ଆଇଆର୍‌ଡିଏକୁ କୁହନ୍ତୁ ୩ଟି ଯୋଜନାର ନାମ ଆଉ ଜିତନ୍ତୁ ୩୦ ହଜାର ପୁରସ୍କାର, ଶେଷ ତାରିଖ ଜୁଲାଇ ୧୦

ଭାରତୀୟ ବୀମା ନିଗମ(ଆଇଆର୍‌ଡିଏ) ଆପଣଙ୍କୁ ୩୦ ହଜାର ଟଙ୍କାର ପୁରସ୍କାର ଦେବାକୁ ଯୋଜନା କରିଛି । ହେଲେ ଏଥିପାଇଁ ଆପଣଙ୍କୁ କେବଳ ୩ଟି ବୀମା ପଲିସିର ନାମ କହିବାକୁ ପଡିବ । ଯଦି ଆପଣ ଦେଇଥିବା ପଲିସିର ନାମ ଉପଯୁକ୍ତ ହୁଏ ଓ ଏହାକୁ କମ୍ପାନୀ ମଞ୍ଜୁର ଦିଏ ।

ତେବେ ଆପଣଙ୍କୁ ପ୍ରତି ନାମ ଅନୁଯାୟୀ ୧୦- ୧୦ ହଜାର ଲେଖାଏଁ ମୋଟ ୩୦ ହଜାର ମିଳିବ । ଆପଣ ବାଛିଥିବା ପଲିସର ନାମ ଏପରି ହେବା ଦରକାର ଯେ ପଲିସିର ନାମରୁ ଏହା କେଉଁ ବର୍ଗର ଉତ୍ପାଦ ବୋଲି ଯେପରି ଜଣାପଡିଯାଏ ବୋଲି ଆଇଆର୍‌ଡିଏ କହିଛି । ଅଗ୍ନିକାଣ୍ଡ ଓ ବିଶେଷ ଅ।ପଦ ଶ୍ରେଣୀରେ ଛୋଟ ବ୍ୟବସାୟୀ ସମ୍ପର୍କିତ ନାମକରଣ ନେଇ ଭାରତୀୟ ବୀମା ନିଗମ ଏହି ନାମ ଆମନ୍ତ୍ରିତ କରିଛି ।

irda-1

ଏହି ବିଷୟ ଉପରେ ଧ୍ୟାନ ଦେବାକୁ ହେବ

ନାମକରଣ ଏପରି ହେବା ଦରକାର ଯେ ନାମରୁ ଯେପରି ଉତ୍ପାଦ ବିଷୟରେ ଜଣା ପଡିଯାଉଥିବ । ନାମକରଣ ସରଳ ଓ ବୀମା ନାମ ସହ ପ୍ରାସଙ୍ଗିକ ହେବା ଦରକାର ଯେପରି ସହଜରେ ନାମ ମନେ ରହିଯାଉଥିବ। ଏହି ନାମ ସାରା ଦେଶରେ ମଧ୍ୟ ବ୍ୟବହାର ହୋଇପାରୁଥିବ ।
ଯେଉଁ ୩ ଉତ୍ପାଦ ପାଇଁ ଆଇଆର୍‌ଡିଏ ନାମ ମାଗିଛି ଏଥିରେ ଯେ କୈାଣସି ରାଶି ପର୍ଯ୍ୟନ୍ତ ଆବାସ ବୀମା, କୈାଣସି ଗୋଟିଏ ସ୍ଥାନରେ ଥିବା ସୂକ୍ଷ୍ମ ବ୍ୟବସାୟ ପରିସର ପାଇଁ ୫ କୋଟି ଯାଏ ବୀମା ଏବଂ ଛୋଟ ବ୍ୟବସାୟୀକ ପରିସର ପାଇଁ ବୀମା ସାମିଲ ଅଟେ ।

୧୦ ଜୁଲାଇ ନାମ ଦେବାର ଶେଷ ତାରିଖ

ପ୍ରତିଯୋଗୀମାନେ ବାଛିଥିବା ନିଜର ନାମ ୧୦ ଜୁଲାଇ ଭିତରେ ପଠାଇବା ଦରକାର । ଆଇଆର୍‌ଡିଏ ଗତ ସପ୍ତାହରେ କରୋନା ଭାଇରସ୍‌ ମହାମାରୀ ଉପଚାର ସମ୍ବନ୍ଧିତ ବୀମାର ନାମ ‘କରୋନା କବଚ ପଲିସି’ ନାମ ରଖିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.