷକୁ ୫୦୦ଟଙ୍କା ମହଙ୍ଗା କରାଯାଇଛି। ଏକ ବର୍ଷ ପାଇଁ ସ୍ମଲ ଲକର ରେଂଟାଲ ଚାର୍ଜ ବର୍ତ୍ତମାନ ୨ହଜାର ଟଙ୍କା ହୋଇଛି। ସେହିଭଳି ଏକ୍ସଟ୍ରା ଲାର୍ଜ ଲକର୍‌ ବର୍ତ୍ତମାନ ଗ୍ରାହକଙ୍କୁ ୯ ହଜାର ଟଙ୍କା  ୧୨ ହଜାର ଟଙ୍କାରେ ମିଳିବ। ମିଡିୟମ ଲକର୍‌ ପାଇଁ ଗ୍ରାହକଙ୍କୁ ଏକ ବର୍ଷ ପାଇଁ ୪ହଜାର ଟଙ୍କା ଦେବାକୁ ପଡିବ। ଏଥିରେ ୧ହଜାର ଟଙ୍କା ମହଙ୍ଗା ହୋଇଛି। ଏହାବ୍ୟତୀତ ଏକ ବର୍ଷ ପାଇଁ ଲାର୍ଜ ଲକର୍‌ର ଚାର୍ଜ ୨ ହଜାର ଟଙ୍କା ମହଙ୍ଗା ହୋଇଛି ଏବଂ ଏହାର ବର୍ଷକୁ ଶୁଳ୍କ ୮ହଜାର ଟଙ୍କା ହୋଇସାରିଛି।

sbiବୃଦ୍ଧି ହେଲା ୩୩ ପ୍ରତିଶତ

ସୂଚନା ମୁତାବକ ଏସବିଆଇର ଶାଖାରେ ସେମି ଅର୍ବାନ ଏବଂ ଗ୍ରାମୀଣ କ୍ଷେତ୍ରରେ ଶସ୍ତା ଲକର ସେବା ପ୍ରଦାନ କରିଥାଏ। ଏହି ଲକର୍‌ ପାଇଁ ଗ୍ରାହକ ୧,୫୦୦ଟଙ୍କାରୁ ନେଇ ୯,୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିଥାଏ। ଏସବିଆଇର ଶାଖାରେ ଲକର୍‌ ଚାର୍ଜ ୩୩ ପ୍ରତିଶତ ବୃଦ୍ଧି କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ନୂଆ ଦର କେବଳ ମେଟ୍ରୋ ଏବଂ ଅର୍ବାନ ସହରରେ ଲାଗୁ ହେବ। ଏଥିରେ ସେବା କର (ଜିଏସଟି) ସାମିଲ କରାଯିବନାହିଁ।

sbi-ଜାଣନ୍ତୁ କେତେ ରହିଛି ଲକର୍‌ ପଞ୍ଜିକରଣ ଶୁଳ୍କ

ଏହାର ଅତିରିକ୍ତ ଏସବିଆଇ ଛୋଟ ଏବଂ ମଧ୍ୟମ ସାଇଜ୍‌ର ଲକର୍‌ ପାଇଁ ୫୦୦ ଟଙ୍କା ପ୍ଲସ ଜିଏସଟିର ପୁଣରି ଥରେ ଲକର୍‌ ପଞ୍ଜିକରଣ ଶୁଳ୍କ ମଧ୍ୟ ଏକତ୍ର କରିବାକୁ ପଡିବ। ଯାହା ଲାର୍ଜ ଏବଂ ଏକ୍ସଟ୍ରା ଲାର୍ଜ ଲକର୍‌ ପାଇଁ ଏହି ଶୁଳ୍କ ୧ହଜାର ପ୍ଲସ୍‌ ଜିଏସଟି ରହିଛି। ଯଦି ଗ୍ରାହକ ଲକର୍‌ ଚାର୍ଜ ଜମା କରିବାରେ ବିଳମ୍ବ କରନ୍ତି ତେବେ ୪୦ ପ୍ରତିଶତ ଜରିମାନା ଦେବାକୁ ପଡିବ।

bank-lockerଏଭଳି ସ୍ଥିତିରେ ବ୍ୟାଙ୍କରେ ରହିପାରିବ ଲକର୍‌ ଖୋଲିବାର ଅନୁମତି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ନିୟମ ମୁତାବକ, ଯଦି ଗ୍ରାହକ ଏକ ବର୍ଷରେ ଯଦି ଥରେ ନିଜର ଲକର୍‌ ଖୋଲିନଥାନ୍ତି ତେବେ ବ୍ୟାଙ୍କକୁ ଆପଣଙ୍କ ଲକର୍‌ ଖୋଲିବାର ଅନୁମତି ରହିଥାଏ। ଏଭଳି କରିବା ପୂର୍ବରୁ ବ୍ୟାଙ୍କ ଆପଣଙ୍କୁ ନୋଟିସ୍‌ ପଠାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.