ଟ୍ରାଫିକ୍ ରୁଲ୍ ଭଙ୍ଗ କରୁଥିବା ଲୋକଙ୍କ ପାଇଁ କଡ଼ା ନିୟମ, ସରକାର ଜାରି କଲେ ନୂତନ SOP

ଟ୍ରାଫିକ୍ ରୁଲ୍ ଭଙ୍ଗ କରୁଥିବା ଲୋକଙ୍କୁ ରୋକିବା ପାଇଁ କେନ୍ଦ୍ର ସରକାର୍ ଏକ ନୂଆ ଉପାୟ ବାହାର କରିଛନ୍ତି । ଏବେ ଟ୍ରାଫିକ୍ ପୋଲିସ୍ ଅଟୋମେଟିକ୍ ଭାବରେ କାମ କରୁଥିବା କ୍ୟମେରା ମାଧ୍ୟମରେ ଚାଲାଣ ଜାରି କରିବେ । ଏଥିପାଇଁ ସରକାର କିଛି ନୂଆ SOP ନିଷ୍ପତ୍ତି ନେଇଛନ୍ତି । ନୂଆ ନିୟମ ଅନୁଯାୟୀ କ୍ୟମେରାଗୁଡିକ କିପରି କାମ କରିବ ଏବଂ କିପରି ଜରିମାନା ଦିଆଯିବ ତାହା ଜଣାଯାଇଥାଏ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏହି ନୂତନ SOP ଗୁଡିକୁ ସୁପ୍ରିମକୋଟରେ ଦାଖଲ କରିଛି । ଏହା କ୍ୟମେରାଗୁଡିକ କେଉଁ ଜିନିଷ ରେକର୍ଡ କରିବ ତାହା କହିଥାଏ । ଯେପରିକ୍ ସିଟ୍ ବେଲ୍ଟ ନ ପିନ୍ଧିବା, ହେଲମେଟ୍ ନ ପିନ୍ଧିବା, ଗାଡି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା, ଭୁଲ ପାର୍ଶ୍ବରେ ଗାଡ଼ି ଚଲାଇବା ଏବଂ ଗାଡି ଚଲାଇବା ସମୟରେ ଖାଇବା କିମ୍ବା ପିଇବା ।
ସରକାର କହିଛନ୍ତି ଯେ ଏହି କ୍ୟମେରାଗୁଡିକ ସଡ଼କ ଦୁର୍ଘଟଣା କମ୍ କରିବ । ବିଶେଷକରି ଅନ୍ୟମନସ୍କତା କିମ୍ବା ଭୁଲ ପାର୍ଶ୍ବରେ ଗାଡ଼ି ଚଲାଇବା ଯୋଗୁଁ ଘଟୁଥିବା ଦୁର୍ଘଟଣା ହ୍ରାସ ପାଇବ । ସର୍ବୋଚ୍ଚ ନ୍ୟାୟାଳୟ ୨୩ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ମୋଟର ଯାନ ଆଇନ୍ ଅନୁଯାୟୀ ସେମାନେ କିପରି ଇଲେକ୍ଟ୍ରୋନିକ୍ ନିରୀକ୍ଷଣ କାର୍ଯ୍ୟକାରୀ କରୁଛନ୍ତି ତାହା ବାଖ୍ୟା କରିବାକୁ କହିଥିଲେ । ଏହା ପରେ ହିଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ନୂଆ ନିୟମ ଅନୁଯାୟୀ, ଟ୍ରାଫିକ୍ ରୁଲ୍ ଭଙ୍ଗ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ଅଟୋମେଟିକ୍ କ୍ୟମେରା ଲଗାଯିବ । ଏହା ଜଣାପଡିବ ଯେ ଡ୍ରାଇଭର ଏବଂ ଟ୍ରାଫିକ୍ ପୋଲିସ ଉଭୟ ସେମାନଙ୍କର ଦାୟତ୍ବ ନେଉଛନ୍ତି କି ନାହିଁ । ନିୟମ ଭଙ୍ଗ କରୁଥିବା ଲୋକଙ୍କ ପ୍ରମାଣ କ୍ୟାମେରାଗୁଡିକ ଅଟୋମେଟିକ୍ ଭାବରେ ରେକର୍ଡ କରିବ । ଏଥିରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା, ଖାଇବା, ପିଇବା ଏବଂ ସିଟ୍ ବେଲ୍ଟ ନ ପିନ୍ଧିବା ଆଦି ସାମିଲ୍ ଅଛି । କ୍ୟମେରାଗୁଡିକ ଗୋଟିଏରୁ ୧୦ ସେକେଣ୍ଡର ଏକ ଭିଡିଓ ପ୍ରସ୍ତୁତ କରିବେ, ଯେଉଁଥିରେ ଗାଡ଼ିର ଇନଫରମେସନ୍, ସ୍ଥାନ, ସମୟ ଏବଂ ତାରିଖ୍ ସ୍ପଷ୍ଟ ଭାବରେ ଦେଖାଯିବ ।
