ଅଧିକ ସଞ୍ଚୟ କରିବାକୁ ଚାହୁଁଛନ୍ତି କି ? ତେବେ କମ୍ କରନ୍ତୁ କ୍ରେଡିଟ୍ କାର୍ଡ ର ବ୍ୟବହାର

ଯଦି ଆପଣଙ୍କ ସାଲାରୀର ଅଧା ରୁ ଅଧିକ କ୍ରେଡିଟ୍ କାର୍ଡର ବିଲ୍ ପେମେଣ୍ଟ କରିବାରେ ଚାଲି ଯାଉଛି ତେବେ ଏଥିପ୍ରତି ଆପଣଙ୍କୁ ଧ୍ୟାନ ଦେବା ଜରୁରୀ। ଏହା ସହିତ ଯଦି ଆପଣ ନିଜର ସାଲାରୀର ବଡ ଅଂଶ ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କ୍ରେଡିଟ୍ କାର୍ଡ ଠାରୁ ଦୂରତା ବଜାୟ ରଖିବାକୁ ପଡିବ। ଆଜି ଆମେ ଆପଣଙ୍କୁ କିଛି ଏମିତି ଷ୍ଟେପ୍ସ ଜଣାଇବୁ ଯାହାକୁ ଫଲୋ କରି ଆପଣ ନିଜର ସଞ୍ଚୟକୁ ବଢ଼ାଇ ପାରିବେ।
-ପ୍ରାୟ କ୍ରେଡିଟ କାର୍ଡ ଧାରୀ କ୍ରେଡିଟ କାର୍ଡ ବ୍ୟବହାର କରିବା ସମୟରେ ଭୁଲି ଯାଆନ୍ତି ଯେ ଏହା ତାଙ୍କର ନିଜର ଟଙ୍କା ନୁହେଁ, ବରଂ ତାଙ୍କର ଅଧାର ନେଇଥିବା ଟଙ୍କା ଅଟେ। ସେମାନଙ୍କୁ ଏହାକୁ ପୁଣି ଫେରାଇବାକୁ ପଡିବ। ଏକ ଅଧ୍ୟୟନ ଅନୁସାରେ, ଯେତେବେଳେ ଲୋକ କ୍ରେଡିଟ କାର୍ଡରୁ ପେମେଣ୍ଟ କରିଥାନ୍ତି, ତେବେ ସେମାନେ ଆବଶ୍ୟକ ରୁ ଅଧିକ ଖର୍ଚ୍ଚ କରିଦିଅନ୍ତି। ଏମିତିରେ ପୂର୍ବରୁ ଯେଉଁମାନେ ଫାଇନାନସିଆଲ ପ୍ଲାନ କରିଥିବେ ସେମାନଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଥାଏ।
-ଏକ ରିସର୍ଚ୍ଚ ଅନୁଯାୟୀ, ଯେଉଁ ଲୋକ କ୍ରେଡିଟ୍ କାର୍ଡରୁ ଜିନିଷ କିଣିଥାନ୍ତି, ସେମାନେ ନିଜ କ୍ଷମତା ଠାରୁ ଅଧିକ ଖର୍ଚ୍ଚ କରିଦିଅନ୍ତି। ଲୋକମାନେ ଏମିତି ଜିନିଷ କିଣି ଦିଅନ୍ତି ଯାହା ତାଙ୍କର ଆବଶ୍ୟକ ନଥାଏ। ସେହିଭଳି ଯେତେବେଳେ ଆପଣ କ୍ୟାସ ନେଇ ଜିନିଷ କିଣିବାକୁ ଯାଉଛନ୍ତି ତେବେ ଆପଣ ବହୁତ ଭାବି ଚିନ୍ତି ଟଙ୍କା ଅନୁଯାୟୀ ଜିନିଷ କିଣୁଛନ୍ତି।
ଏହା ସହ ପଢ଼ନ୍ତୁ : ଟଙ୍କିକିଆ ଏବଂ ୧୦ଟଙ୍କିଆ କଏନ୍ ନେଉନଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଆରବିଆଇ ଦେଲା ଏହି ନିର୍ଦ୍ଦେଶ
-ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି ଯେ ୯୨ ପ୍ରତିଶତ କ୍ରେଡିଟ୍ କାର୍ଡ ୟୁଜର୍ସ ମିନିମମ୍ ପେମେଣ୍ଟ ନିଶ୍ଚୟ କରିଥାନ୍ତି। କିନ୍ତୁ ମିନିମମ୍ ପେମେଣ୍ଟ ଦେବା କାରଣରୁ ସେମାନଙ୍କ ଉପରେ ଏତେ ସାରା ଚାର୍ଜ ଲାଗି ଥାଏ ଯେ ମୂଳ ରାଶି ବଢ଼ି ବଢ଼ି ଚାଲିଥାଏ।
-ଯେଉଁ ଲୋକ କ୍ରେଡିଟ କାର୍ଡର ବ୍ୟବହାର କରନ୍ତି ସେମାନେ ସ୍ବଭାବରେ ବହୁତ ଖର୍ଚ୍ଚୀ ହୋଇଯାନ୍ତି। ସେମାନେ ସେଭିଙ୍ଗ୍ କମ୍ କରିପାରନ୍ତି କାରଣ କ୍ରେଡିଟ କାର୍ଡ କାରଣରୁ ତାଙ୍କର ଖର୍ଚ୍ଚ ବହୁତ ଅଧିକ ହୋଇଯାଇଥାଏ। ପ୍ରଥମେ ସେମାନଙ୍କର କ୍ରେଡିଟ କାର୍ଡର ବିଲ୍ ପେମେଣ୍ଟ କରିବାରେ ହିଁ ତାଙ୍କର ଅଧିକାଂଶ ଟଙ୍କା ଶେଷ ହୋଇଯାଇଥାଏ। ଏହାଛଡା ଆପଣ ମିନିମମ୍ ପେମେଣ୍ଟ କରୁଛନ୍ତି ତେବେ ମଧ୍ୟ ବଳକା ବିଲରେ ୧୮ ପ୍ରତିଶତ ଜିଏସଟି ଲାଗିଥାଏ। ଏଥିପାଇଁ ଆପଣଙ୍କୁ କ୍ରେଡିଟ କାର୍ଡର ବ୍ୟବହାର କମ୍ କରିବା ଉଚିତ ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ହେବ।