ବ୍ୟବସାୟ ଓ ଅର୍ଥନୀତି

ପିଏମ୍‌ ଙ୍କ ଏହି ଯୋଜନାରେ ଏବେ ଦୋକାନୀଙ୍କୁ ମିଳିବ ଏତିକି ଟଙ୍କା ପେନସନ, ଶୀଘ୍ର କରନ୍ତୁ ଆବେଦନ

ଦେଶର ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ବାହାର କରୁଛନ୍ତି। ଏହାରି ମଧ୍ୟରେ ସରକାର ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସ୍କିମ ବାହାର କରିଛନ୍ତି । କିନ୍ତୁ ଏବେ ସରକାର ଦୋକାନୀ ମାନଙ୍କ ପାଇଁ ମଧ୍ୟ ଏକ ନୂଆ ଯୋଜନା ବାହାର କରିବାକୁ ଯାଉଛନ୍ତି। ଯେଉଁଥିରେ ସେମାନଙ୍କୁ ପେନସନ ମିଳିବ। ଏହାର ଫାଇଦା ଉଠାଇବେ ଏବେ ସବୁ ଦୋକାନୀ ମାଲିକ।

କେନ୍ଦ୍ର ସରକାର ଏବେ ଦୋକନୀ ବା ଷ୍ଟ୍ରିଟ ଭେଣ୍ଡର୍ସ ମାନଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାପାଇଁ ଏକ ନୂତନ ଯୋଜନା ବାହାର କରିଛନ୍ତି। ସରକାର ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ନ୍ୟାସନାଲ ପେନସନ ସ୍କିମ ଆଣିଛନ୍ତି। ଏହାକୁ ରେଜିଷ୍ଟ୍ରର କରିବା ମଧ୍ୟ ଖୁବ ସହଜ। ଏବେ ଜାଣନ୍ତୁ ଏଥିରେ ନିଜର ଆକାଉଣ୍ଟକୁ କେମିତି ଖୋଲିବେ।

ଏନପିଏସ୍‌ ମୁତାବିକ ଏଥିରେ ରେଜିଷ୍ଟ୍ରେସନ କରିବା ପାଇଁ ଆପଣଙ୍କ ବାର୍ଷିକ ଟର୍ଣ୍ଣଓଭର ଦେଢ଼ କୋଟି ଟଙ୍କାରୁ କମ ହେବା ଆବଶ୍ୟକ। ଏହାସହ ଆବେଦକଙ୍କ ବୟସ ୬୦ ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ୍ୱ ହେବା ଦରକାର। ଏହାପରେ ହିଁ ବ୍ୟବସାୟୀ ମାନେ ରେଜିଷ୍ଟ୍ରେସନ ପାଇଁ ଆପ୍ଲାଏ କରିପାରିବେ। ପରେ ଏହି ସ୍କିମର ଫାଇଦା ଉଠାଇପାରିବେ।

ତେବେ ଆବେଦକ ଏଥିପାଇଁ ଏନପିଏସ୍‌, ଇଏସ୍‌ଆଇସି କିମ୍ବା ଇପିଏଫଓ ର ମେମ୍ବର ହୋଇନଥିବା ଜରୁରୀ। ଆବେଦକ ଇନକମ ଟାକ୍ସ payee ହୋଇନଥିବା ଜରୁରୀ। ତେବେ ଏହା ଏକ ସ୍ୱଚ୍ଛିକ ଯୋଜନା, ତେଣୁ ଇଚ୍ଛା ମୁତାବିକ ଆପଣ ଏହାର ଫାଇଦା ଉଠାଇପାରିବେ। ଏହି ସ୍କିମ ଅନ୍ତର୍ଗତ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ପେନସନ ମିଳିବ। ତେବେ ଯୋଜନା ମୁତାବିକ ୬୦ ବର୍ଷରୁ ଅଧିକ ବୟସ ପରେ ଏହି ନ୍ୟୂନତମ ରାଶି ବ୍ୟବସାୟୀଙ୍କୁ ମିଳିବ। ତେଣୁ ଆବେଦନ ସମୟରେ ବ୍ୟକ୍ତିଙ୍କୁ ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ।ଏହା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଏହାର ଅଫିସିଆଲ େଓ୍ଵବସାଇଟ Labor.gov.in ଏବଂ maandhan.in ରେ ଲଗଇନ କରି ତଥ୍ୟ ସଂଗ୍ରହ କରିପାରିବେ।

D Sonali

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

1 hour ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

2 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

4 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

5 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

5 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

5 hours ago