ଏହି ସିଷ୍ଟମ ତୁରନ୍ତ କାମ କରିବ ଏବଂ ପୋଲିସ ଗୋଟିଏ ସେକେଣ୍ଡ ମଧ୍ୟରେ ନିୟମ ଉଲ୍ଲଂଘନ ବିଷୟରେ ଇନଫରମେସନ୍ ପାଇବ । କୌଣସି ଗାଡ଼ି ଭୁଲ ଦିଗରେ ଯାଉଛି କି ନାହିଁ ତାହା ମଧ୍ୟ କ୍ୟମେରାଗୁଡିକ ଚିହ୍ନଟ କରିବ । କ୍ୟମେରାଗୁଡିକ ସେନ୍ସର ଏବଂ ଖାସ୍ ସଫ୍ଟୱେର ବ୍ୟବହାର କରି ନିର୍ଣ୍ଣୟ କରିବେ ଯେ କେହି ପ୍ରକ୍ରୁତରେ ନିୟମ ଭଙ୍ଗ କରୁଛନ୍ତି କି ନାହିଁ । ଏଥି ସହ ଏହାକୁ ମଧ୍ୟ ନଜର ଦିଆଯିବ ଯେ ଜୁରୀକାଳୀନ ଯାନ ଅର୍ଥାତ୍ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବାହିନୀକୁ ବାଟ ଦିଆଯାଉଛି କି ନାହିଁ ।
ପ୍ରାୟତଃ ଲୋକମାନେ ଚାଲାଣରୁ ରକ୍ଷା ପାଇବା ପାଇଁ ସେମାନଙ୍କର ଫୋନ୍ ନମ୍ବର ଏବଂ ଆର୍ଡେସ୍ ଚେଞ୍ଜ କରନ୍ତି । ସରକାର ଏଥିପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି । ବର୍ତ୍ତମାନ ଲୋକମାନଙ୍କୁ ସେମାନଙ୍କର ଫୋନ୍ ନମ୍ବର ଏବଂ ଆର୍ଡେସ୍ ଅପଡେଟ୍ କରିବା ପାଇଁ ତିନି ମାସର ସମୟ ଦିଆଯାଇଛି । ଏହା ପରେ, ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧୀୟ ଯେକୌଣସି ସର୍ଭିସ୍ ପାଇବା ପାଇଁ ଗାଡ଼ି ମାଲିକ ଏବଂ ଡ୍ରାଇଭରମାନଙ୍କୁ ସଠିକ୍ ଇନଫରମେସନ୍ ଦେବାକୁ ପଡିବ ।
ଏଥି ସହ ମନ୍ତ୍ରଣାଳୟ କହିଛି ଯେ ଏହି କ୍ୟମେରାକୁଡିକ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଗତି କରୁଥିବା ଗାଡ଼ିର ଭିଡିଓ ମଧ୍ୟ କରିପାରିବ । ସରକାରଙ୍କ ଲକ୍ଷ୍ୟ ହେଉଛି ଯେ ରାସ୍ତାରେ ସୁରକ୍ଷା ବଢ଼ାଇବା ଏବଂ ଲୋକଙ୍କ ଜୀବନ ରକ୍ଷା କରିବା । ‘ଅଟୋମେଟେଡ୍ କ୍ୟମେରା ଏନଫୋର୍ସମେଣ୍ଟ ସିଷ୍ଟମ’ ଟ୍ରାଫିକ୍ ନିୟମ ଲାଗୁ କରିବାରେ ଏବଂ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ସାହାଯ୍ୟ କରିବ ।
ଟ୍ରାଫିକ୍ ନିୟମ ପାଳନ କରିବା ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଯଦି କେହି ନିୟମ ଭାଙ୍ଗିବେ, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ । ତେଣୁ ସବୁବେଳେ ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।