ଏଟିଏମଧାରୀଙ୍କ ପାଇଁ ଖୁସିଖବର : ଜାନୁଆରୀ ୧ ରୁ ଏସବିଆଇ ପରିବର୍ତ୍ତନ କରୁଛି ATMରୁ ଟଙ୍କା ଉଠାଇବା ନିୟମ

ଗ୍ରାହକଙ୍କୁ ଧୋକାଦାରୀ ବା ଠକାମିରୁ ରକ୍ଷା ପାଇବା ପାଇଁ ଏବଂ ସୁରକ୍ଷିତ ବ୍ୟାକିଂ ପାଇଁ ବ୍ୟାଙ୍କ୍‌ ସମୟ ସମୟରେ ନିର୍ଦ୍ଦେଶନାମା ଜାରୀ କରୁଛି। କଡା ସୁରକ୍ଷା ପରେ ମଧ୍ୟ ଗ୍ରାହକଙ୍କ ସହିତ ଏଟିଏମ, ନେଟ୍‌ ବ୍ୟାକିଂ କିମ୍ବା ଅନ୍ୟ ଉପାୟରେ ଲୋକଙ୍କୁ ଠକି ଦିଆଯାଉଛି। ସେଥିପାଇଁ ବର୍ତ୍ତମାନ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ୍‌ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସବିଆଇ) ଗ୍ରାହକଙ୍କ ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛି। ଏହି ଯୋଜନା ଅନୁଯାୟୀ ଗ୍ରାହକ ଠକାମିର ଶିକାର ହେବାରୁ ରକ୍ଷା ପାଇପାରିବେ। କାରଣ ଏସବିଆଇ ଏଟିଏମରୁ ଟଙ୍କା ଉଠାଇବାର ନିୟମ ପରିବର୍ତ୍ତନ କରିଛି। ଏହି ନୂଆ ନିୟମର ଆରମ୍ଭ ଜାନୁୟାରୀ ୨୦୨୦ ଠାରୁ ଆରମ୍ଭ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ନିୟମ ଦ୍ୱାରା ଲୋକମାନେ କେମିତି ଉପକ୍ରୁତ ହୋଇପାରିବେ।

ଏସବିଆଇ ଏଟିଏମରେ ଲାଗୁ ହେବ ଏହି ସୁବିଧା

sbiଏସବିଆଇ ନିଜର ଗ୍ରାହକଙ୍କ ପାଇଁ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଓ୍ଵାନ ଟାଇମ୍‌ ପାସଓ୍ଵାର୍ଡ (ଓଟିପି)ର ସୁବିଧା ଆଣିଛି। ଏହି ନୂଆ ସୁବିଧା ଦେଶର ସମସ୍ତ ଏସବିଆଇ ଏଟିଏମରେ ଲାଗୁ ହୋଇଯିବ।

ଏସବିଆଇ ଟ୍ଵିଟ କରି ଦେଇଛି ସୂଚନା

ଏହି ନୂଆ ନିୟମ ଅନୁଯାୟୀ ଏସବିଆଇ ଗ୍ରାହକଙ୍କୁ ଜାନୁୟାରୀ ୨୦୨୦ ଠାରୁ ରାତି ଆଠଟା ଠାରୁ ସକାଳ ୮ଟା ପଯ୍ୟର୍ନ୍ତ ଏଟିଏମରରୁ ଟଙ୍କା ଉଠାଇଲେ ଓଟିପି ଦେବାକୁ ହେବ। ଏହାର ସୂଚନା ଏସବିଆଇ ଟ୍ଵିଟ କରି ଜଣାଇଛି।

୧୦,୦୦୦ରୁ ଅଧିକ ଟଙ୍କା ଉଠାଇବା ଦ୍ୱାରା ଦେବାକୁ ହେବ ଓଟିପି

pinଏସବିଆଇ ଟ୍ଵିଟ କରି ଜଣାଇଛି ଯେ ଏସବିଆଇ ଗ୍ରାହକଙ୍କୁ ଏଟିଏମ ଜରିଆରେ ୧୦,୦୦୦ ଟଙ୍କା ରୁ ଅଧିକ ଟଙ୍କା ଉଠାଇଲେ ଓଟିପି ଦେବାକୁ ହେବ। ବ୍ୟାଙ୍କରେ ଗ୍ରାହକ ଦେଇଥିବା ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଓଟିପି ପଠାଯିବ, ଯାହା ସାହାଯ୍ୟରେ ଟଙ୍କା ଉଠାଇବା ସହଜ ହେବ।

ଏପରି କରିବ କାମ

ସେହିପରି ଯଦି ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାନ୍ତି, ତେବେ ସେମାନଙ୍କୁ ଓଟିପିର ସୁବିଧା ମିଳିବନାହିଁ। ଏହି ପ୍ରକ୍ରିୟା ଜରୀଆରେ ଯେତେବେଳେ ଗ୍ରାହକ ଟଙ୍କା ଉଠାଉଥିବେ, ତେବେ ସେମାନଙ୍କୁ ଏଟିଏମ ସ୍କ୍ରୀନ ଉପରେ ଟଙ୍କା ସହିତ ଓଟିପି ସ୍କ୍ରୀନ ମଧ୍ୟ ଦେଖାଯିବ। ଗ୍ରାହକଙ୍କୁ ଏହି ଓଟିପିି ରେଜିଷ୍ଟର ମୋବାଇଲ ନମ୍ବରକୁ ଆସିବ। ଏମିତି ହେଲେ ଆପଣଙ୍କୁ ଠକାମୀର ଶିକାର ହେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.